ଭୁବନେଶ୍ବର: ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ, ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ବିମାନ ବନ୍ଦରରେ ସ୍ବାଗତ ଜଣାଛନ୍ତି ।
ଭୁବନେଶ୍ବର ବିମାନ ବନ୍ଦରରୁ ସେ ସିଧା କଟକ ମୁଣ୍ଡୁଳିରେ ଆୟୋଜିତ ସିଆଇଏସଏଫ କାର୍ଯ୍ୟକ୍ରମରେ ଯୋଗଦେବା ଗସ୍ତ କରିଛନ୍ତି। ଏହାପରେ ସେ ପାରାଦ୍ବୀପ ଯାଇ ସେଠାରେ ଇଫକୋ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟକୁ ଉଦଘାଟନ କରିବେ। ଅପରାହ୍ଣରେ ଜଟଣୀରେ ଜାତୀୟ ଫରେନ୍ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍ଏଫ୍ଏସ୍ୟୁ) ଓ କେନ୍ଦ୍ରୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫ୍ଏସ୍ଏଲ୍)ର ଶିଳାନ୍ୟାସ କରିବେ।
ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ କରିବେ। ସେଠାରେ ସେ ଅଭିଭାଷଣ ରଖିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।


