Categories
ଅପରାଧ ଆଜିର ଖବର ଜାତୀୟ ଖବର

ଛୁରୀରେ ଭୁସି ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ୍‌କୁ ଫୋନ୍‌ କଲେ ମହିଳା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜଣେ ମହିଳା ନିଜ ସହିତ ହୋଇଥିବା ଦୁଷ୍କର୍ମ ଓ ବ୍ଲାକମେଲିଂରୁ ବିରକ୍ତି ହୋଇ ଜଣେ ଯୁବକଙ୍କ ହତ୍ୟା କରିଥିବାର ସୂଚନା ରହିଛି । ମହିଳା ଜଣକ ଏତେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେ, ରାଗରେ ଉକ୍ତ ଯୁବକଙ୍କୁ 25 ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଗୁଣା ସହରରେ ଘଟିଛି । ଏଠାରେ ଜଣେ ମହିଳା ଜଣେ ଯୁବକଙ୍କୁ 25 ଥର ଛୁରୀ ଭୁସି ହତ୍ୟା କରିଛନ୍ତି ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଯୁବକ ଜଣ 2005ରୁ ଲଗାତର ତାଙ୍କ ସହ ଦୁଷ୍କର୍ମ କରୁଥିଲା । ସେହି ସମୟରେ ସେ ନାବାଳିକା ଥିଲେ । ପୋଲିସ୍‌ ଯାଞ୍ଚରୁ ମିଳିଥିବା ସୂଚନା ଅନୁସାରେ ମୃତକ ଯୁବକଙ୍କ ନାମ ବୃଜଭୂଷଣ ଶର୍ମା । ଅଶୋକନଗରରେ ସେ ରହୁଥିଲେ ବୋଲି ସୂଚନା ରହିଛି । ଅଭିଯୁକ୍ତା ମହିଳା ଜଣକ ମଧ୍ୟ ଅଶୋକ ନଗରରେ ରହୁଥିଲେ ।

ମହିଳାଙ୍କ କହିବା ମୁତାବକ ମାତ୍ର 16 ବର୍ଷ ବୟସରେ ବୃଜଭୂଷଣ ଶର୍ମା ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ଏହାପରେ ଉକ୍ତ ଯୁବକ ଜଣକ ବହୁବାର ଡରାଇ ଧମକାଇ ତାଙ୍କ ସହିତ ଜବରଦସ୍ତି କରିଛନ୍ତି । ଶେଷରେ ମହିଳା ଜଣକ ଜଣେ ଶିକ୍ଷକଙ୍କୁ ବିବାହ କରିନେଇଥିଲେ । ବିବାହ ପରେ ମଧ୍ୟ ଉକ୍ତ ଯୁବକ ତାଙ୍କ ପିଛା ଛାଡି ନଥିଲେ । ବିବାହ ପରେ ମହିଳାଙ୍କର ଏକ ସନ୍ତାନ ହେବା ପରେ ବି ବୃଜଭୂଷଣ ତାଙ୍କ ପିଛା ଛାଡି ନଥିଲେ ।

ଘଟଣାଦିନ ମହିଳା ଘରେ ଏକାକୀ ଥିବାବେଳେ ରାତିରେ ବୃଜଭୂଷଣ ତାଙ୍କ ଘରକୁ ଆସି ତାଙ୍କୁ ଧମକାଇଥିଲେ । ଯୁବକ ଜଣକ ନିଶାଗ୍ରସତ ହୋଇଥିବାବେଳେ ମହିଳାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ । ମହିଳାଜଣକ ନିଜର ଧେର୍ଯ୍ୟ ହରାଇ  ଛୁରୀ ଭୁସି ହତ୍ୟା କରିଛନ୍ତି । ମହିଳା ଜଣକ 25 ଥର ଛୁରୀରେ ଭୁସି ଯୁବକଙ୍କ ହତ୍ୟା କରିଛନ୍ତି ।

ଏହାପରେ ମହିଳା ଜଣକ ପୋଲିସ୍‌କୁ ଫୋନ୍‌ କରି ନିଜ ଅପରାଧ ସ୍ବୀକାର କରିଛନ୍ତି । ମହିଳାଙ୍କ ଫୋନ୍‌ କଲ୍‌ ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ରକ୍ତରେ ଜୁଡୁବୁଡୁରେ ପଡିଥିବାର ଦେଖିଥିଲେ । ସେହିପରି ଯୁବକଙ୍କ ରକ୍ତଜୁଡୁବୁଡୁ ଶରୀର ପାଖରେ ଏକ ତୀକ୍ଷ୍ଣ ଛୁରୀ ରହିଥିଲା । ମହିଳାଙ୍କୁ ପୋଲିସ୍‌ ଗିରଫ କରି ନେଇଥିବାର ଜଣାପଡିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସହକର୍ମୀଙ୍କୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା। ସିଆରପିଏଫ ଇନ୍ସପେକ୍ଟର ଉପରକୁ ଗୁଳି କରିବା ପରେ ନିଜ ଉପରକୁ ଗୁଳି ଚଳାଇଛନ୍ତି ସିଆରପିଏଫ ସବ-ଇନ୍ସପେକ୍ଟର। ଘଟଣାରେ ଉଭୟ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ଦିଲ୍ଲୀର ପୋଶ ଲୋଧି ଇଷ୍ଟେଟ ଅଞ୍ଚଳରେ ଘଟଣାଟି ଘଟିଛି।

61 ଲୋଧି ଅଞ୍ଚଳରେ ଗୁଳି ବିନିମୟ ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଦୁଇ ଜଣ ସିଆରପିଏଫ ଯବାନ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ପୋଲିସ କହିଛି, ଉଭୟ ଯବାନ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା ​​ଯାହା ଶୁକ୍ରବାର ରାତିରେ ଉଗ୍ରରୂପ ନେଇଥିଲା। ସବ୍-ଇନ୍ସପେକ୍ଟର କର୍ଣ୍ଣେଲ ସିଂ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। (ଏଜେନସି)

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ମଜୁରୀ ଟଙ୍କା ମାଗିବାରୁ ରାଜମିସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ରମେଶ ମହାନ୍ତି

ଜଗତସିଂହପୁର : କରୋନା ଭଳି ମହାମାରୀ ସମୟରେ ଅନେକ ପରିବାର ରୋଜଗାର ହରାଇଛନ୍ତି। ଏପରି ଅସମୟରେ ମୂଲ ଲାଗିଥିବା ଏକ ରାଜମିସ୍ତ୍ରୀ ମଜୁରୀ ବାବଦ ଟଙ୍କା ମାଗିବାରୁ ତା ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଞ୍ଚାୟତ ସାଳିଓ ଗ୍ରାମରେ।

ରାଜମିସ୍ତ୍ରୀକୁ ବାପ ପୁଅ ତିନିଜଣ ମିଶି ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ରାଜମିସ୍ତ୍ରୀ ଏରସମା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଏରସମା ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ କରୋନା ଲକଡାଉନ ପୁର୍ବରୁ ସାଳିଓ ଗ୍ରାମର ରାଜମିସ୍ତ୍ରୀ ବିଜୟ ଦାସ ସେହି ଗ୍ରାମର ହାରାଧନ ଦାସଙ୍କ କୋଠାଘର ନିର୍ମାଣ କରୁଥିଲେ। କାର୍ଯ୍ୟ ଚାଲିଥିବା ବେଳେ ରାଜମିସ୍ତ୍ରୀ ବିଜୟଙ୍କ ଆଖି ଯନ୍ତ୍ରଣା ହେବାରୁ ସେ ଆଉ କାମ କରିବାକୁ ଯାଇନଥିଲେ। ଡାକ୍ତରଖାନାରେ ଆଖି ଚିକିତ୍ସା କରିବା ପାଇଁ ବାକିଥିବା ମଜୁରୀ ଟଙ୍କା ହାରାଧନଙ୍କୁ ମାଗିଥିଲେ।

ବାରମ୍ବାର ମାଗିବା ପରେ ବି ହାରାଧନ ତାଙ୍କ ମଜୁରୀ ଟଙ୍କା ଦେଇନଥିଲେ। ରାଜମିସ୍ତ୍ରୀ ବିଜୟଙ୍କ ମଜୁରୀ ଟଙ୍କା ବାକି ରଖି ଅନ୍ୟ ରାଜମିସ୍ତ୍ରୀ ଡକାଇ ଘର କାମ କରୁଥିବା ବେଳେ ଗତକାଲି ବିଜୟ ହାରାଧନକୁ ମଜୁରୀ ଟଙ୍କା ମାଗିବାରୁ ମଜୁରୀ ଟଙ୍କା ଦେବା ବଦଳରେ ହାରାଧନ ଓ ତାର ଦୁଇପୁଅ ସଞ୍ଜୟ ଓ ଅକ୍ଷୟ ମିଶି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ରାଜମିସ୍ତ୍ରୀ ବିଜୟ ଗୁରୁତର ଆହତ ହୋଇ ଅଚେତ ଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁଅକୁ ଜୀବନରେ ମାରିଦେବାକୁ ଆକ୍ରମଣକାରୀମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି।ଗୁରୁତର ଆହତ ରାଜମିସ୍ତ୍ରୀ ଵିଜୟ ଏରସମା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ତ୍ରୀ ମମତା ଦାସ ଏରସମା ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ଏରସମା ଥାନା ପକ୍ଷରୁ ଆକ୍ରମଣକାରୀ ବାପପୁଅ ତିନିଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଜଣାପଡିଛି। ମୂଲ ମଜୁରୀ ଟଙ୍କା ନଦେଇ ଏପରି ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

Categories
ଅପରାଧ ଆଜିର ଖବର

ଫେସବୁକରେ ଆତ୍ମହତ୍ୟାର ଲାଇଭ୍, ଜାଣନ୍ତୁ ଏ ପାଗଳାମି

ଚେନ୍ନାଇ: ପାଗଳାମିର ବି ଏକ ସୀମା ଥାଏ। ହେଲେ ଏମିତି ବି ଲୋକ ଥାଆନ୍ତି ଯାହାର ପାଗଳାମି ବି ଆଶ୍ଚର୍ଯ୍ୟ କଲା ଭଳି। ତାମିଲନାଡୁ ଥିରୁପୁର ଜିଲ୍ଲାର ୩୭ ବର୍ଷୀୟ ଜଣେ ଡ୍ରାଇଭର ରାମକୁମାର ଏକ ଘରୋଇ କମ୍ପାନିରେ କାମ କରନ୍ତି। କାହିଁକି କେଜାଣି ସେ ଆତ୍ମହତ୍ୟା କରିଛନ୍ତି, ହେଲେ ଫେସବୁକରେ ଏହାର ଲାଇଭ୍ କରିଛନ୍ତି।

ବୁଧବାର ଦିନ ସେ ତାଙ୍କ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀ କହନ୍ତି, ରାମକୁମାର ଜଣେ ନିଶାଖୋର, ଆଗରୁ ବହୁବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ ବଞ୍ଚିଯାଇଥିଲେ। ପୋଲିସ କହିଛି, ରାମକୁମାର ନିଶାଗ୍ରସ୍ତ ହୋଇ ଘରକୁ ଫେରିଥିଲେ ଏବଂ ଫେସବୁକରେ ଲାଇଭ ଅପସନ ଖୋଲି ସିଲିଂ ଫ୍ୟାନରୁ ଝୁଲି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଏହି ନିଷ୍ପତ୍ତି ତାର ବାପାଙ୍କୁ ଜଣାଇ ଦେଇଥିଲା ଏବଂ ତା’ର ପୁଅର ଦେଖାଶୁଣା କରିବାକୁ ଅନୁରୋଧ କରିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପ୍ରେମିକ ସହିତ ମିଶି ସ୍ବାମୀର ହତ୍ୟା କରି କରୋନା ଜନିତ ମୃତ୍ୟୁ ବୋଲି ଦର୍ଶାଇଥିଲେ ମହିଳା

ନୂଆଦିଲ୍ଲୀ : ମହାମାରୀ କରୋନା ଭାରଇସ୍‌  ସହ ଲଢେଇ କରୁଥିବା ରାଜଧାନୀ ଦିଲ୍ଲୀରେ ଲକ୍‌ ଡାଉନ୍‌ ଚାଲିଥିବା ବେଳେ ବି ଅପରାଧ ମଧ୍ୟ କମିବାରେ ଦେଖାଯାଉନାହିଁ । ଦିଲ୍ଲୀରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ମିଶି ସ୍ବାମୀଙ୍କର ହତ୍ୟା କରିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଏହିଘଟଣାଟି ଅଶୋକ ବିହାର ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ସ୍ତ୍ରୀ ଏହି ମୃତ୍ୟକୁ କରୋନା ଜନିତ ମୃତ୍ୟୁ ବୋଲି କହିଥିଲେ । ଏହାପରେ ଏହା କାନରୁ କାନକୁ ହୋଇ ପୋଲିସ୍‌ ନିକଟରେ ପହଞ୍ଚିଥିଲା । ଏହାପରେ ପୋଲିସ୍‌ ଶ୍ମଶାନ ଘାଟରେ ପହଞ୍ଚି ଶବକୁ ଜବତ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରିଶେଷରେ ଏହି ମୃତ୍ୟ ରହସ୍ୟର ପର୍ଦ୍ଦାଫାସ କରି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ।

ମହିଳା ଜଣକ ସ୍ବାମୀଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିବାର କହିଶଶ୍ମାନରେ ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ନେଲାବେଳେ ପୋଲିସ୍‌ ସନ୍ଦେହ କରି ଶବକୁ ପୋଷ୍ଟମର୍ଟମ୍‌ କରିଥିଲେ ।  ରିପୋର୍ଟ  ଆସିବା ପରେ ହତ୍ୟା ହୋଇଥିବାର ଜଣାପଡିଥିଲା । ମହିଳା ଜଣକ ନିଜ ପ୍ରେମିକ ସହିତ ମିଶି ହତ୍ୟା କରିଥିବାର ସ୍ପଷ୍ଟ ହୋଇଛି । ରିପୋର୍ଟ ଆସିବା ପରେ ପୋଲିସ୍‌ ହତ୍ୟା ମାମଲା ରୁଜୁ କରି ମହିଳା ଓ ପ୍ରେମିକଙ୍କୁ ଗିରଫ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ସମୀକ୍ଷା ବ୍ୟୁରୋ

ଗୁଣୁପୁର : ସ୍ବାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । କିନ୍ତୁ ଏହି ସମ୍ପର୍କରେ ଏବେ ଭଟ୍ଟା ପଡୁଛି। ସାମାନ୍ୟ ବଚସାରୁ ଭୟଙ୍କର କାଣ୍ଡ ଘଟୁଛି । ଘରୋଇ କଳିରୁ ସ୍ତ୍ରୀର ଜୀବନ ନେଇଛି ସ୍ବାମୀ ।  ଗୁଣୁପୁରଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ । ପଦ୍ମପୁର ଥାନା ନୂଆସାହିରେ ଘରୋଇ କଳିରୁ ଏପରି ନୃଶଂସ କାଣ୍ଡ ଘଟିଛି । ଅଭିଯୁକ୍ତ ସ୍ବାମୀ ଫେରାର୍‌ ହୋଇଯାଇଥିବାବେଳେ ପୋଲିସ୍‌ ମୃତଦେହକୁ ଜବତ କରି ଘଟଣାର ତନାଘନା ଆରମ୍ଭ କରିଛି ।