Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ
ଜାତୀୟ ଖବର

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଇସ୍ରାଏଲ-ଇରାନ ଯୁଦ୍ଧ
ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

ଡ଼ଃ. ପ୍ରବୀଣ କୁମାର ସାହୁ

ମଧ୍ୟ-ପୂର୍ବ ଅଞ୍ଚଳ ପୁନର୍ବାର ଯୁଦ୍ଧର ଅଗ୍ନିଶିଖାରେ ଆବୃତ। ବିଶେଷକରି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲୁଥିବା ସଂଘର୍ଷ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଜା ଅଞ୍ଚଳରେ ଲଗାତାର ବିସ୍ପୋରଣ ଓ ବାୟୁ ଆକ୍ରମଣରେ ନିର୍ଦ୍ଦୋଷ ଲୋକମାନଙ୍କ ଜୀବନ ଅସ୍ଥିର ହୋଇପଡିଛି। ବର୍ତ୍ତମାନ ଜଳୁଛି ସମଗ୍ର ମଧ୍ୟ-ପୂର୍ବ। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ତେହେରାନ ପକ୍ଷରୁ ତାହା ପ୍ରଚଣ୍ଡ ପ୍ରତିଆକ୍ରମଣ ଘଟଣା ବିଶ୍ଵ ରାଜନୀତିର ଏକ ବଡ଼ ଘଟଣା। ଏଇ ଲଢେଇରେ ନାଟୋର ଅନ୍ୟତମ ପ୍ରମୁଖ ସଦସ୍ୟ ଫ୍ରାନ୍ସ ପରୋକ୍ଷରେ ସାମିଲ ହୋଇଥିବାବେଳେ ଇରାନ ଏକାକୀ ଯୁଦ୍ଧ ଲଢ଼ୁଛି। ଋଷିଆ, ଚୀନ ଓ ଉତ୍ତରକୋରିଆ ଭଳି ଆମେରିକା ବିରୋଧୀ ଦେଶ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ ମଧ୍ୟ ଏହି ସଙ୍କଟ ସମୟରେ ଇରାନ ସପକ୍ଷରେ ଛିଡ଼ା ହୋଇନାହାନ୍ତି। ତୁର୍କୀ, ପାକିସ୍ତାନ ସମେତ ଅନେକ ରାଷ୍ଟ୍ର ଏବେ ଭୟରେ ଇରାନ ସପକ୍ଷରେ ବାହାରୁ ନାହାନ୍ତି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଅଧିକାଂଶ ମୁସଲମାନ ରାଷ୍ଟ୍ର ଏବେ ନିରବ ଏବଂ ଉପସାଗରୀୟ ଅଞ୍ଚଳରେ ଅଧିକାଂଶ ଦେଶ ଏବେ ଇରାନର ବିରୋଧୀ ଭାବେ ଉଭା ହୋଇଛନ୍ତି।

ମଧ୍ୟପ୍ରାଚ୍ୟରେ ଇରାନ ଏକ ଉଦୀୟମାନ ଶକ୍ତି ଭାବରେ ଉଭାହୋଇଛି। ଇରାନ ନିଜର ସାମରିକ, ବୈଜ୍ଞାନିକ, ବୈଷୟିକ କାର୍ଯକ୍ରମ ଓ ତୈଳଭିତ୍ତିକ ଦ୍ରୁତ ଅଭିବୃଦ୍ଧି ଅର୍ଥନୀତି ବଳରେ ଏହାର ବିକାଶ ଯଥେଷ୍ଟ ହୋଇପାରିଛି। ଏହା କୌଣସି ପଶ୍ଚିମ ଦେଶ ସହିତ ସାଲିସ ନହୋଇ ନିଜର ସ୍ଵାଧୀନତା ପାଇଁ ସର୍ବଦା ନିଜକୁ ପ୍ରସ୍ତୁତି କରିପାରିଛି। ଆରବର ତୈଳ ସମ୍ପଦକୁ ସାମ୍ରାଜ୍ୟବାଦୀ ଆମେରିକା ନିଜର ସ୍ବାର୍ଥ ପାଇଁ ଇରାନର ଶାସନତନ୍ତ୍ରର ପରିବର୍ତ୍ତନ ଚାହୁଁଥିଲା।

ଆମେରିକା ନିଜର ଜାଣିଥିଲା ଯେ ଯଦି ଇରାନ ଆଣବିକ ବୋମାର ଅଧିକାରୀ ହେବ ତେବେ ମଧ୍ୟପ୍ରାଚ୍ୟରେ ଓ ଆରବରେ ଆମେରିକାର ପ୍ରଭାବ ହ୍ରାସ ପାଇବ ଏବଂ ଇସ୍ରାଏଲ ପ୍ରତି ବିପଦ ବଢିବ। ଇରାନରେ ଚାଲିଥିବା ଧର୍ମତନ୍ତ୍ରର ଅବସାନ ଘଟାଇବାକୁ ଆମେରିକାର ମୂଳ ଯୋଜନା ଥିଲା।

ଇରାନର ସର୍ବୋଚ୍ଚ ଧର୍ମଗୁରୁ ତଥା ଶାସନ ମୁଖ୍ୟ ଆୟାତୋଲ୍ଲା ଖାମେନେଇଙ୍କୁ ଆକ୍ରମଣରେ ହତ୍ୟାକରିବା ଯଦିଓ ଆମେରିକା ଭାବୁଛି ଏହା ତାହାର ପ୍ରଥମ ସଫଳତା। ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇସ୍ରାଏଲ ମିଶି ଇରାନ ବିରୋଧରେ ଏକ ପ୍ରଶସ୍ତ ସାମରିକ କାର୍ଯକ୍ରମ ଆରମ୍ଭ କରିଛନ୍ତି। ଏହି ଆକ୍ରମଣ ” ଅପରେସନ ଲାଅନସ୍ ରୋର” ଓ “ଅପରେସନ ଏପିକ୍ ଫୁରୀ ” ନାମରେ ପରିଚିତ, ଯାହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଇରାନର ସାମରିକ ସୈନ୍ୟ ଭିତ୍ତିକ ଢାଞ୍ଚା ଓ ନେତୃତ୍ଵ ଉପରେ ସଂଯୁକ୍ତ ଆକ୍ରମଣ କରିବା।

ଭାରତ ଏହି ସଙ୍କଟ ସମୟରେ ସନ୍ତୁଳିତ ଓ ଦାୟିତ୍ୱଶୀଳ ଭୂମିକା ଗ୍ରହଣ କରି ଆସିଛି। ଗୋଟିଏପଟେ ଭାରତ ଆତଙ୍କବାଦକୁ ଦୃଢ଼ ଭାବରେ ବିରୋଧ କରିଛି ଓ ଇସ୍ରାଏଲର ସୁରକ୍ଷା ଅଧିକାରକୁ ସମର୍ଥନ କରିଛି, ଅନ୍ୟପଟେ ପାଲେଷ୍ଟାଇନର ସ୍ଵାଧୀନ ରାଷ୍ଟ୍ର ଆକାଂକ୍ଷା ପ୍ରତି ନିଜର ପାରମ୍ପରିକ ସମର୍ଥନ ପୁନଃଦୃଢ଼ କରିଛି। ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ କ୍ରମଶଃ ଉଗ୍ରରୂପ ଧାରଣ କରୁଥିବାବେଳେ ସେଠାରେ ବସବାସ କରୁଥିବା ପ୍ରାୟତଃ ୯୦ ଲକ୍ଷରୁ ଅଧିକ ଭାରତୀୟମାନଙ୍କ ସୁରକ୍ଷା ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଇରାନ ଏକାକୀ ଜେଉଭଳି ଭାବରେ ଆମେରିକା ଏବଂ ଏହାର ସମସ୍ତ ସହଯୋଗୀ ରାଷ୍ଟ୍ର ମାନଙ୍କୁ ଆକ୍ରମଣ କରୁଛି କେତେବେଳେ ଏହା ପରମାଣୁ ଯୁଦ୍ଧ ଆଡ଼କୁ ଯିବ ତାହା ମଧ୍ୟ ଅସମ୍ଭବ ନୁହେଁ। ନିଜର ସୁରକ୍ଷା ପାଇଁ ଇରାନ ତାହାର ଅନେକ ରାସାୟନିକ ଘାତକ ଅସ୍ତ୍ର ବ୍ୟବହାର କରିପାରେ ଯାହା ବହୁତ ବିପଡଜନକ ଅଟେ।

ଏହି ପରିପ୍ରେକ୍ଷୀରେ ଭାରତ ହେଉଛି ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ଭାରତରେ ପ୍ରାୟ ୨୦କୋଟିରୁ ଅଧିକ ମୁସଲମାନମାନଙ୍କ ସଂଖ୍ୟା ଅଟେ ଏବଂ ଇରାନ ଘଟଣା ନେଇ ଭାରତୀୟ ମୁସଲମାନ ମାନଙ୍କ ପ୍ରତିକ୍ରିୟା ଓ ବିକ୍ଷୋଭ ଜାମ୍ମୁକାଶ୍ମୀରରେ ଦେଖିବାକୁ ମିଳିଲାନି ଯାହାକୁ ଭାରତର ଆଭ୍ୟନ୍ତରିଣ ସୁରକ୍ଷା ପାଇଁ ଏକ ବଡ଼ ସମସ୍ୟା ହେଇପାରେ। ଏହାର ସୁଯୋଗ ନେଇ ଆଇଏସ୍ ଏବଂ ଅଲକାଏଦା ଭଳି ଆତଙ୍କବାଦୀ ସଂଗଠନ ଗୁଡ଼ିକ ଦେଶରେ ହିଂସାର ସୂତ୍ରପାତ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ସେଥିପାଇଁ ନୂଆଦିଲ୍ଲୀସ୍ଥିତ ଆମେରିକା, ଇସ୍ରାଏଲ ଓ ଇରାନ ସମେତ ଏକାଧିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ରର ଦୂତାବାସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିପାଇଁ ଭାରତ ସରକାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚାଲଗୁଡ଼ିକୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୟରେ ଭାରତ ଓ ଇରାନ ସହିତ ରହିଥିବା କୂଟନୀତି, ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ଖୁବ୍ ନିବିଡ଼ ଥିଲେ ମଧ୍ୟ ସାଂପ୍ରତିକ ପରିସ୍ଥିତିରେ ଇରାନ ସପକ୍ଷରେ ଛିଡ଼ା ହୋଇ ଆମେରିକାର କ୍ରୋଧର ଶିକାର ହେବାକୁ ଭାରତ ଚାହିଁବ ନାହିଁ। ଭାରତ ତାର ଜାତୀୟ ସ୍ବାର୍ଥକୁ ସୁରକ୍ଷିତ ରଖିବା ପ୍ରଥମ ଆବଶ୍ୟକତା ମନେକରିବ। ବିଶ୍ଵ ସର୍ବଦା ସାମ୍ରାଜ୍ୟବାଦକୁ ବିରୋଧ କରିଆସିଛି ଏବଂ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଛି। ଇରାନ ଉପରେ ଆମେରିକାର ଆକ୍ରମଣ ନିଶ୍ଚିତ ଭାବେ ଗୋଟିଏ ସ୍ଵାଧୀନ, ସାର୍ବଭୌମ ରାଷ୍ଟ୍ରର ରାଷ୍ଟ୍ରସତ୍ତା ଓ ସ୍ବାଭିମାନ ବର୍ବର ଉଲ୍ଲଘଂନ। ଭାରତ ସମେତ ସମଗ୍ର ବିଶ୍ୱରେ ଲୋକେ ଆମେରିକାର ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହିତ ଏହି ଆକ୍ରମଣ ବିରୋଧରେ ସ୍ୱର ଉତ୍ତୋଳନ କରି ରାଜା ରାସ୍ତାକୁ ବାହାରିଛନ୍ତି।

ଭାରତ ସଦାସର୍ବଦା ଦୁଇ-ରାଷ୍ଟ୍ର ସମାଧାନକୁ ସମର୍ଥନ କରିଆସିଛି, ଯାହା ଦୀର୍ଘକାଳୀନ ଶାନ୍ତିପାଇଁ ଆବଶ୍ୟକ। ଭାରତ ଏକ ଉଦୀୟମାନ ବିଶ୍ୱଶକ୍ତି ଭାବେ ଶାନ୍ତି ଓ ସ୍ଥାୟୀ ସମାଧାନକୁ ସମର୍ଥନ କରୁଛି। ଯୁଦ୍ଧବନ୍ଦ ଓ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୀତିର ମାର୍ଗ ଏବେ ସବୁଠାରୁ ଗ୍ରହଣ ଯୋଗ୍ୟ। ମଧ୍ୟ-ପୂର୍ବରେ ଚାଲୁଥିବା ଯୁଦ୍ଧ କେବଳ ଅଞ୍ଚଳୀୟ ସମସ୍ୟାନୁହେଁ ଏହାର ପ୍ରଭାବ ବିଶ୍ଵ ଅର୍ଥନୀତି ଓ ରାଜନୀତିରେ ପଡୁଛି। ଭାରତ ହେଉଛି ଏକ ସନ୍ତୁଳିତ ଓ ଦାୟିତ୍ଵଶୀଳ ଦେଶଭାବେ ଶାନ୍ତି ଆଉ ସ୍ଥାୟୀ ସମାଧାନ ପାଇଁ ନିଜର ଭୂମିକା ନିର୍ବାହ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଓ ବାହାରିନର ରାଜା ହମାଦ ବିନ ଇସା ଅଲ୍ ଖଳିଫାଙ୍କ ସହ କଥାବାର୍ତ୍ତା କାଳରେ ମୋଦୀ ଦୁଇ ଦେଶରେ ରହୁଥିବା ଭାରତୀୟ ମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କହିଥିଲେ।

ସେହିପରି ମୋଦୀ ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ଏବଂ କଥାବାର୍ତ୍ତା କାଳରେ ମୋଦୀ ମଧ୍ୟ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଯୁଦ୍ଧ ଉତ୍ତେଜନା ବାବଦରେ ଆଲୋଚନା କରିଥିଲେ। ଯୁଦ୍ଧ ସମୟରେ ସାଧାରଣ ନାଗରିକ ମାନଙ୍କର ସୁରକ୍ଷା ନିଶ୍ଚିନ୍ତ କରିବାକୁ ସେ କହିଥିଲେ। ଏହା ସହିତ ଇରାନ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ମୋଦୀ କହୁଥିଲେ। ଗୋଷ୍ଠୀ ନିରପେକ୍ଷତା ହିଁ ଭାରତୀୟ ବୈଦେଶିକ ନୀତିର ମୌଳିକ ନୀତି।

ଭାରତର ଭୂମିକା ଓ ଦୃଷ୍ଟିକୋଣ ନିଶ୍ଚିତ ଭାବରେ ଯୁଦ୍ଧ ବନ୍ଦ ଓ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୀତିକ ପ୍ରୟାସ ଜାରି ରଖିବା ଉଚିତ୍ ଯାହାଦ୍ଵାରା ଆଗାମୀ ବିଶ୍ଵ ଏକ ଭୟଙ୍କର ତୃତୀୟ ବିଶ୍ଵ ଯୁଦ୍ଧ ଆଡ଼କୁ ଅଗ୍ରସର ନହୋଇ ଏକ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଭାରତର ଏହି ଭୂମିକା ଓ ଦୃଷ୍ଟିକୋଣ ରହିବ।

ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ,
ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ, ପଟିଆ, ଭୁବନେଶ୍ୱର 

ଇସ୍ରାଏଲ ପାଲେଷ୍ଟାଇନ ଭାରତର ଭୂମିକା ମଧ୍ୟ-ପୂର୍ବ ଅଞ୍ଚଳ
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026
Latest News

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.