Categories
ଆଞ୍ଚଳିକ

ବାଣପୁର: ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ଯାତ୍ରୀବାହୀ ଅଟୋ ସହ ବେପାରୀ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ଏକ ଯାତ୍ରୀବାହି ଅଟୋ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅଙ୍ଗାରଗାଁ ବୋରିଆ ସାହି ଅଞ୍ଚଳର ତ୍ରିନାଥ ବିଶ୍ୱାଳ (୩୩) ବୋଲି ଜଣାପଡିଛି।

ତ୍ରିନାଥ ଦୀର୍ଘ ଦୁଇ ବର୍ଷ ହେଲା ବାଣପୁର ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଜାରି ରଖିଥିବା ବେଳେ ଆଜି ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କ ଉପରେ ଅବକାରୀ ବିଭାଗ ପୁର୍ବରୁ ନଜର ରଖିଥିବା ବେଳେ ଆଜି ଚଢ଼ାଉ କରି ଗିରଫ କରିଛି।

ସମୁଦାୟ ୩୬ ଲିଟର ନକଲି ବିଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏବଂ ଟାଙ୍ଗୀ ରେଞ୍ଜ ଓ ବାଲୁଗାଁ ଅବକାରୀ ଅଧିକାରୀ ଓ କର୍ମଚାରୀ ମାନେ ଉକ୍ତ ଚଢ଼ାଉରେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆସ୍କା ଅବକାରୀ ବଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ଆଉ ବିଦେଶୀ ମଦ ଜବତ, ଦୁଇ ଗିରଫ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସ୍କା: ଆଜି ଆସ୍କା ଅବକାରୀ ବଭାଗର ବହୁ-ଶୃଙ୍ଖଳିତ ଦଳ ଦ୍ଵାରା ନିମିନା, ବାଲିସିରା ଏବଂ ଆସ୍କା I.B. କ୍ୟାମ୍ପରେ ଚଢାଉ କରାଯାଇଥିଲା। ଏଥିରେ ୦୩ ଟି ମାମଲା ଚିହ୍ନଟ ହୋଇଥିଲା ବେଳେ ୫୧୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏହା ସହ ୪୩୦୦ ଲିଟର ପୋଚ ଜବତ ହୋଇଥିଲା।

ଏଥିରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ,ଏହି ଚଢ଼ାଉରେ ଆସ୍କା ତହସିଲଦାର, ଅବକାରୀ ଇନ୍ସପେକ୍ଟର ବାଲାକା ବିଶୀ, ଆସ୍କା ରେଞ୍ଜ ପ୍ରଦୀପ କୁମାର ମହାନ୍ତି, ଆସ୍କା ଏକ୍ସାଇଜ୍ ଷ୍ଟେସନ୍ ଓଆଇସି ଏବଂ ସେମାନଙ୍କର କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ବେଆଇନ ବାରୁଦ ନଷ୍ଟ କଲା ଆସିକା ପୋଲିସ, ୩ ଗାଡି ସହ ୪ ଗିରଫ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଦିପାବଳୀ ପର୍ବ ପାଇଁ ବିନା ଲାଇସେନ୍ସରେ ବେଆଇନ ବାରୁଦ ଚାଲାଣ ଅଭିଯୋଗରେ ଆସିକା ପୋଲିସ ୨ ଟି ପିକଅପ ଭ୍ୟାନ, ଗୋଟିଏ ବାଇକ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି।

ଆଜି ପୋଲିସ ପାଟ୍ରୋଲିଂ ବେଳେ ନଳବଣ୍ଟା ଗ୍ରାମ ଛକ ଠାରେ କଟକରୁ ନଳବଣ୍ଟା ଗ୍ରାମକୁ ବାଣ ତିଆରି ପାଇଁ ଆସୁଥିବା ପ୍ରଚୁର ପରିମାଣର ବାଣ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ଗାଡି ଚାଳକ ସମେତ ଦୁଇ ଜଣ ବ୍ୟବସାୟୀ ଓ ଜଣେ ଗ୍ରାହକକୁ ଆସିକା ପୋଲିସ ଗିରଫ କରିଥିଲା।

ଅଭିଯୁକ୍ତ ମାନେ କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ପାଇକରା ଗ୍ରାମର ହୃଦୟାନନ୍ଦ ନାୟକ(୫୨), ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ କେ.ନୁଆଗାଁ ରାଘବ ଚନ୍ଦ୍ର ପାତ୍ର (୩୨), କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ଟିଗିରିଆଗଡ ଗ୍ରାମ ସୁରେଶ ଚନ୍ଦ୍ର ସ୍ୱାଇଁ (୪୦) ଏବଂ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ନଳବଣ୍ଟା ଗ୍ରାମର ଦିବାନ ସେଠି (୨୯) ବୋଲି ଜଣାପଡିଛି।

ସେମାନଙ୍କ କବଜାରୁ ପୋଲିସ ବ୍ୟବହୃତ ଓ.ଡି ୩୨ ଡି ୩୮୩୨ ଏବଂ ଓ.ଆର ୦୫ ଏ.ଡି ୨୪୧୮ ଦୁଇଟି ଗାଡି ସାଙ୍ଗକୁ ୧୪ ପ୍ୟାକେଟ ସୁରାଖାର ( ପୋଟାସିୟମ ନାଇଟ୍ରେଟ) ଯାହାର ପରିମାଣ ଏକ କୁଇଟାଂଲରୁ ଅଧିକ, ୪ଟି ପ୍ୟାକେଟ ଗନ୍ଧକ ଯାହାର ପରିମାଣ ୨ କୁଇଟାଂଲ, ୪୦ କେ.ଜି କୋଇଲା ଗୁଣ୍ଡକୁ ଜବତ କରିଥିଲା।

ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ଚାରି ଚକିଆ ଗାଡି ଯୋଗେ ବିସ୍ପୋରକ ସାମଗ୍ରୀକୁ ଚାଲାଣ କରୁଥିଲେ। ଏହି ସମୟରେ ଆସିକା ଥାନା ପୋଲିସ ଏସ.ଆଇ ଜ୍ଞାନ ରଞ୍ଜନ ସେଠିଙ୍କ ହାତରେ ଅଭିଯୁକ୍ତ ମାନେ ଧରାପଡିଥିଲେ।

ଘଟଣା ସ୍ଥଳରେ ଏସ.ଆଇ ଶ୍ରୀ ସେଠୀ ଅଭିଯୁକ୍ତ ମାନଙ୍କୁ ପଚାରାଉଚାରା କରିଥିଲେ। ସେଠାରେ ସେମାନେ କୈାଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ସହିତ କୈାଣସି କାଗଜ ପତ୍ର ଦାଖଲ କରି ପାରିନଥିଲେ। ତେଣୁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା।

ସେମାନଙ୍କୁ ଅଧିକ ପଚାରାଉଚାରା କରିବା ପରେ କଟକରୁ ଆସିକାକୁ ବେଆଇନ ଭାବେ ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ ଆସିକା ଝଗଡେଇ ନିକଟ ପାହାଡ ଠାରେ ଛତ୍ରପୁର ବୋମା ନିଷ୍କ୍ରିୟକାରୀ ଦଳ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ନଷ୍ଟ କରିଥିଲେ।

ଆସିକା ଥାନା କେସ ନମ୍ବର–୫୨୪/୨୩, ଦଫା ୨୮୬ ଆଇ.ପି.ସି ଆର.ଡବ୍ଲ୍ୟୁ ସେକ୍ସନ ୫ ଏକ୍ସପ୍ଲୋଜିଭ ଆକ୍ଟରେ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନା ମଞ୍ଜୁର ହେବା ପରେ ସମସ୍ତଙ୍କୁ ଆସିକା ସବଜେଲକୁ ପଠାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ଭାଙ୍ଗ ଜବତ, ମହିଳାଙ୍କ ସମେତ ତିନି ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏବଂ ସଦର ଅବକାରୀ କର୍ମଚାରୀ ମାନେ ମିଳିତ ଭାବେ ଜଟଣୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଭାଙ୍ଗ ଜବତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ଜଟଣୀ ଥାନା ଅଞ୍ଚଳର ସନ୍ତୋଷ କୁମାର ମହାନ୍ତି (୩୬), ସସ୍ମିତା ମହାନ୍ତି (୩୬) ଏବଂ ପ୍ରମୋଦ ମହାନ୍ତି (୫୦)। ସେମାନଙ୍କ ନିକଟରୁ ୬୦ କେଜି ଭାଙ୍ଗ ଓ ଏକ ଗ୍ରାଇଣ୍ଡିଙ୍ଗ ମେସିନ ଜବତ ହୋଇଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚଢ଼ାଉ କରି ଆଜି ଅବକାରୀ ବିଭାଗ ବିପୁଳ ପରିମାଣରେ ଦେଶୀ ମଦ ଓ ଗଞ୍ଜେଇ ଜବତ କରିଛି। ଗଡ଼ମାଣିତ୍ରି ଗ୍ରାମ ନିକଟରୁ ଚଢ଼ାଉ କରି ୧୭୫ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ପୁରୁଷୋତ୍ତମ ବଳବନ୍ତରାୟ (୫୯) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ।

ସେହିପରି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ୭.୧ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ରଞ୍ଜିତ ସାହୁଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୧ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁରରୁ ବିପୁଳ ପରିମାଣର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଚୋରା ମଦର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାହାକୁ ଆଖି ଆଗରେ ରଖି ଅବକାରୀ ବିଭାଗ କିଛି ଦିନ ହେବ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଅବକାରୀ ଏସପି ଯଶକେତନ ବରିହାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ବିଭାଗ ବାଣପୁର ଥାନା ଦାମିଆ ବରବରା ନିକଟସ୍ଥ ଶାଳିଆ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରି ୧୨ ହଜାର ଲିଟର ଦେଶୀ ପୋଚ ନଷ୍ଟ କରିବା ସହ ୯ ଶହ ଲିଟର ଦେଶୀ ମଦ ଜବତ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ସବ ଇନ୍ସପେକ୍ଟର ବି. ମନୋଜ କୁମାର ଏବଂ ଅନ୍ୟମାନେ ସାମିଲ ଥିଲେ।