Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା: ଏନକାଉଣ୍ଟରରେ ଅଭିଯୁକ୍ତ ଜାଭେଦ ନିହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁଁରେ ଦୁଇ ଶିଶୁଙ୍କୁ ହତ୍ୟା କରାଯାଇଛି। ନିରୀହ ପିଲାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଛି। ଉତ୍ତେଜିତ ଲୋକମାନେ ଏନେଇ ପୋଲିସ ଷ୍ଟେସନରେ ହଙ୍ଗମା କରିଛନ୍ତି। ଯାନବାହାନ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଉଭୟ ଶିଶୁ ହତ୍ୟାର ଅଭିଯୁକ୍ତ ଏନକାଉଣ୍ଟରରେ ନିହତ ହୋଇଛି।

ବରେଲି ଆଇଜି ରାକେଶ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲା ଏବଂ ପୋଲିସର ପାଲଟା ଆକ୍ରମଣରେ ଅଭିଯୁକ୍ତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଅଭିଯୁକ୍ତ ୨୫-୩୦ ବର୍ଷ ବୟସର ଥିଲା।

ଏହି ପ୍ରସଙ୍ଗରେ ବଦାୟୁଁ ଡିଏମ୍ ମନୋଜ କୁମାର କହିଛନ୍ତି ଯେ, “ଆଜି ସନ୍ଧ୍ୟାରେ ବାବା କଲୋନୀରେ ଜଣେ ଯୁବକ ଘରେ ପଶି ଦୁଇ ପିଲାଙ୍କୁ ହତ୍ୟା କରିଥିବା ସୂଚନା ମିଳିଥିଲା। କିଛି ଲୋକ ଏଥିରେ ଉତ୍ତେଜିତ ହୋଇ ହଙ୍ଗାମା କରିଥିଲେ। ମୃତ୍ୟୁବରଣ କରିଥିବା ପିଲାମାନଙ୍କର ବୟସ ପ୍ରାୟ ୧୧ ବର୍ଷ ଏବଂ ୬ ବର୍ଷ ଥିଲା। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡିନାହିଁ। ବର୍ତ୍ତମାନ ପୋଲିସ ତଦନ୍ତରେ ନିୟୋଜିତ ଅଛି।”

Categories
ଆଞ୍ଚଳିକ

ବହୁଚର୍ଚ୍ଚିତ ରଘୁନାଥପୁର ଗ୍ରାମ ହତ୍ୟାକାଣ୍ଡ ମାମଲା: ଫେରାର ଅଭିଯୁକ୍ତକୁ ଗିରଫ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବହୁଚର୍ଚ୍ଚିତ ରଘୁନାଥପୁର ଗ୍ରାମ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତକୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ। ସୂଚନା ମୁତାବକ ବାଲୁଗାଁ ଥାନା କେଶ ନଂ ୧୫୧/୨୦୨୨ ମୁତାବକ ରଘୁନାଥପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ଅତି ନିର୍ମମ ହତ୍ୟା କରାଯାଇଥିଲା।

ପୂର୍ବରୁ ଉକ୍ତ ହତ୍ୟା ମାମଲାରେ ୫ଜଣ ଗିରଫ ହୋଇଥିବା ବେଳେ ସିଙ୍ଗେଶ୍ୱର ଗ୍ରାମର ନାରାୟଣ ବେହେରାଙ୍କ ପୁଅ ଅନିଲ ବେହେରା ଓରଫ ଚିରୁ ଦୀର୍ଘ ଦିନ ଧରି ଫେରାର ଥିଲେ। ଏ ନେଇ ତାଙ୍କ ବିରୁଦ୍ଧରେ ଅଦାଲତ ଜି ଆର କେଶ ନଂ ୩୧୫/୨୦୨୨ ଆଧାରରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା ସଦଳବଳେ ପହଞ୍ଚି ଅଭିଯୁକ୍ତ ଚିରୁଙ୍କୁ ଗିରଫ କରିବାରେ ସଫଳ ହେଇଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ପରିଡା କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କାଠ ଫାଳିଆରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

ବ୍ରହ୍ମପୁର (କୈଲାଶ ଚନ୍ଦ୍ର ଚୌଧୁରୀ): ହିଂଜିଲି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ବିଜୟ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କାଠ ଫାଳିଆରେ ବିଜୟଙ୍କ ମୁଣ୍ଡକୁ ଆକ୍ରମଣ ହୋଇଛି। ଯାହା ଫଳରେ ବିଜୟଙ୍କ ଘଟଣା ସ୍ଥଳେ ହିଁ ମୃତ୍ୟୁ ହୋଇଥିଲା।

କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣା ସ୍ଥଳେ ପହଞ୍ଚି ମୃତ ଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଞ୍ଚଳ ବାସିନ୍ଦା ଠାରୁ ଜଣାପଡିଛି ଯେ, ବିଜୟ ଜଣେ ନିଶାଗ୍ରସ୍ତ ଯୁବକ ଓ ଆଗ ଦିନ ଆକ୍ରମଣକାରୀ ରାମକୃଷ୍ଣ ସାହୁଙ୍କ ଘର ବାରଣ୍ଡାରେ ଶୋଇ ପଡ଼ିଥିଲା। ସକାଳୁ ଉଭୟଙ୍କ ମଧ୍ୟରେ ଋଣ ଟଙ୍କା କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏତିକି ବେଳେ ଉତ୍ତ୍ୟକ୍ତ ରାମକୃଷ୍ଣ ଏକ କାଠ ଫାଳିଆରେ ବିଜୟଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେବା ପରେ ସେ ଜୀବନ ବଞ୍ଚାଇବାକୁ ବାହାରକୁ ଆସି ରାସ୍ତା ଉପରେ ପଡ଼ିଯାଇଥିଲା ଓ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।

ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ବିଜୟଙ୍କ ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ ରାମକୃଷ୍ଣକୁ ଉଠେଇ ଆଣି ଥାନାରେ ରଖି ପଚରାଉଚରା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ବାପା-ମାଆକୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ

ରାଉରକେଲା : ବାପା ମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଛି ପୁଅ । ବିଶ୍ରାଥାନା ବିଶିପୁର ଗାଁରେ ନୃଶଂସ କାଣ୍ଡ ଘଟାଇଛି ପୁଅ । ପାରିବାରିକ କଳହରୁ ପୁଅର ଏପରି କାଣ୍ଡ କରିଥିବାର ସୂଚନା ରହିଛି । ଜମି ବିକିବାକୁ ବାପା-ମା’ ନ ଦେବାରୁ ପୁଅ ଏଭଳି ନୃଶଂସ କାଣ୍ଡ କରିଛି । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ୍‌ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଛାଡପତ୍ର ପାଇଁ ମା’ର ଜୀବନ ନେଲା ପୁଅ

ନୂଆଦିଲ୍ଳୀ : ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ ନାବାଳକ ନିଜ ମା’କୁ ହତ୍ୟା କରିଛି । ମା’ ଛାଡପତ୍ର କାଗଜରେ ଦସ୍ତଖତ ନ କରିବାରୁ ରାଗରେ ନାବାଳକ ଜଣକ ଏପରି କାଣ୍ଡ ଘଟାଇଛି । ତେବେ ପୋଲିସ୍‌ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ନାବାଳକର ପିତା ଜଣକ ତାଙ୍କ ମା’ଙ୍କଠାରୁ ଛାଡପତ୍ର ଚାହୁଁଥିଲେ । କିନ୍ତୁ ତାଙ୍କ ମା’ ଏହା ଦେବାକୁ ମନା କରିଥିଲେ । ଏହାକୁନେଇ ନାବାଳକଙ୍କ ସାଙ୍ଗମାନେ ତାଙ୍କର ମଜାକ୍‌ କରୁଥିଲେ । ଏହି ମଜାକ୍‌ରେ ନାବାଳାକ ଜଣକ ବ୍ୟତିବ୍ୟସ୍ତ ହୋଇ ନିଜମା’କୁ ନିର୍ମମ ଭାବରେ ହତ୍ୟା କରିଥିଲେ ।

ପୋଲିସ୍‌ ନାବାଳକକୁ ଗିରଫ କରି ଜୁଭେନାଇଲ୍‌ କୋର୍ଟରେ ହାଜ କରାଯାଇଛି । ଏଠାରେ ତାଙ୍କୁ ବାଳସୁଧାରଗୃହକୁ ପଠାଯିବ ।  ନାବାଳକ ଓ ତାଙ୍କ ପରିବାର ଦିଲ୍ଳୀରେ ରହୁଥିଲେ । ପ୍ରାୟ ସାଢ ତିନି ବର୍ଷ ହେବ ନାବାଳକ ମାତା ପିତା ଅଲଗା ଅଲଗା ରହୁଥିଲେ । ଛାଡପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ସ୍ତ୍ରୀ ଜଣକ ଛାଡପତ୍ର ଦେବାକୁ ପ୍ରସ୍ତୁତ ନଥିଲେ ।

ମୃତକ ମହିଳାଙ୍କ ବଡପୁଅ ତାଙ୍କ ସ୍ବାମୀଙ୍କ ସହିତ ରହୁଥିଲେ । ମା’-ବାପାଙ୍କ ମଧ୍ୟରେ ଛାଡପତ୍ର ମାମଲାକୁ ନେଇ ନାବାଳକ ଜଣକ ନିଜ ମା’କୁ ଦୋଷୀ ଭାବୁଥିଲେ । କେବେ କେବେ ଜୀବନରୁ ମାରିଦେବାର ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ନାବାଳକର ଭଉଣୀ ।

ନଭେମ୍ବର 30 ତାରିଖରେ ନାବାଳକ ଜଣକ ମା’ଙ୍କ ଘରକୁ ଖାଇବା ପାଇଁ ଆସିଥିଲେ। ରାତ୍ରିରେ ସେ ତାଙ୍କୁ ତାଙ୍କ ପିତାଙ୍କ ଘରେ ଛାଡିବା ପାଇଁ ମା’ଙ୍କୁ କହିଥିଲେ । ରାତ୍ରି 12.40 ସମୟରେ ସେ ଦୁହେଁଘରୁ ବାହାରିଥିଲେ । ଏହାପରେ ମହିଳା ଜଣକ ଆଉ ଘରକୁ ଫେରିନଥିଲେ  । ଏହାପରେ ମହିଳାଙ୍କ ମୃତଦେହ ମିଳିଥିଲା । ମହିଳାଙ୍କ କନ୍ୟା ତଥା ନାବାଳକଙ୍କ ଭଉଣୀ ମାଙ୍କ ମୃତ୍ୟୁ ଖବର ଜାଣିବା ପରେ ନାବାଳକଙ୍କୁ ଫୋନ୍‌ କରିଥିଲେ । କିନ୍ତୁ ନାବାଳକର ମୋବାଇଲ ସ୍ବିଚ୍‌ ଅଫ୍‌ ଆସିଥିଲା । ଏହାପରେ ପୋଲିସ୍‌ ଏହି ଘଟଣାର ତଦନ୍ତ କରିବା ପରେ ଘଟଣା ଉପରୁ ପରଦା ହଟାଇଥିଲା । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

କନ୍ଦର୍ପ ବେହେରା

ରେଢାଖୋଲ-ଭଗବାନକୁ ସାକ୍ଷୀ ରଖି ବାହାବେଦୀରେ ସ୍ୱାମୀ ସ୍ତ୍ରୀର ହାତ ଧରି ବାହାଘର ହୋଇଥାଏ ଯୁଗଯୁଗ ପାଇଁ । ହେଲେ ସ୍ୱାମୀ ଯେ ଦିନେ ସବୁ ମିଥ୍ୟା ଭାବି ନିଜର ଅର୍ଦ୍ଧାଙ୍ଗିନୀକୁ ହତ୍ୟା କରିବ କେହି ବି ଭାବି ନ ଥିବେ ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସବଡିଭିଜନର ଜୁଜୋମୁରା ଥାନା ଅଂଚଳରେ । ପ୍ରକାଶ ଯେ ଜୁଜୋମୁରା ଥାନା ମେଘପାଳ ପଂଚାୟତର ଘୁସୁରିବାହାଲ ଗାଁରେ ପ୍ରମୋଦ ଭଏସା ରାତିରେ ମଦ୍ୟପାନ କରି ନିଜର ସ୍ତ୍ରୀ  ସହ ଝଗଡା କରିଥିଲେ । ଅତ୍ୟଧିକ ମଦ୍ୟପାନ କରି ସେ ଧରିଥିବା ଏକ ଟାଙ୍ଗିଆରେ ପାର୍ବତୀର ମୁଣ୍ଡକୁ ହାଣି ଥିଲା । ଘଟଣା ସ୍ଥଳରେ ହିଁ ପାର୍ବତୀର ମୃତ୍ୟୁ ହୋଇଯାଇଥିଲା ।  ମଦ ନିଶାରେ ମସଗୁଲ ପ୍ରମୋଦ ଏପରି ଏକ ନୃଶଂସ କାଣ୍ଡ କରିଥିବା ଜୁଜୋମୁରା ପୋଲିସ୍ ଓ ରେଢାଖୋଲ ଏସ୍‌ଡିପିଓ ଖବର ପାଇ ଘଟଣା ସ୍ଥଳକୁ ଯାଇ ମୃତ ଶବ ଜବତ କରିବା ସହ ହତ୍ୟାକାରୀ ପ୍ରମୋଦକୁ ଗିରଫ କରିଥିଲେ । ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ  ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଣାପଡିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୋବାଇଲ୍‌ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଝାଡଖଣ୍ଡ : ଝାଡଖଣ୍ଡର ଚତରାଠାରେ ଜଣେ ସ୍ବାମୀ ମୋବାଇଲ୍‌ ସ୍ତ୍ରୀକୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଙ୍କର ମୋବାଇଲ୍‌ ହଜିଯିବାରୁ ନିଜ ସ୍ତ୍ରୀକୁ ଘରେ ଫାଶୀରେ ଝୁଲାଇ ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ଜଣଙ୍କୁ ପୋଲିସ୍‌ ଗିରଫ କରିଛି ।

ଅଭିଯୁକ୍ତ ସ୍ବାମୀ ଜଣକ ହେଉଛନ୍ତି ଉମେଶ ଭୂୟାଁ ।  ମୋବାଇଲ୍‌ ଫୋନ୍‌ ହଜିଯିବା ପରେ ରାଗରେ ନିଜ ସ୍ତ୍ରୀ ଡଲି ଦେବୀଙ୍କୁ ଘରେ ଫାଶୀରେ ଝୁଲାଇଦେଇଛନ୍ତି । ଏହି ଘଟଣା ଚତରା ସଦର ଥାନା ଅନ୍ତର୍ଗତ ହାସବୋ ଗ୍ରାମରେ ହୋଇଛି । ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ସ୍ବାମୀ ଜଣକ ଶଶ୍ବୁର ଘରକୁ ଯାଇଥିଲେ । ସେଠାରେ ତାଙ୍କ ମୋବାଇଲ ହଜି ଯାଇଥିଲା । ତା’ ପରଦିନ ଯେତେବଳେ ସେ ଘରକୁ ଫେରିଲେ ମୋବାଇଲ ହଜିଥିବା ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା କରିଥିଲେ । ରାଗରେ ସ୍ବାମୀ ଜଣକ ସ୍ତ୍ରୀଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ ।

ପୋଲିସ୍‌ ଘଟଣାସମ୍ପର୍କରେ ସୂଚନା ପାଇବା ପରେ ମହିଳାଙ୍କ ମୃତଦେହକୁଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । ଅଭିଯୁକ୍ତ ସ୍ବାମୀ ଉମେଶ ଭୂୟାଁକୁ ଗିରଫ କରି ଜେଲ୍‌ ପଠାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଟଙ୍କା ପାଇଁ କାକାକୁ ଜୀଅଁନ୍ତା ଜାଳିଲା ପୁତୁରା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଫତେଗଞ୍ଜ ଥାନା କ୍ଷେତ୍ରର ଜବରାପୁର ଗ୍ରାମରେ ଟଙ୍କା ଦେଣନେଣ ବିବାଦରେ ଜଣେ ପୁତୁରା ନିଜ କାକାକୁ ଜୀଅଁନ୍ତା ଜାଳି ଦେଇଛି ।

ମିଳିଥିବା ସୂଚନା ଅନୁସାରେ ଫତେଗଞ୍ଜ ଥାନା ଅଞ୍ଚଳର ଜବରାପୁର ଗ୍ରାମରେ ପଇସା ଦେଣନେଣକୁ ନେଇ ବିବାଦରେ ଜଣେ ପୁତୁରା ନିଜ ଦାଦାଙ୍କ ଉପରେ ପେଟ୍ରୋଲ୍‌ ଲଗାଇ ନିଆଁ ଲଗାଇ ଦେଇଛନ୍ତି । 55 ବର୍ଷୀୟ ଚାଚା ବିନ୍ଦୋ ପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ପୁତୁରା ରାମଭରୋସେଙ୍କଠୁ କାକା ବିନ୍ଦୋ କିଛି ଟଙ୍କା ଉଧାର ନେଇଥିଲେ । ଯାହାକୁ କାକା ଦେଇନଥିଲେ । ଏହି ପଇସାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରାଗରେ ପୁତୁରା ନିଜ କାକାକୁ ଜୀଅନ୍ତାଁ ଜାଳି ଦେଇଛି । ଏହି ଘଟଣାରେ ଅଭିଯୁକ୍ତ ପୁତୁରାକୁ ପୋଲିସ୍‌ ଗିରଫ କରିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

କ୍ଷେତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଚାରି ସନ୍ତାନଙ୍କ ମୃତଦେହ : କୁରାଢୀରେ କରାଯାଇଛି ନିର୍ମମ ହତ୍ୟା

ଜଲଗାଁଓ : ମହାରାଷ୍ଟ୍ରର ଜଲଗାଁଓରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ଅଜ୍ଞାତ ବ୍ୟକ୍ତି ଗୋଟିଏ ପରିବାରର ଚାରି ସନ୍ତାନଙ୍କୁ କୁରାଢୀରେ ନିର୍ମମ ହତ୍ୟା କରିଛି । ବୋରେଖେଡା ଗ୍ରାମର କ୍ଷେତରୁ ଚାରି ଶିଶୁଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଚାକିରି ସନ୍ଧାନରେ ମହତାବ ତାଙ୍କ ସ୍ତ୍ରୀ ସହ ଚାରି ସନ୍ତାନକୁ ଧରି ମଧ୍ୟପ୍ରଦେଶରୁ ମହାରାଷ୍ଟ୍ରର ଜଲଗାଁଓ ଆସିଥିଲେ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ରୁମଲୀ ବାଇ ଓ 12 ବର୍ଷର ଝିଅ ସଇତା, 11 ବର୍ଷର ରାଓ୍ବଲ୍‌, ଆଠ ବର୍ଷର ଅନୀଲ୍‌ ଓ ତିନି ବର୍ଷର ସୁମନ୍‌ ରହିଥିଲେ । ବାରଖେଡା ଗ୍ରାମର ମୁସ୍ତଫା ନାମକ ଜଣେ ବ୍ୟକ୍ତିଙ୍କ ଘରେ ମହତାବ ଚାଷ କାର୍ଯ୍ୟ କରୁଥିଲେ । ତେବେ ମାତା ପିତା ମଧ୍ୟପ୍ରଦେଶରେ ରହିଥିବାବେଳେ ଚାରି ସନ୍ତାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମୁସ୍ତାଫାଙ୍କ କ୍ଷେତରୁ ଉଦ୍ଧାର କରାଯାଇଛି ।  ତେବେ ଏହି ଘଟଣା ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ହୋଇଥିବାର ସୂଚନା ରହିଛି ।

ପ୍ରାଥମିକ ଯାଞ୍ଚରୁ ଏହି ମୃତ ସନ୍ତାନକୁ ଏକ କୁରାଢୀରେ ହତ୍ୟା କରାଯାଇଥିବାର ସୂଚନା ଦେଇଛି ପୋଲିସ୍‌ । ତେବେ ପୋଲିସ୍‌ ସମସ୍ତ ଅଞ୍ଚଳକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଯୁବତୀଙ୍କ ସହ ବନ୍ଧୁତା କରିବା ପଡିଲା ମହଙ୍ଗା : ସମ୍ପର୍କୀୟଙ୍କ ମାଡ଼ରେ ଯୁବକଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଅଞ୍ଚଳରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ରହିଛି । ତେବେ ଏହି ହତ୍ୟା ଘଟଣା ଜଣେ କିଶୋରୀ ବା ଯୁବତୀ ସହିତ ବନ୍ଧୁତା କରିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବାର ସୂଚନା ରହିଛି । ପୋଲିସ୍‌ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ଆଦର୍ଶ ନଗର ଅଞ୍ଚଳରେ ରହୁଥିବା 18 ବର୍ଷୀୟ ରାହୁଲ୍‌ ନାମକ ଯୁବକ ରହୁଥିଲେ । ସେ ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଛାତ୍ର ଥିବାର ସୂଚନା ରହିଛି । ସେ ପଢିବା ସହିତ ଟିଉସନ୍‌ କରୁଥିଲେ । ତାଙ୍କ ପିତା ଜଣେ ଡ୍ରାଇଭର । ରାହୁଲ୍‌ଙ୍କ ମା’ଙ୍କ କହିବାନୁସାରେ କେହି ଟ୍ୟୁସନ୍‌ ନେଇ କଥାବାର୍ତ୍ତା କରିବାକୁ ରାହୁଲ୍‌କୁ ଘରୁ ବାହାରକୁ ଡାକିଲେ । ଘରଠାରୁ କିଛି ଦୂରରେ ରାହୁଲ୍‌ ସହିତ ମାରପିଟ୍‌ ହୋଇଥିଲା । ରାହୁଲ୍‌ଙ୍କୁ ଏମିତି ମାଡ ମାରିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଥିଲା । ରାହୁଲ୍‌ଙ୍କ ପ୍ରାୟ 15ଜଣ ଲୋକେ ମାରିଥିଲେ । ମୃତ ଯୁବକ ଜଣକ ଜଣେ ଝିଅ ସହିତ ଫୋନ୍‌ରେ କଥା ହେଉଥିଲେ ବୋଲି ସୂଚନା ରହିଛି । ଏହି ଘଟଣାକୁ ନେଇ ଉକ୍ତ ଝିଅଙ୍କ ପରିବାର ଲୋକେ ଯୁବକକୁ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଘରଠାରୁ 500 ମିଟର ଦୂରର ଏହି ଘଟଣା ଘଟିଥିଲା । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ପୋଲିସ୍‌ ଯାଞ୍ଚ କରୁଛି । ପୋଲିସ୍‌ ଏହି ଘଟଣାରେ ଯୁବତୀଙ୍କ ସମ୍ପର୍କୀୟ ଦୁଇଜଣଙ୍କୁ ଗିରଫ କରିବା ସହିତ ଯୁବତୀଙ୍କ ନାବାଳକ ତିନି ଭାଇଙ୍କୁ ଅଟକରଖିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବାପଘରୁ ଶାଶୁଘରକୁ ଆସୁନଥିଲେ ସ୍ତ୍ରୀ : ରାଗରେ ସ୍ବାମୀ କଲେ ଏପରି କାଣ୍ଡ …

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହଠାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସନକୁଇଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶଶୁର ଓ ଶାଳୀଙ୍କୁ ଜୀବନରୁ ମାରି ଦେଇଥିବାର ସୂଚନା ରହିଛି । ଅପରପକ୍ଷରେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୋଲିସ୍‌ କହିବାନୁସାରେ ସ୍ତ୍ରୀ ଶଶୁରାଳୟକୁ ନ ଯିବା କାରଣରୁ ଏପରି କ ଘଟଣାଘଟିଛି ।

ମିଳିଥିବା ସୂଚନା ଅନୁସାରେ ସନକୁଇଆ ଗ୍ରାମରେ ରହୁଥିବା ଦ୍ରୌପଦୀ ଅହରଓ୍ବାଲ  ପନ୍ନ ଜିଲ୍ଲାର ସିମରିଆ ଥାନା ନିକଟସ୍ଥ ଏକ ଗ୍ରାମରେ ହୋଇଥିଲା । ବିବାହ ପରେ ବି ଦ୍ରୌପଦୀ ନିଜ ବାପ ଘରେ ହିଁ ରହୁଥିଲେ । ନିଜ ସ୍ତ୍ରୀକୁ ନେବା ପାଇଁ ଦ୍ରୌପଦୀଙ୍କ ସ୍ବାମୀ ବହୁ ବାର ଶଶୁର ଘରକୁ ଆସୁଥିଲେ ମଧ୍ୟ ସେ ତାଙ୍କ ସ୍ବାମୀଙ୍କ ସାଙ୍ଗରେ ଯାଉନଥିଲେ । ଏହି ଘଟଣାକୁ ନେଇ ତାଙ୍କ ଦ୍ରୌପଦୀଙ୍କ ସ୍ବାମୀ ରାଗରେ ଏଭଳି ଏକ କାଣ୍ଡ ଘଟାଇଛନ୍ତି ।

ଦ୍ରୌପଦୀଙ୍କ ସ୍ବାମୀ ବୁଟିଆ ଶଶୁର ଘରକୁ ଆସି ଜିନିଷପତ୍ର ଭଙ୍ଗାରୁଜା କରିବା ସହିତ ଛୁରୀ ଚଳାଇଥିଲେ । ଦ୍ରୌପଦୀକୁ ବଞ୍ଚାଇବା ପାଇଁ ଦ୍ରୌପଦୀଙ୍କ ବାପା ଓ ଭଉଣୀ ଆସିଥିବାବେଳେ ବୁଟିଆ ନିଜ ଉପରୁ ନିୟନ୍ତ୍ରଣ ହରାଇ ତିନିଜଣଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଦ୍ରୌପଦୀଙ୍କ ବାପା ଓ ଭଉଣୀ ସେଠାରେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ । ଅପରପକ୍ଷରେ ଗୁରୁତର ଅବସ୍ଥାରେ ଦ୍ରୌପଦୀ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ବୁଟିଆ ଅହରିଓ୍ବାଲଙ୍କୁ ପୋଲିସ୍‌ ଗିରଫ କରିଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶରେ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା, ଏନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଗୁଳି ବିନିମୟ, ହତ୍ୟା, ରାହାଜାନି, ଦୁଷ୍କର୍ମ ପରି ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ବିରୋଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଉତ୍ତରପ୍ରଦେଶରେ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ବଲିଆ ଅଂଚଳରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ସାମ୍ବାଦିକ ଜଣକ 42 ବର୍ଷୀୟ ରତନ ସିଂ ବୋଲି ସୂଚନାରହିଛି । ସେ ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌ରେ କାର୍ଯ୍ୟ କରୁଥିବାର ସୂଚନା ରହିଛି । ତେବେ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ  ଗତକାଲି ରାତ୍ରି 9ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାରେ ସାମିଳ୍‌ ହୋଇଥିବା ତିନିଜଣ ଯୁବକକୁ ପୋଲିସ୍‌ ଗିରଫ କରିଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତ ସାମ୍ବାଦିକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  । ଅପରପକ୍ଷରେ ଉତ୍ତରପ୍ରଦେଶରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଯୋଗୁଁ ଯୋଗୀ ସରକାରଙ୍କୁ ବିରୋଧୀ ସମାଲୋଚନା କରିଛନ୍ତି । ଅଖିଳେଶ ଯାଦବ, ମାୟାବତୀ ଓ ପ୍ରିୟଙ୍କା ଗାନ୍ଧି ଏନେଇ ଯୋଗୀ ସରକାରଙ୍କ ଉପରେ ବର୍ଷିବା ସହିତ ସାମ୍ବାଦିକଙ୍କ ହତ୍ୟା ତଥା ଅନ୍ୟ ଅଞ୍ଚଳରେ ହୋଇଥିବା ଗୁଳି ବିନିୟମ ଉପରେ ଜବାବ ମାଗିଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସ୍ୱାମୀ ଏବଂ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତରାଣୀ

ନାଗପୁର : ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ କୋରାଡିରେ ମଙ୍ଗଳବାର ଦିନ ଏହି ଛାତିଥରା ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ଓ ଦୁଇ ଶିଶୁଙ୍କ ହତ୍ୟା କରିବା ପରେ ଜଣେ ଡାକ୍ତରାଣୀ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ପୋଲିସ୍‌ ସୂଚନାନୁସାରେ ଏପରି ଏକ ଅଭାବନୀୟ ଘଟଣା କୋରାଡି ଅଞ୍ଚଳର ଓମ୍‌ ନଗରଠାରେ ଏହି ଘଟଣା ଘଟିଛି । ନିଜ ବାସଭବନରେ ଡ. ସୁଷମା ରାଣେ, ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିବା ଡାକ୍ତରାଣୀଙ୍କ ସ୍ବାମୀ ଧୀରଜ, ଓ  ଦୁଇ ଶିଶଉଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ସନ୍ତାନଙ୍କ ବୟସ ଯଥାକ୍ରମେ 11 ଓ 5 ବର୍ଷ ବୋଲି ସୂଚନା ରହିଛି ।

ବେଡରୁମ୍‌ରୁ ସ୍ବାମୀ ଓ ଦୁଇ ଶିଶୁଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଡାକ୍ତରାଣୀଙ୍କ ଶବକୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇଛି। ଉକ୍ତ ଘରୁ ମିଳିଥିବା ସୁଇସାଇଡ ନୋଟରେ ସୁଷମା ଅସୁଖୀ ବୈବାହିକ ଜୀବନ କାରଣରୁ ଏଭଳି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛନ୍ତି । ପୋଲିସ ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ବିବାହ ପୂର୍ବରୁ ବ୍ୟୁଟିପାର୍ଲର ଯାଇଥିବା କନ୍ୟାର ଗଳା କାଟି ହତ୍ୟା

ରତଲାମ୍‌: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍‌ଅପ୍‌ ନେବାକୁ ଯାଇଥିବା ଜଣେ କନ୍ୟାକୁ ହତ୍ୟା କରାଯାଇଛି । ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ବଧୂ ବେଶ ପାଇଁ କନ୍ୟା ଜଣକ ବ୍ୟୁଟିପାର୍ଲର ଯାଇଥିଲେ । ଏହି ସମୟରେ ଯୁବତୀ ଜଣକଙ୍କୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଛି । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଯୁବତୀଙ୍କ ବୟସ 25 ବର୍ଷ ବୋଲି ଜଣାପଡିଛି ।

ଅଭିଯୁକ୍ତଜଣକ ବିୟୁଟିପାର୍ଲର ଭିତରେ ଜୋରଜବରଦସ୍ତି ପଶି ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ତେବେ ଏହି ଘଟଣାରେ ପୋଲିସ୍‌ ତଦନ୍ତ ଜାରି ରଖିଛି । ତେବେ ଏହା ଏକତରଫା ଯୋଗୁଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୋଲିସ୍‌ ଅନୁମାନ କରିଛି । ପୋଲିସ୍‌କୁ‌ ଅଭିଯୁକ୍ତ ସମ୍ପର୍କରେ ସୁରାକ ପାଇଥିବାବେଳେ ଖୁବ୍ ଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ପୋଲିସ୍‌ କହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗୋଟିଏ ପରିବାରର ଚାରିଜଣଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା

ଚଣ୍ଡିଗଡ: ଗୋଟିଏ ପରିବାରର ଚାରିଜଣଙ୍କ ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି। ପଞ୍ଜାବର ତାରନ ତାରନ ଜିଲ୍ଲାର କାୟରନ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ପରିବାରର ମୁଖ୍ୟ ବ୍ରିଜ ଲାଲ(୬୫)ଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରାଯାଇଥିବା ପଞ୍ଜାବ ପୋଲିସ କହିଛି। ବ୍ରିଜ ଲାଲ ମଧ୍ୟ ନିଶା କାରବାର ମାମଲାରେ ସମ୍ମୁଖୀନ ହୋଇଥିଲେ। ବ୍ରିଜ ଲାଲଙ୍କ ଦୁଇ ବୋହୂ ଜସପ୍ରୀତ କୌର, ଅମାନଦୀପ କୌର ଏବଂ ତାଙ୍କ ସମ୍ପର୍କୀୟ ଦଲଜିତ ସିଂ ଏବଂ ଡ୍ରାଇଭର ଗୁରୁସାହିବ ସିଂ ସବାଙ୍କୁ ମଧ୍ୟ ହତ୍ୟା କରାଯାଇଛି।

ଏହି ଅପରାଧରେ ଅତି କମରେ ଚାରି ଜଣଙ୍କ ସମ୍ପୃକ୍ତି ଥିବା ଏବଂ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରରେ ପୀଡିତଙ୍କ ଗଳା କାଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ଡ୍ରଗ୍ ଅଭିଯୋଗରେ ଅମୃତସରର ସେଣ୍ଟ୍ରାଲ ଜେଲରେ ଥିବାବେଳେ ବ୍ରିଜ ଲାଲଙ୍କ ପତ୍ନୀ ଏକ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଦୁଇ ପୁଅ ବକ୍ସିଶ ସିଂ ସୋନୁ ଏବଂ ପରମଜିତ ସିଂ ପାମା ତାରନ ତାରନ ସହରର ଏକ ନିଶା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହିତ ମିଶି ପୁଅକୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ : ଅବୈଧ ପ୍ରେମ ସମ୍ପର୍କ ସମ୍ମୁଖରେ ଫିକାପଡିଲା ମାତୃତ୍ବ । ନିଜର ଅବୈଧ ପ୍ରେମ ସମ୍ପର୍କ ପାଇଁ ପ୍ରେମିକ ସହାୟତାରେ ନିଜ ପୁଅକୁ ହତ୍ୟା କରିଛି । ମହିଳାଙ୍କ ସ୍ବାମୀ ଦିଲ୍ଲୀରେ କାମ କରନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । 5 ବର୍ଷର ପୁଅ ରହିଥିବା ବେଳେ 12 ବର୍ଷର ପୁଅକୁ ପ୍ରେମିକ ସହିତ ମିଶି ହତ୍ୟା କରିଛନ୍ତି ମହିଳା । ବିହାରର ଗୋପାଳଗଞ୍ଜରେ ଏହି ଭୟାନକ ଘଟଣା ଘଟିଛି ।

ଲକ୍‌ଡାଉନ୍‌ କାରଣରୁ ବଡପୁଅ ହଷ୍ଟେଲରୁ ଫେରିଥିବାରୁ ଏହା ମହିଳାଙ୍କ ପ୍ରେମ ସମ୍ପର୍କରେ ବାଧା ଉପୁଜାଇଥିଲା । ପ୍ରେମ ସମ୍ପର୍କକୁ ନେଇ ବଡ ପୁଅକୁ ଜଣାପଡିବା ପରେ ପ୍ରେମିକ ସହିତ ମିଶି ପୁଅକୁ ହତ୍ୟା କରିଥିଲା ମା । ମା ଏବଂ ପ୍ରେମିକ ମିଶି 10 ତାରିଖରେ 12 ବର୍ଷୀୟ ମନୀଷ କୁମାରଙ୍କୁ ହତ୍ୟା କରାଯାଇଥିଲା । ପରେ ପୋଲିସ୍‌ ତଦନ୍ତରୁ ପ୍ରେମ ସମ୍ପର୍କ ଜଣାପଡିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବୈଧ ସମ୍ପର୍କର ପରିଣାମ : ପ୍ରେମିକା ସହିତ 9 ଜଣଙ୍କୁ ହତ୍ୟା କଲା ଯୁବକ

ହାଇଦ୍ରାବାଦ : ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ 9 ଜଣଙ୍କୁ ହତ୍ୟା କରିଛି ଜଣେ ଯୁବକ । ବିହାରର ଏହି ଯୁବକ ଜଣକ ତେଲେଙ୍ଗାନାରେ ଏହି କାଣ୍ଡ ଭିଆଇଛନ୍ତି । ତେଲେଙ୍ଗାନାର ଓ୍ବାରାଙ୍ଗଲ ଜିଲ୍ଲାର ଗୋରେକୁଣ୍ଟା ଗ୍ରାମରେ ଏହି ଘଟଣା ଘଟିଛି । ପୋଲିସ ପକ୍ଷରୁ ଅଭିଯୁକ୍ତ ସଞ୍ଜୟ କୁମାର ଯାଦବକୁ ଗିରଫ କରାଯାଇଛି ।

ଯୁବକ ଜଣଙ୍କ ଜଣେ ମହିଳାଙ୍କ ସହିତ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ । ମହିଳା ଜଣଙ୍କ ବିବାହ ପାଇଁ ଚାପ ପକାଇବାରୁ ତାଙ୍କୁ ଟ୍ରେନ୍‌ରୁ ଠେଲି ହତ୍ୟା କରିଥିଲେ ଯୁବକ । ଏହାପରେ ଏହି ହତ୍ୟାକୁ ଲୁଚାଇବାକୁ ଯାଇ ଆହୁରି 9 ଜଣଙ୍କୁ ହତ୍ୟା କରିଥିଲେ । ପଶ୍ଚିମବଙ୍ଗର ମକ୍‌ସୁଦ୍‌ ନିଜ ପରିବାର ସହିତ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମକ୍‌ସୁଦ୍‌ଙ୍କ ଝିଆରୀ ରଫିକା ସହିତ ସଞ୍ଜୟର ପ୍ରେମ ସମ୍ପର୍କ ଥିଲା । ଉଭୟ ଲିଭ୍‌ଇନ୍‌ରେ ରହିଥିବା ବେଳେ ରଫିକା ବିବାହ ପାଇଁ ଚାପ ପକାଉଥିଲା । ଏହାପରେ ପଶ୍ଚିମବଙ୍ଗ ନେବା ରାସ୍ତାରେ ରଫିକାକୁ ହତ୍ୟା କରି ଟ୍ରେନ୍‌ରୁ ଫୋପାଡି ଦେଇଥିଲା ସଞ୍ଜୟ । ଏହାକୁ ଲୁଚାଇବା ପାଇଁ ମକ୍‌ସୁଦ୍‌ଙ୍କ ପୁରା ପରିବାରକୁ ହତ୍ୟା କରିଥିଲା ସଞ୍ଜୟ । ସମସ୍ତଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇବା ପରେ ହତ୍ୟା କରି ଏକ କୂଅ ମଧ୍ୟରେ ଫୋପାଡିଥିଲା ସଞ୍ଜୟ ।

ଏହା ସହିତ ନିଜର ଚାରି ସହକର୍ମୀଙ୍କୁ ହତ୍ୟା କରିଥିଲା ସଞ୍ଜୟ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସୋହେଲ୍‌, ନିଜ ଗ୍ରାମର ଦୁଇ ଯୁବକ ଶ୍ରୀରାମ କୁମାର ଶାହ ଏବଂ ଶ୍ୟାମ କୁମାର ଶାହ ଏବଂ ତ୍ରିପୁରାର ମହମ୍ମଦ ସକୀଲକୁ ହତ୍ୟା କରିଥିଲା । ସମସ୍ତଙ୍କୁ ହତ୍ୟା କରି ଫେରାର ଥିବା ବେଳେ ସିସିଟିଭି ଆଧାରରେ ପୋଲିସ୍‌ ସଞ୍ଜୟକୁ ଗିରଫ କରିଥିଲା । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ବର୍ଷୀୟ ଶିଶୁର ମୃତଦେହ ଉଦ୍ଧାର

ବବୁ‌ଲୁ ସାହୁ
ଜୁନାଗଡ଼: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ଜାରିଙ୍ଗ ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଙ୍ଗଳ ମଧ୍ୟରୁ ଏକ ଦୁଇ ବର୍ଷୀୟ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଏକ ବ୍ୟାଗ୍ ଭିତରୁ ଠାବ ହୋଇଛି ଏକ ଦୁଇ ବର୍ଷର କୋମଳମତି ଶିଶୁ ପୁତ୍ରର ମୃତ ଦେହ। ଜାରିଙ୍ଗ ଜଙ୍ଗଲ ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥ ଜାରିଙ୍ଗ ଛକ ନିକଟରେ ଉକ୍ତ ଶିଶୁପୁତ୍ରର ମୃତ ଦେହ ଠାବ କରାଯାଇଛି। କିଏ କାହିଁକି ଏକ ନିଷ୍ପାପ କୋମଲମତି ଶିଶୁକୁ ହତ୍ୟା କରି ବ୍ୟାଗ୍ ଭିତରେ ଭର୍ତ୍ତି କରି ରାସ୍ତା କଡକୁ ଫିଙ୍ଗିଛି ବର୍ତ୍ତମାନ ତାହା ଅସ୍ପଷ୍ଟ। ଘଟଣା ସ୍ଥଳରେ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ପହଞ୍ଚି ମୃତ ଶିଶୁପୁତ୍ରର ଶବକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଶିଶୁଙ୍କ ଗ୍ରାମ ସଦର ଥାନା ଅନ୍ତର୍ଗତ ବରଝୋଲ ତିଳଯୋଡି ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୌତୁକ ଦାବିରେ ବଧୂହତ୍ୟା : ଥାନାରେ ଅଭିଯୋଗ ପରେ ସ୍ବାମୀ ଓ ଶାଶୁ ଗିରଫ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗରେ ବଧୂହତ୍ୟା ଭଳି ଏକ ଘଟଣା ଘଟିଯାଇଛି । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ଗ୍ରାମର ଜନୈକା ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆନନ୍ଦ ମହାରଣା ନାମକ ଜନୈକ ବ୍ୟକ୍ତି ମିନତୀ ସ୍ବାଇଁଙ୍କୁ 6 ବର୍ଷ ତଳେ ଗଡକୁଜଙ୍ଗ ମନ୍ଦିରରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷଙ୍କ ତରଫରୁ ସୁନା ଚେନ୍‌, ସୁନା ମୁଦି, କଲର୍‌ ଟିଭି, ଫ୍ରିଜ୍‌ ଦୁଇ ଚକିଆ ଗାଡି ଏବଂ 50 ହଜାର ଟଙ୍କାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ତେବେ ବିବାହର କିଛି ଦିନ ପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା ।

ଏହି ପ୍ରସଙ୍ଗରେ ଗ୍ରାମର ମୁଖିଆ ମାନଙ୍କୁ ନେଇ ଆପୋଷ ସମାଧାନ ମଧ୍ୟ କରାଯାଇଥିଲା । ଏହାପରେ 12 ତାରିଖ ଦିନ ଝିଅ ବିଷ ପିଇଥିବା ନେଇ କନ୍ୟାପିତାଙ୍କୁ ଖବର ମିଳିଥିଲା । ତାଙ୍କୁ ପ୍ରଥମେ ଅଠରବାଙ୍କୀ ନିଆଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ପଠାଇ ଦିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ଝିଅର ପିତା ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ୍‌ ପକ୍ଷରୁ 37/20ରେ ମାମଲା ରୁଜୁ କରାଯାଇ ସ୍ବାମୀ ଓ ଶାଶୂଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ଯୁଗଳ କିଶୋର ଦାସ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ପ୍ରତିଦ୍ବନ୍ଦ୍ବିତା ପାଇଁ ବନ୍ଧୁକୁ ପିଟି ପିଟି ହତ୍ୟା କଲା ବନ୍ଧୁ

ନୂଆଦିଲ୍ଲୀ : ଲକ୍ ଡାଉନ୍‌ ମଧ୍ୟରେ ଦିଲ୍ଲୀର ଶାହଦରା ଜିଲ୍ଲାର ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ଏହି ହତ୍ୟା ପୁଣି କରିଛି ମୃତ ଯୁବକର ବନ୍ଧୁ । ପାରସ୍ପରିକ ପ୍ରତିଦ୍ବନ୍ଦ୍ବିତା ପାଇଁ  ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡିଛି । ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ଶାହଦରାର ବିବେକ ବିହାର ଏହି ଘଟଣାଟି ଘଟିଛି । ମୃତକଙ୍କ ନାମ ସୁରଜିତ୍‌ ବୋଲି ଜଣାପଡିଛି । ମୃତକ ସୁରଜିତ୍‌ ଗୁଣ୍ଡା ରୂପେ ପରିଚିତ । ସେ ତାଙ୍କ ସାଙ୍ଗ ସୁରଜିତଙ୍କ ସହ ଗ୍ୟାଙ୍ଗ୍‌ରେ ସାମିଲ୍‌ ରହିଛନ୍ତି । କିଛି ଦିନ ପୂର୍ବରୁ ଦୁହିଁ ବନ୍ଧୁ ଅଲଗା ଅଲଗା ଗ୍ୟାଙ୍ଗ୍‌ କରି ଅବୈଧ ଚାନ୍ଦା ମାଗିବାର ଧନ୍ଦା ଆରମ୍ଭ କରିଥିଲେ । ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା ।

ସୋମବାର ଦିନ ରାତ୍ରିରେ ବାହାନା କରି ବନ୍ଧୁ ନାଜିସ୍‌ ସୁରଜିତ୍‌ଙ୍କ ସହ ସାକ୍ଷାତ କରିଥିଲେ । ସୁରଜିତ୍‌କୁ ବିବେକ ବିହାରର ରେଲଓ୍ବେ ଷ୍ଟେସନ୍‌ ନିକଟରେ ଥିବା ଶୂନଶାନ୍‌ ଜାଗାକୁ ନେଇଥିଲେ । ଅନ୍ଧାରରେ ସୁରଜିତ୍‌ ପହଞ୍ଚିବା କ୍ଷଣି ସାଥୀମାନଙ୍କ ସହ ସୁରଜିତ୍‌ଙ୍କ ଉପରେ ଆକ୍ରମଣ କରିଥିଲେ । ଲାଠି ଓ ଠେଙ୍ଗାରେ ସୁରଜିତ୍‌କୁ ପିଟି ପିଟି ମାରି ଦେଇଛି ତା’ ବନ୍ଧୁ । ଘଟଣାସ୍ଥଳରେ ହିଁ ସୁରଜିତ୍‌ର ମୃତ୍ୟୁ ହୋଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପରିବାପତ୍ର ପାଇଁ ହେଲା ଝଗଡା: ବୃଦ୍ଧଙ୍କୁ ହତ୍ୟା କରି ପରିବା ଧରି ଫେରାର୍‌ ଅଭିଯୁକ୍ତ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କରାଯାଇଛି। ଏହା ମଧ୍ୟରେ ଦିଲ୍ଲୀରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ପରିବା ପାଇଁ ଝଗଡା ହେବାରୁ ଜଣେ ବୃଦ୍ଧଙ୍କ ହତ୍ୟା ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଫର୍ସ ବିହାର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ବଜାରରେ ଜଣେ ବୃଦ୍ଧଙ୍କୁ ପରିବା ପାଇଁ ଲାଠି ଓ ବାଡି ମାଧ୍ୟମରେ ପିଟି ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଜଣକ ବୃଦ୍ଧଙ୍କ ପରିବା ନେଇ ପଳାୟନ କରୁଥିବାବେଳେ ବୃଦ୍ଧ ଜଣକ ଅବରୋଧ କରିବାକୁ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା।

ସଞ୍ଜୟ କଲୋନୀ ଅଞ୍ଚଳର ରହୁଥିବା ଜଣେ ବ୍ୟକ୍ତି ପରିବା ପତ୍ର ନେଇ ନିଜ ଘରକୁ ଯାଉଥିଲେ। ଠିକ୍‌ ସେତିକିବେଳେ ତାଙ୍କ ପଡୋଶୀରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଝଗଡା ସୃଷ୍ଟି ହୋଇଥିଲା। ଏହା ପରେ ଯୁବକ ଜଣକ ମନୀଷଙ୍କଠାରୁ ପରିବା ପତ୍ର ଛଡାଇବାକୁ ଲାଗିଲେ। ଏହି ଦୁଇଙ୍କ ଝଗଡାକୁ ଦେଖିବ ମନୀଷଙ୍କ ବୃଦ୍ଧ ପିତା ସେଠାରେ ପହଞ୍ଚିଗଲେ। ବୃଦ୍ଧଜଣକ ଦୁଇଜଣଙ୍କୁ ଛଡାଇବାକୁ ଆରମ୍ଭ କଲେ। କିନ୍ତୁ ଅଭିଯୁକ୍ତ ନହ୍ନେ ବୃଦ୍ଧଙ୍କୁ ମାର ଧର କରିବା ଆରମ୍ଭ କଲେ। ବିବାଦ ଅଧିକ ଗମ୍ଭୀର ରୂପ ନେବା ପରେ ଅଭିଯୁକ୍ତ ଜଣକ ବୃଦ୍ଧଙ୍କ ମୁଣ୍ଡକୁ ଲାଠିରେ ଆକ୍ରମଣ କରିଥିଲେ। ଏହିଘଟଣାରେ ବୃଦ୍ଧ ଜଣକ ଗୁରୁତର ହୋଇ ତଳେ ପଡିଯାଇଥିଲେ। ଏହାପରେ ଅଭିଯୁକ୍ତ ଜଣକ ପରିବା ପତ୍ର ନେଇ ପଳାୟନକରିଥିଲେ। ଅପରପକ୍ଷରେ ମନୀଷ ତାଙ୍କ ପିତାଙ୍କୁ ନେଇ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ପିତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ପୋଲିସ୍‌ ଏହି ଘଟଣାର ମାମଲା ଦାଏର କରି ଅଭିଯୁକ୍ତଙ୍କର ତାଲାସ ଜାରି ରଖିଛି। ଅଭିଯୁକ୍ତ ଗିରଫ ହେବା ପରେ ଏହି ହତ୍ୟାର ଅସଲ କାରଣ ଜଣାପଡିବ ବୋଲି ପୋଲିସ୍‌ କହିଛି। (ଏଜେନ୍ସି)