ପୁରୀ : ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବା ନେଇ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ୧୯୭୮ ତାଲିକାଠାରୁ ଅଧିକ ଅଳଙ୍କାର ସେବକ ଗଣତି କରି ଦେଇଛନ୍ତି । ଏହି ସବୁ ଗଣତି ୨୦୨୬ ତାଲିକାରେ ସାମିଲ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ପାଢୀ । ଆସନ୍ତା ସୋମବାଠାରୁ ଭିତର ଭଣ୍ଡାର ଗଣତି ମଣତି ଆରମ୍ଭ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।
ରତ୍ନଭଣ୍ଡାର ଗଣତି ମଣତି ନେଇ ଜଷ୍ଟିସ୍ ବିଶ୍ୱନାଥ ରଥ ପ୍ରତ୍ରିକ୍ରିୟା ରଖି କହିଛନ୍ତି ଯେ ରତ୍ନଅଳଙ୍କାର ବଢି ୧୪୭ରେ ପହଞ୍ଚିଛି । ବାହାର ରତ୍ନଭଣ୍ଡାରରରେ୨ଟି ଅଳଙ୍କାର ମିଳୁନଥିବାର କହିଛନ୍ତି ଜଷ୍ଟିସ୍ ରଥ । ତେବେ ଏହା ଭିତର ଭଣ୍ଡାର ଗଣତି ମଣତି ବେଳେ ଅଛି କି ନାହିଁ ତାହା ଜଣାପଡ଼ିବ ବୋଲି ଜଷ୍ଟିସ୍ ରଥ କହିଛନ୍ତି । ତେବେ ୧୧୮ ପ୍ରକାର ରତ୍ନ ଅଳଙ୍କାର ବଢି ଏବେ ଏହା ୧୪୭ରେ ପହଞ୍ଚିଛି । ରତ୍ନ ବିଶାରଦମାନେ ଅନେକ ରତ୍ନ ଚିହ୍ନଟ କରିପାରିନାହାନ୍ତି ବୋଲି ମଧ୍ୟ କହିଛନ୍ତି ।


