ନୂଆଦିଲ୍ଲୀ: ହାଇଦ୍ରାବାଦ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଥିବା ଜଣେ ଅପମିଶ୍ରଣକାରୀଙ୍କୁ ଗିରଫ କରାଯାଇଛି। ଗୋଲକୁଣ୍ଡା ଏବଂ ମସାବ ଟ୍ୟାଙ୍କ ପୋଲିସକୁ ନେଇ ଗଠିତ ପୋଲିସ ଟାସ୍କ ଫୋର୍ସ ପ୍ରାଇଡ୍ ଡେରୀ ନାମକ ଏକ ଡାଏରୀରେ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କାର ଅପମିଶ୍ରିତ ଘିଅ ଜବତ କରିଛି। ଡାଏରୀଟି ଗାଈ ଏବଂ ମହିଷ କ୍ରିମରେ ପାମ୍ ତେଲ, ଡାଲଡା ଏବଂ ଅନେକ କ୍ଷତିକାରକ ପଦାର୍ଥ ମିଶ୍ରଣ କରି ଘିଅ ପ୍ରସ୍ତୁତ କରୁଥିଲା।
ପୋଲିସର କହିବା ଅନୁଯାୟୀ, ଡାଏରୀ ମାଲିକ ମହମ୍ମଦ ଜୁନୈଦ ହୁସେନଙ୍କ ପାଖରେ ଲାଇସେନ୍ସ ଥିଲା ଏବଂ ସେ ଶୁଦ୍ଧ ଗୁଣବତ୍ତାର ଆଳ ଦେଖାଇ ଅପମିଶ୍ରିତ ଘିଅ ବିକ୍ରି କରୁଥିଲା। ଚଢାଉ ସମୟରେ ପୋଲିସ ୪୬୦ କିଲୋଗ୍ରାମ ଅପମିଶ୍ରିତ ଘିଅ, ୨,୯୦ କିଲୋଗ୍ରାମ ଅପମିଶ୍ରିତ ଗାଈ କ୍ରିମ ଏବଂ ୧,୧୭୦ କିଲୋଗ୍ରାମ ଅପମିଶ୍ରିତ ମହିଷ କ୍ରିମ ଜବତ କରିଛି, ଯାହାର ମୂଲ୍ୟ ପ୍ରାୟ ୧୮,୨୬,୬୭୯ ଟଙ୍କା। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


