Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପୁଳ ପରିମାଣର ବେଆଇନ ବାରୁଦ ନଷ୍ଟ କଲା ଆସିକା ପୋଲିସ, ୩ ଗାଡି ସହ ୪ ଗିରଫ
ଆଜିର ଖବର

ବିପୁଳ ପରିମାଣର ବେଆଇନ ବାରୁଦ ନଷ୍ଟ କଲା ଆସିକା ପୋଲିସ, ୩ ଗାଡି ସହ ୪ ଗିରଫ

September 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଦିପାବଳୀ ପର୍ବ ପାଇଁ ବିନା ଲାଇସେନ୍ସରେ ବେଆଇନ ବାରୁଦ ଚାଲାଣ ଅଭିଯୋଗରେ ଆସିକା ପୋଲିସ ୨ ଟି ପିକଅପ ଭ୍ୟାନ, ଗୋଟିଏ ବାଇକ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି।

ଆଜି ପୋଲିସ ପାଟ୍ରୋଲିଂ ବେଳେ ନଳବଣ୍ଟା ଗ୍ରାମ ଛକ ଠାରେ କଟକରୁ ନଳବଣ୍ଟା ଗ୍ରାମକୁ ବାଣ ତିଆରି ପାଇଁ ଆସୁଥିବା ପ୍ରଚୁର ପରିମାଣର ବାଣ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ଗାଡି ଚାଳକ ସମେତ ଦୁଇ ଜଣ ବ୍ୟବସାୟୀ ଓ ଜଣେ ଗ୍ରାହକକୁ ଆସିକା ପୋଲିସ ଗିରଫ କରିଥିଲା।

ଅଭିଯୁକ୍ତ ମାନେ କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ପାଇକରା ଗ୍ରାମର ହୃଦୟାନନ୍ଦ ନାୟକ(୫୨), ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ କେ.ନୁଆଗାଁ ରାଘବ ଚନ୍ଦ୍ର ପାତ୍ର (୩୨), କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ଟିଗିରିଆଗଡ ଗ୍ରାମ ସୁରେଶ ଚନ୍ଦ୍ର ସ୍ୱାଇଁ (୪୦) ଏବଂ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ନଳବଣ୍ଟା ଗ୍ରାମର ଦିବାନ ସେଠି (୨୯) ବୋଲି ଜଣାପଡିଛି।

ସେମାନଙ୍କ କବଜାରୁ ପୋଲିସ ବ୍ୟବହୃତ ଓ.ଡି ୩୨ ଡି ୩୮୩୨ ଏବଂ ଓ.ଆର ୦୫ ଏ.ଡି ୨୪୧୮ ଦୁଇଟି ଗାଡି ସାଙ୍ଗକୁ ୧୪ ପ୍ୟାକେଟ ସୁରାଖାର ( ପୋଟାସିୟମ ନାଇଟ୍ରେଟ) ଯାହାର ପରିମାଣ ଏକ କୁଇଟାଂଲରୁ ଅଧିକ, ୪ଟି ପ୍ୟାକେଟ ଗନ୍ଧକ ଯାହାର ପରିମାଣ ୨ କୁଇଟାଂଲ, ୪୦ କେ.ଜି କୋଇଲା ଗୁଣ୍ଡକୁ ଜବତ କରିଥିଲା।

ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ଚାରି ଚକିଆ ଗାଡି ଯୋଗେ ବିସ୍ପୋରକ ସାମଗ୍ରୀକୁ ଚାଲାଣ କରୁଥିଲେ। ଏହି ସମୟରେ ଆସିକା ଥାନା ପୋଲିସ ଏସ.ଆଇ ଜ୍ଞାନ ରଞ୍ଜନ ସେଠିଙ୍କ ହାତରେ ଅଭିଯୁକ୍ତ ମାନେ ଧରାପଡିଥିଲେ।

ଘଟଣା ସ୍ଥଳରେ ଏସ.ଆଇ ଶ୍ରୀ ସେଠୀ ଅଭିଯୁକ୍ତ ମାନଙ୍କୁ ପଚାରାଉଚାରା କରିଥିଲେ। ସେଠାରେ ସେମାନେ କୈାଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ସହିତ କୈାଣସି କାଗଜ ପତ୍ର ଦାଖଲ କରି ପାରିନଥିଲେ। ତେଣୁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା।

ସେମାନଙ୍କୁ ଅଧିକ ପଚାରାଉଚାରା କରିବା ପରେ କଟକରୁ ଆସିକାକୁ ବେଆଇନ ଭାବେ ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ ଆସିକା ଝଗଡେଇ ନିକଟ ପାହାଡ ଠାରେ ଛତ୍ରପୁର ବୋମା ନିଷ୍କ୍ରିୟକାରୀ ଦଳ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ନଷ୍ଟ କରିଥିଲେ।

ଆସିକା ଥାନା କେସ ନମ୍ବର–୫୨୪/୨୩, ଦଫା ୨୮୬ ଆଇ.ପି.ସି ଆର.ଡବ୍ଲ୍ୟୁ ସେକ୍ସନ ୫ ଏକ୍ସପ୍ଲୋଜିଭ ଆକ୍ଟରେ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନା ମଞ୍ଜୁର ହେବା ପରେ ସମସ୍ତଙ୍କୁ ଆସିକା ସବଜେଲକୁ ପଠାଯାଇଛି।

ଆସିକା ପୋଲିସ ବିପୁଳ ପରିମାଣ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026
Latest News

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

May 15, 2026

ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି

May 15, 2026

ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳରେ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍)

May 15, 2026

ହର୍ମୁଜ ପାର କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ, ୨ ମାସ ଭିତରେ ୭ ଲକ୍ଷ ପିଏନଜି ସଂଯୋଗ ପ୍ରଦାନ

May 15, 2026

ପ୍ରଧାନମନ୍ତ୍ରୀଙ୍କ ସହ ୩୫ ବର୍ଷର ଅଭିଜ୍ଞତା ଆଧାରରେ ‘ଅପନାପନ’ ପୁସ୍ତକ ରଚନା କଲେ ଶିବରାଜ ସିଂହ ଚୌହାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.