ବ୍ରହ୍ମପୁର: ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରୁ ଏପରି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ହାଣି ନିମର୍ମ ଭାବରେ ହତ୍ୟା କରାଯାଇଛି । ଗୋଳନ୍ଥରା ଥାନା ପଞ୍ଚମା ଗାଁ ବିଲରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ହତ୍ୟାଟି ସଂଘବଦ୍ଧ ଭାବରେ ହୋଇଥିବାବେଳେ ଏହାର କାରଣ ଅସ୍ପଷ୍ଟ ରହିଛି ।


