Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ
ଆଜିର ଖବର

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

April 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ
ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର:‌ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ପକ୍ଷରୁ ନୂତନ ଚିକିତ୍ସା ପଦ୍ଧତିର ଅନ୍ୱେଷଣ ଲାଗି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ସମ୍ମିଳନୀ ତିନି ଦିନ ଧରି ଚାଲିବ। ଏଥିରେ ଦେଶବିଦେଶର ବହୁ ବିଶିଷ୍ଟ ବୈଜ୍ଞାନିକ ଯୋଗ ଦେଇଛନ୍ତି। ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ରୋଗ ନିଦାନ ଓ ଚିକିତ୍ସାରେ ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସ (ଇଭି)ର ସମ୍ଭାବନା ଅନୁସନ୍ଧାନ କରିବା। ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସ ହେଉଛି ଅତି ଛୋଟ ଝିଲ୍ଲି ଦ୍ୱାରା ଘେରି ରହିଥିବା କଣିକା ଯାହା ବିଭିନ୍ନ ପ୍ରକାର କୋଷରୁ ବାହାରିଥାଏ। ଏହା ଶରୀରର ଭିନ୍ନ ଭିନ୍ନ ଭାଗ ମଧ୍ୟରେ ପ୍ରୋଟିନ୍‌, ଲିପିଡ୍‌ ଏବଂ ନ୍ୟୁକ୍ଲିକ୍‌ ଏସିଡ୍‌ ପହଞ୍ଚାଇ କୋଷ ମଧ୍ୟରେ ଆପୋସ ସଞ୍ଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

ଇଭୋଲ୍ଭ-୨୦୨୬ ନାମକ ଏହି ସମ୍ମିଳନୀ ଇଣ୍ଡିଆନ୍‌ ସୋସାଇଟି ଫର୍ ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସର ତତ୍ତ୍ୱାବଧାନରେ ଆୟୋଜିତ ଆୟୋଜିତ ହେଉଛି। ଏଥିରେ ସାରା ଭାରତରୁ ୬୨ଟି ଭିନ୍ନ ଭିନ୍ନ ପ୍ରତିଷ୍ଠାନରୁ ୧୮୦ ଜଣ ପ୍ରତିଯୋଗୀ ଏବଂ ଫ୍ରାନ୍ସ, ଜର୍ମାନୀ, ସ୍ୱିଡେନ, ୟୁଏଇ, ଆମେରିକା ଆଦି ଦେଶର ବୈଜ୍ଞାନିକମାନେ ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀରେ ଜୀବାଣୁ, ଭୂତାଣୁ ଏବଂ ଅନ୍ୟ ସଂକ୍ରାମକ ରୋଗରେ ଏକ୍ସଟ୍ରାସେଲୁଲାର୍‌ ଭେସିକଲ୍ସରର ଭିନ୍ନ ଭିନ୍ନ ଭୂମିକା ଯାଞ୍ଚ କରାଯାଇଛି। ଗବେଷକମାନେ କର୍କଟ, ପାର୍କିନସନ ରୋଗ ଭଳି ସ୍ନାୟବିକ ବିକାର, ପଲ୍ମୋନାରୀ ଫାଇବ୍ରୋସିସ୍ ଭଳି ଅଣସଂକ୍ରାମକ ରୋଗରେ ଇଭିର ଭୂମିକା ଉପରେ ମଧ୍ୟ ନିଜର ଗବେଷଣା ନିଷ୍କର୍ଷ ଉପସ୍ଥାପନ କରିଥିଲେ। ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା, ଔଷଧ ପହଞ୍ଚାଉଥିବା ମାଧ୍ୟମ ରୂପରେ ଇଭିର କ୍ଷମତା ତଥା ଟିସ୍ୟୁଗୁଡ଼ିକର ପୁନଃନିର୍ମାଣ, ବିଶେଷ କରି ଅଷ୍ଟିୟୋ ପୋରୋସିସ୍‌ ଏବଂ ଅସ୍ଥି କର୍କଟ କାରଣରୁ ହେଉଥିବା ଅସ୍ଥି କ୍ଷୟ ମରାମତିରେ ସେଗୁଡ଼ିକର ପ୍ରୟୋଗ ଉପରେ ଆଲୋଚନା।

ଭାରତରେ ଅନେକ ଷ୍ଟାର୍ଟ-ଅପ୍ ଚିକିତ୍ସା ଏବଂ ନିଦାନ ପ୍ରୟୋଗ ପାଇଁ ଇଭିର ବ୍ୟବହାର କରୁଛନ୍ତି। ସେମାନଙ୍କ ସହିତ ଗବେଷଣା ରିଏଜେଣ୍ଟ ବିକାଶରେ ବିଶେଷଜ୍ଞତା ହାସଲ କରିଥିବା ଓଡ଼ିଶାର ଷ୍ଟାର୍ଟ-ଅପ୍ ଗୁଡ଼ିକ ମଧ୍ୟ ସମ୍ମିଳନୀରେ ପ୍ରତିନିଧିତ୍ୱ କରିଥିଲେ। ଆଇଏଲଏସରୁ ସୃଷ୍ଟି ହୋଇଥିବା ଫେକଲ୍ଟି ସ୍ପିନ୍‌ ଅଫ୍‌ କମ୍ପାନୀ ମଧ୍ୟରୁ ଅନ୍ୟତମ ପଲି ଅର୍ବିଟ୍‌ ଅସ୍ଥି ମରାମତି ନିମନ୍ତେ ଇଭି ଏବଂ ନୂଆ ବାୟୋମେଟେରିୟାଲ ବ୍ୟବହାରରେ ଲଗାତାର ପ୍ରଗତି କରୁଛି। ଆଇଏଲଏସର ବୈଜ୍ଞାନିକ ମାମୋନି ଦାଶ ଏହାକୁ ପ୍ରତିଷ୍ଠା କରିଥିଲେ। ଇନସେଭ୍‌ ର ସଭାପତି ପ୍ରଫେସର ସୁଜାତା ମହାନ୍ତି, ଆଇଏଲଏସର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ କହିଥିଲେ, ଏହି ସମ୍ମିଳନୀ ନୂଆ ଷ୍ଟାର୍ଟଅପ୍‌ ଓ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବ।

ଅନ୍ତର୍ଜାତୀୟ ସମ୍ମିଳନୀ ଆଇଏଲଏସ ନୂତନ ଚିକିତ୍ସା ପଦ୍ଧତି
Share. Facebook Twitter LinkedIn Email WhatsApp Copy Link

Related Posts

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Latest News

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026

ପ୍ରଶାସନିକ ଏକକଗୁଡ଼ିକର ସଂଶୋଧିତ ଇଂରାଜୀ ବନାନ ତ୍ଵରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.