ଭୁବନେଶ୍ଵର: କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧିକୁ ଆଉ ପ୍ରାୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏ ନେଇ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୪ ଏପ୍ରିଲ ୨୦୨୬ରେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଶେଷ ହେବାର ଥିଲା। ଏବେ ଏହି ଅବଧିକୁ ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅବଧି ବୃଦ୍ଧି ପରେ ନଦୀ ଜଳ ବଣ୍ଟନକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ରହିଥିବା ବିବାଦର ସମାଧାନ ଲାଗି ଅଧିକ ସମୟ ମିଳିପାରିବ ବୋଲି ଆଶା କରାଯାଉଛି।
ଶନିବାର ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହେବାର ଥିଲା। ତେବେ ଶୁଣାଣି ପୂର୍ବରୁ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରେ ଟ୍ରିବ୍ୟୁନାଲର ପରିବର୍ତ୍ତୀ ଶୁଣାଣି ହେବ। ଗତ ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା।


