Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬
ଆଜିର ଖବର

ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬

September 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Omfed Wins Times Icon Award 2026
Omfed Wins Times Icon Award 2026

ଭୁବନେଶ୍ୱର: ଓଡ଼ିଶାର ଦୁଗ୍ଧ କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ, ଉତ୍କର୍ଷତା ଏବଂ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଅବଦାନ ପାଇଁ ଓମ୍ଫେଡ୍ (OMFED)କୁ ସମ୍ମାନଜନକ ‘ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଛି।
ଭୁବନେଶ୍ୱରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଓମ୍ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଭାରତୀୟ ଚଳଚ୍ଚିତ୍ର ଜଗତର ଅନ୍ୟତମ ଅଭିନେତ୍ରୀ ପୁନମ ଧିଲନ୍ଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମଧ୍ୟ ଯୋଗଦେଇଥିଲେ।

ଏହି ପୁରସ୍କାର ଓଡ଼ିଶାର ଦୁଗ୍ଧ କ୍ଷେତ୍ରକୁ ସୁଦୃଢ଼ କରିବା ସହ ଦୁଗ୍ଧ ଚାଷୀମାନଙ୍କ ଜୀବୀକା ଓ ଆୟ ବୃଦ୍ଧିରେ ସହାୟତା, ସମବାୟ ଆନ୍ଦୋଳନର ବିକାଶ ଏବଂ ରାଜ୍ୟର ଗ୍ରାମୀଣ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ପ୍ରଗତିରେ ଓମ୍ଫେଡ୍‌ର ଅବଦାନକୁ ସ୍ୱୀକୃତି ପ୍ରଦାନ କରୁଛି।

ଚାଷୀଙ୍କ ସହ ସିଧାସଳଖ ସମ୍ପର୍କ, ଦୁଗ୍ଧ ସଂଗ୍ରହ ଓ ପ୍ରକ୍ରିୟାକରଣ ବ୍ୟବସ୍ଥାର ସୁଦୃଢ଼ୀକରଣ, ଗୁଣାତ୍ମକ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ଯୋଗାଣ ଏବଂ ସମବାୟ ଭିତ୍ତିକ ବିକାଶ ମାଧ୍ୟମରେ ଓମ୍ଫେଡ୍ ରାଜ୍ୟର ଦୁଗ୍ଧ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି।

ଏହି ସ୍ୱୀକୃତି ଓମ୍ଫେଡ୍ ସହ ଜଡ଼ିତ ହଜାର ହଜାର ଦୁଗ୍ଧ ଚାଷୀ, ଦୁଗ୍ଧ ସମବାୟ ସଂସ୍ଥା, କର୍ମଚାରୀ ଏବଂ ସମଗ୍ର ଓଡ଼ିଶାର ଦୁଗ୍ଧ ଶିଳ୍ପ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଏହି ପୁରସ୍କାର ଓମ୍ଫେଡ୍‌ର ଚାଷୀକେନ୍ଦ୍ରିକ ଆଭିମୁଖ୍ୟ ଏବଂ ଓଡ଼ିଶାର ଗ୍ରାମୀଣ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ନୂତନ ଉତ୍ସାହ ପ୍ରଦାନ କରିବ। ଓମ୍ଫେଡ୍ ଏବଂ ଓଡ଼ିଶାର ସମଗ୍ର ଦୁଗ୍ଧ ଉଦ୍ୟୋଗ ପାଇଁ ଏହା ଏକ ଗର୍ବ ଓ ସ୍ମରଣୀୟ। ଏହି ସମ୍ମାନ ଓଡିଶାର ଲକ୍ଷ ଲକ୍ଷ ଓମ୍ଫେଡ୍ ଦୁଗ୍ଧ ଚାଷୀ ଓ କର୍ମଚାରୀଙ୍କର ଏବଂ ସେମାନଙ୍କୁ ଏହା ଉତ୍ସାହିତ କରିବ ବୋଲି କହିଛନ୍ତି ଓମ୍ଫେଡ୍ ଅଧ୍ୟକ୍ଷ ଶ୍ରୀ ପ୍ରଧାନୀ।

omfed ଓମ୍‌ଫେଡ଼ ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬ ଡକ୍ଟର ହରିବାବୁ କମ୍ଭମପାଟି
Share. Facebook Twitter LinkedIn Email WhatsApp Copy Link

Related Posts

ପେଜାୱର ମଠର ଶ୍ରଦ୍ଧେୟ ସନ୍ଥ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀ ଜୀଙ୍କୁ ଭେଟିଲେ ଗୃହମନ୍ତ୍ରୀ

September 22, 2026

ଆଜି ସେପ୍ଟେମ୍ବର ୨୨ ତାରିଖରେ ନଅଟି ରାଶିର ବ୍ୟକ୍ତିଙ୍କ ଉପରେ ହେବ କୃପା ବୃଷ୍ଟି

September 22, 2026

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026
Latest News

ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬

September 22, 2026

ପେଜାୱର ମଠର ଶ୍ରଦ୍ଧେୟ ସନ୍ଥ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀ ଜୀଙ୍କୁ ଭେଟିଲେ ଗୃହମନ୍ତ୍ରୀ

September 22, 2026

ଆଜି ସେପ୍ଟେମ୍ବର ୨୨ ତାରିଖରେ ନଅଟି ରାଶିର ବ୍ୟକ୍ତିଙ୍କ ଉପରେ ହେବ କୃପା ବୃଷ୍ଟି

September 22, 2026

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.