ବ୍ରହ୍ମପୁର : ବ୍ରହ୍ମପୁରରେ ଅପରାଧ ଥମିବାର ନାଁ ନେଉନାହିଁ । ବ୍ରହ୍ମପୁରରେ ପୁଣି ଏକ ସଙ୍ଘବଦ୍ଧ ଆକ୍ରମଣରେ ସୂଚନା ମିଳିଛି । ପୋଲିସ ଏନ କାଉଣ୍ଟରକୁ ମଧ୍ୟ ଖାତିର ନାହିଁ । ମିଳିଥିବା ସୂଚନା ଅନୁସାରେ ସହର ଉପକଣ୍ଠ ଖଜୁରିଆରେ ଗତକାଲି ସନ୍ଧ୍ୟାରେ ବଚସାରୁ ନାବାଳକ ଜଣଙ୍କୁ ଜୀବନ ହରିବାକୁ ପଡିଛି ।
ମୃତ ଯୁବକ ହେଲେ ଆଇ. ସନିଆ । ଗ୍ରାମର ଦାମସାହି ପୋଖରୀ ନିକଟରେ ପରିଶ୍ରା କରୁଥିବା ସମୟରେ ଫୁଲଟା ଗ୍ରାମର କିଛି ଯୁବକ ପରିଶ୍ରା କରିବା ପାଇଁ ବାରଣ କରିଥିଲେ । ଏହାକୁ ନେଇ ଉଭୟଙ୍କର ମଧ୍ୟରେ ବଚସା ହୋଇଥିଲା । ଏହାପରେ ଯୁବକମାନେ ଉତ୍ତ୍ୟକ୍ତ ହୋଇ ସନିଆକୁ ତଳେ ପକାଇ ମୁଥ ଓ ଗୋଇଠା ମାରି ଲହୁଲୁହାଣ କରିଦେଇଥିଲେ। ଅତ୍ୟଧିକ ରକ୍ତସ୍ରାବ ପରେ ସନିଆ ଅଚେତ ହୋଇ ପଡିଥିଲେ । ସନିଆ ଅଚେତ ହେବା ପରେ ଆକ୍ରମଣକାରୀ ମାନେ ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ସନିଆକୁ ଏମକେସିଜିରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢାଉ ଆରମ୍ଭ କରି ଜଣଙ୍କୁ ଅଟକ ରଖିଥିବାର ସୂଚନା ରହିଛି ।


