Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲାଙ୍ଗୀରରେ ବନ୍ୟା: ଅଦ୍ଭୁତ, ଅବିଶ୍ଵାସ ହେଲେ ବି ନିର୍ଘାତ ସତ୍ୟ- କେବେ ଦିନେ ସାରା ଦେଶ ବଲାଙ୍ଗୀର ପାଲଟି ଯାଇପାରେ!!
ବିଶେଷ ଖବର

ବଲାଙ୍ଗୀରରେ ବନ୍ୟା: ଅଦ୍ଭୁତ, ଅବିଶ୍ଵାସ ହେଲେ ବି ନିର୍ଘାତ ସତ୍ୟ- କେବେ ଦିନେ ସାରା ଦେଶ ବଲାଙ୍ଗୀର ପାଲଟି ଯାଇପାରେ!!

August 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବନ୍ୟା ଓ ବଲାଙ୍ଗୀର, ଏ ଦୁଇଟି ଶବ୍ଦର ସମ୍ପର୍କ ନିଆଁ ଓ ପାଣି ପରି ବିପରୀତ। କେବେ ଦିନେ ବଲାଙ୍ଗୀର ସହରରେ ବନ୍ୟାଜଳ ପଶି ଆସିବ ଓ ସାରା ସହର ଜଳମଗ୍ନ ହୋଇଯିବ, ଏକଥା ବିଶ୍ଵାସ କରି ହେଉନି। ଅଥଚ ତାହା ହିଁ ହୋଇଛି। ଗତ ଚବିଶ ଘଣ୍ଟା ଭିତରେ ପୁରା ବଲାଙ୍ଗୀର ସହର ପାଣିଘେରରେ ଅଣନିଃଶ୍ଵାସୀ। ଯେଉଁ ଚିତ୍ର ସବୁ ଆସୁଛି, ସେ ସବୁ ଅତ୍ୟନ୍ତ ଭୟାବହ। ବଲାଙ୍ଗୀର ସହର ମଝିରେ ରହିଥିବା ଇଷ୍ଟଦେବୀ ସମଲେଶ୍ବରୀଙ୍କ ମନ୍ଦିରରେ ଆଣ୍ଠୁଏ ପାଣି। ସହରର ବିଭିନ୍ନ ପଡା ଓ ବସ୍ତିରେ ପ୍ରବଳ ପାଣିର ସୁଅ। କାର ଓ ବସ ବି ବୁଡିକି ଅଛନ୍ତି। ସବୁ ଘରେ ପାଣି ପଶିଯାଇଛି। ଅନେକ ପଡାରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏହାକୁ ଗତ ପଚାଶ ବର୍ଷ ଭିତରେ ସବୁଠୁ ବଡ ପ୍ରାକୃତିକ ବିସ୍ମୟ ବୋଲି କୁହା ଯାଇପାରେ।

ମରୁଡି ଓ ଜଳକଷ୍ଟ ଲାଗି ପ୍ରସିଦ୍ଧ ବଲାଙ୍ଗୀର ଜଳ ବହୁଳ ହେବାର କାରଣ କଣ? ବଲାଙ୍ଗୀର ସହରର ୧୫ କିଲୋମିଟର ଭିତରେ ସେମିତି ବଡ ନଦୀ ନାହିଁ। ସହର ଭିତର ଦେଇ ଅଙ୍କେଇ ବଙ୍କେଇ ଗୋଟେ ଛୋଟ ନାଳ ବୋହିଯାଉଛି। ଲକ୍ଷ୍ମୀ ଜୋର ନାମରେ ପରିଚିତ ଏଇ ଛୋଟ ଜଳ ପ୍ରବାହ ଟି କୌଣସି ବି ବନ୍ୟାରେ ଏତେ ଉଗ୍ର ହେବାର ରେକର୍ଡ ନଥିଲା। ୧୯୮୨ ର ପ୍ରଳୟଙ୍କରୀ ବନ୍ୟାରେ ଯେତେବେଳେ ସାରା ଓଡିଶା ଉବୁଟୁବୁ ହେଉଥିଲା, ସେତେବେଳେ ମଧ୍ୟ ବଲାଙ୍ଗୀର ସହର ଥିଲା ଅତ୍ୟନ୍ତ ଶାନ୍ତ ଓ ସୁରକ୍ଷିତ। ପରବର୍ତ୍ତୀ ସମୟରେ ବା ତା ଆଗରୁ ବଲାଙ୍ଗୀର ସହରରେ ବନ୍ୟା କଥା କେହି କେବେ ଶୁଣି ନଥିଲେ ବା ଦେଖି ନଥିଲେ। ଗୋଟେ ଜଳକ୍ଳିଷ୍ଟ ସହରରେ ଏ ଏ ଭୟଙ୍କର ବନ୍ୟାଜଳର ତାଣ୍ଡବ କାହିଁକି ହେଲା, ତାର ଉତ୍ତର ଖୋଜିବା ଆଜି ନିହାତି ଜରୁରୀ। ପାଣିପାଗ ପରିବର୍ତ୍ତନ ସହିତ ପରିବେଶର ଯେଉଁ ଭୟଙ୍କର ଅସନ୍ତୁଳନ ଘଟି ଚାଲିଛି, ସେଥିରେ କେଉଁଠି କିଛି ବି ଘଟିପାରେ।

ନଦୀ ନାହିଁ ବୋଲି ଗୋଟେ ସହରରେ ବନ୍ୟା ଯେ ହେବନାହିଁ, ସେକଥା ଆଉ କୁହାଯାଇ ପାରିବ ନାହିଁ। ସଂପୂର୍ଣ୍ଣ ଭାବରେ ନଦୀ ଓ ସମୁଦ୍ରଠୁ ଦୂରରେ ଥିବା ଏକ ଜଣ ବସତି ମଧ୍ୟ ଜଳ ବନ୍ଦୀ ହୋଇ ଯାଇପାରେ। ବଲାଙ୍ଗୀର ବନ୍ୟାରୁ ଅନ୍ତତଃ ଆମକୁ ଗୋଟେ ବଡ ଶିକ୍ଷା ମିଳିବା ଦରକାର। ସହର ଗଢିବା ବଡ କଥା ନୁହେଁ, ସହରର ଜୀବନକୁ ସୁରକ୍ଷିତ ରଖି ପାରିବା ବଡ କଥା। ବଲାଙ୍ଗୀର ସହର ଗତ ୨୦ ବର୍ଷ ଭିତରେ ନିଜକୁ ବହୁତ ବଡ କରି ଦେଇଛି। ତେବେ ଏତେ ବଡ ହେବା ପରେ ଯେଉଁ ସବୁ ମୌଳିକ ଭିତ୍ତିଭୂମିର ପରିବର୍ତ୍ତନ ହେବା କଥା ତାହା ହୋଇ ନାହିଁ। ଲକ୍ଷ୍ମୀ ଜୋରର ତଳ ଓ ଉପର ମୁଣ୍ଡକୁ ବାନ୍ଧି ଦେବା ଏକପ୍ରକାର ଆତ୍ମଘାତି ବ୍ୟବସ୍ଥା, ଏକଥା ସେଠିକାର ପ୍ରଶାସନ ବୁଝି ନଥିଲା କି? ଜଳ ପରିଚାଳନା କ୍ଷେତ୍ରରେ ଆମର ପ୍ରଶାସକମାନେ ଆଜି ମଧ୍ୟ ବିଶେଷ ସଚେତନ ନୁହନ୍ତି। ଆମର ଜଳ ପରିଚାଳନା ନୀତି ବୋଲି କିଛି ନାହିଁ। ଯାହା ଫଳରେ ଏ ପ୍ରକାର ବନ୍ୟାକୁ ଦେଖି ଆମେ ଅସହାୟ ହେବାକୁ ବାଧ୍ୟ ହେଉଛୁ।

ବଲାଙ୍ଗୀର ସହରକୁ ଆପାତତଃ ନୂଆ ଓ ଏକ ଯୋଜନାବଦ୍ଧ ସହର ବୋଲି କୁହା ଯାଇପାରିବ। ହେଲେ ସମୟକ୍ରମେ ମୂଳ ସହରର ଯୋଜନାଠୁ ଅଲଗା ହୋଇ ଅତ୍ୟନ୍ତ ବିଶ୍ରୂଙ୍ଖଳିତ ଭାବରେ ଏହା ବଢିଛି। ଖାଲ ଜମି, ଚାଷ ଜମି ଓ ଜଳ ନିଷ୍କାସନ ଲାଗି ରହିଥିବା ପୁରୁଣା ନାଳ ଗୁଡିକ ଜବର ଦଖଲକୁ ଚାଲି ଯାଇଛି। ବର୍ଷା ପାଣି ନିଷ୍କାସିତ ହେବା ଲାଗି ଯେଉଁ ବ୍ୟବସ୍ଥା ସବୁ ରହିଥିଲା ତାହା ପୋତି ହୋଇ ପଡିଛି। ଗୋଟେ ସମୟରେ ବଲାଙ୍ଗୀର ସହରକୁ ଘେରି ପ୍ରଚୁର ଚାଷ ଜମି ରହିଥିଲା। ସେ ସବୁ ଏବେ କଂକ୍ରିଟ ଜଙ୍ଗଲ ପାଲଟି ଯାଇଛି।

ତେବେ ଏ ବନ୍ୟା କେବଳ ବଲାଙ୍ଗୀର ନୁହଁ, ବରଂ ସାରା ଦେଶ ଲାଗି ଚିନ୍ତାର ବିଷୟ। ଯଦି ସଠିକ ଭାବରେ ଜଳ ପରିଚାଳନା କରା ନଯାଏ ଓ ସାଧାରଣ ଲୋକ ଜଳ ପରିଚାଳନାକୁ ନେଇ ସଚେତନ ନ ହୁଅନ୍ତି, ହୁଏତ ଦିନ ଆସିବ, ଆମର ପୁରା ମାନଚିତ୍ର ପାଣିରେ ଭାସୁଥିବ।

MahanadiFlood OdishaFlood
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.