Categories
ଆଜିର ଖବର ଜାତୀୟ ଖବର

ବିନା କପଡାରେ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରି ବୃଦ୍ଧାଙ୍କ ତଣ୍ଟି କାଣ୍ଟିଲେ ବ୍ୟକ୍ତି

ତାମିଲନାଡୁ : ଚୀନରୁ ବୁହାନ ସହରରୁ ବ୍ୟାପିଥିବାବେଳେ ଭାରତରେ ବି ଏହାର କାୟା ବିସ୍ତାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ମୃତକଙ୍କ 24ରେ ପହଞ୍ଚିଛି। କରୋନା ସ୍ଥିତିକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବଳେଳ ତାମିଲନାଡୁର ଥେନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ଥେନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିଛି। ଏଠାରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଛି। ଏହି ବ୍ୟକ୍ତିଜଣକ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଥିବବେଳେ 90 ବର୍ଷୀୟ ବୃଦ୍ଧାଙ୍କ ବେକ କାଟି ଦେଇଛନ୍ତି। ହୋମ୍‌ କ୍ବାରେଣ୍ଟାଇନ୍‌ରୁ ବ୍ୟକ୍ତିଜଣକ ବିନା କପଡାରେ ବାହାରି ଚମ୍ପଟ ମାରିବାକୁ ବସିଥିବାବେଳେ ବୃଦ୍ଧାଙ୍କର ବେକ କାଟି ଦେଇଛନ୍ତି। ଏହାପରେ ବୃଦ୍ଧା ଜଣକ ଚିତ୍କାର କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ ମାରିଥିବା ବ୍ୟକ୍ତି ଜଣକ କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରୁ ଫେରିଥିଲେ। ବିଦେଶରୁ ଫେରିଥିବାବେଳେ ବ୍ୟକ୍ତି ଜଣଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। ଏହାପରେ ତାଙ୍କର ମାନସିକ ସ୍ଥିତି ବେଶ୍‌ ବିଗିଡି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ ହୋମ୍‌ କ୍ବାରେଣ୍ଟାଇନରୁ ବ୍ୟକ୍ତିଜଣକ ବିନା କପଡାରେ ପଳାୟନ କରିଥିଲେ। ସେ ପୂର୍ବରୁ ଏକ ଟେକ୍ସଟାଇଲ୍‌ ବ୍ୟବସାୟ କରୁଥିଲେ। ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ସମୀକ୍ଷା ବ୍ୟୁରୋ

ସୁନ୍ଦରଗଡ : ସୁନ୍ଦରଗଡଠାରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ସଦର ଥାନା ତିନିକୁଡି ଗ୍ରାମରେ ବିଳମ୍ବିତ ରାତ୍ରିରେ ଏଭଳି ଏକ ଅମାନୁଷିକ କାଣ୍ଡ ଘଟିଛି । ଘରୋଇ କଳିରୁ ବାପାଙ୍କୁ ପୁଅ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ।

Categories
ଆଜିର ଖବର ରାଜ୍ୟ ଖବର

ସାନ ଭାଇର ଭୁଜାଲି ଚୋଟରେ ବଡଭାଇ ମୃତ

ସମୀକ୍ଷା ବ୍ୟୁରୋ

ବାସୁଦେବପୁର : ସାରା ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ବାସୁଦେବପୁରର ନାୟକାଣିଡିହିଠାରେ ସକାଳୁ ସକାଳ ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି । ସାନ ଭାଇର ଭୁଜାଲି ଚୋଟରେ ବଡଭାଇର ମୃତ୍ୟୁ ଘଟିଛି । ଜମିବିବାଦରୁ ହତ୍ୟା ହୋଇଥିବାର ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ନାୟକାଣିଡିହି ପୋଲିସ୍‌ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ସାନ ଭାଇକୁ ଅଟକ ରଖିଛି ।

Categories
ଆଜିର ଖବର ଜାତୀୟ ଖବର

ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ଦୁଇ ଝିଅଙ୍କୁ ଗୁଳିକରି ହତ୍ୟାକଲେ ବାପା

ମେନପୁରୀ (ୟୁପି): ଉତ୍ତରପ୍ରଦେଶର ଧାରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୋରି କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ଜଣେ ସମ୍ପର୍କୀୟଙ୍କ ଘରୁ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଅଭିଯୋଗ ହେବା ପରେ ଜନୈକ ବ୍ୟକ୍ତିଜଣଙ୍କ ତାଙ୍କ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟଯେ, ବୁଧବାର ବିଳମ୍ବିତ ରାତିରେ ବାପା ସୁଖଦେବ ଶର୍ମା ତାଙ୍କ ଝିଅ – ନେହା, (୧୮) ଏବଂ ଅନାମିକା(୨୦) କୁ ହତ୍ୟା କରିଥିଲେ। ଏସପି ଓମ ପ୍ରକାଶ ସିଂ କହିଛନ୍ତି ଯେ ଅଭିଯୁକ୍ତଙ୍କ ପରିବାର ମଙ୍ଗଳବାର ଦିନ ଗାଁର କିଛି ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ। ଜଣେ ସମ୍ପର୍କୀୟଙ୍କ ମୋବାଇଲ୍ ଚୋରି ହୋଇଥିଲା ଏବଂ ଦୋଷ ନେହା ଏବଂ ଅନାମିକାଙ୍କ ଉପରେ ପଡିଥିଲା। ଯଦିଓ ଏହି ଅଭିଯୋଗ ପ୍ରମାଣିତ ହୋଇନଥିଲା, ଶର୍ମା ଏତେ ରାଗି ଯାଇଥିଲେ ଯେ ବୁଧବାର ବିଳମ୍ବିତ ରାତିରେ ସେ ଘରକୁ ଫେରି ଉଭୟ ଝିଅଙ୍କୁ ହତ୍ୟା କରିଥିଲେ। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳା ବନ୍ଧୁଙ୍କ ସହ ମିଶି ନିଜ ସ୍ବାମୀକୁ ହତ୍ୟା କଲେ ସ୍ତ୍ରୀ

ଆଲିଗଡ :  ସ୍ତ୍ରୀଙ୍କ ସମଲିଙ୍ଗୀ ସମ୍ପର୍କ ଜାଣିବା ପରେ ସ୍ବାମୀଙ୍କୁ ବେଶ୍‌ ମହଙ୍ଗା ପଡିଲା । ଏହି ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ଜୀବନ ଦେବାକୁ ପଡିଛି । ନିଜ ଘରେ ଭଡ଼ାରେ ରହୁଥିବା ମହିଳାଙ୍କ ସହ ତାଙ୍କ ସ୍ତ୍ରୀ ସମଲିଙ୍ଗୀ ସମ୍ପର୍କ ରଖିଥିଲେ । ମହିଳଙ୍କ ସ୍ବାମୀ ଏସବୁ ଜାଣିବା ପରେ ଏହାକୁ ବିରୋଧ କରିବା ସହ ଏପରି ସମ୍ପର୍କରୁ ନିବୃତ୍ତ ରହିବାକୁ ଆଦେଶ ଦେଲେ । ଏହାପରେ  ତାଙ୍କ ସ୍ତ୍ରୀ ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ ଏକ ବିପଦପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି। ଦୁଇ ମହିଳା ଜଣକ ହୋଲି ଦିନ  ତାଙ୍କ  ଗଳା ଚିପି ହତ୍ୟା କରିଦେଇଛନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଘଟିଛି ।

ଆଲିଗଡରେ ମାର୍ଚ୍ଚ 11 ତାରିଖରେ ମୃତକଙ୍କ ଭାଇ ତାଙ୍କ ହତ୍ୟା ସମ୍ବନ୍ଧରେ ଥାନାରେ ଏତଲା ଦେଇଥିଲେ।  ପୋଲିସ୍‌ ଛାନ୍‌ଭିନ୍‌ କରି ଶେଷରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲେ । ହତ୍ୟ ଅଭିଯୋଗରେ ତାଙ୍କ ସ୍ତ୍ରୀ ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ଙ୍କ ସହ ହତ୍ୟା ମାମଲା ରୁଜୁ କରାଯାଇଛି।

ଦୁହେଁ ସମ୍ପର୍କକୁ ସ୍ବୀକାର କରି କହିଛନ୍ତି ଯେ, ଦୁଇ ବର୍ଷ ଧରି ସେମାନେ ଏପରି ସମ୍ପର୍କରେ ରହିଛନ୍ତି।  ନିକଟରେ ତାଙ୍କର ଏହି ସମ୍ପର୍କ ବିଷୟରେ ତାଙ୍କ ସ୍ବାମୀ ଜାଣି ପାରି ତାଙ୍କୁ ବିରୋଧ କରିଥିଲେ। ଏହା ପରେ ସେ ଓ ତାଙ୍କ ମହିଳା ପାର୍ଟନର୍‌ ଦୀର୍ଘ ଏକମାସ ଧରି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହୋଲି ଦିନ ସେମାନେ ଏହି ଘଟଣା ଘଟାଇଥିଲେ। ଦୁହେଁ ତାଙ୍କୁ ହତ୍ୟା କରି ତାଙ୍କ ଶବକୁ ମୃତକଙ୍କ ଭାଇ ଘର ପାଖରେ ପକାଇଦେଇଥିଲେ । ଯେପରିକି ହତ୍ୟାର ଅଭିଯୋଗ ମୃତକଙ୍କ ଭାଇ ଉପରେ ରହିବ। କିନ୍ତୁ ଘଟଣାର ସତ୍ୟ ସାମ୍ନାକୁ ଆସିଛି । ହତ୍ୟା ଅଭିଯୋଗରେ ମହିଳା ଓ ତାଙ୍କ ସମଲିଙ୍ଗୀ ପାର୍ଟନର୍‌ଙ୍କୁ ପୋଲିସ୍‌ ଗିରଫ କରି ଜେଲ୍‌କୁ ପଠାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମାତ୍ର ଦୁଇ ହଜାର ଟଙ୍କା ପାଇଁ ଶିଶୁର ଗଳା କାଟିଲେ ଯୁବକ

ହାଓ୍ବାଡା : ଦୁଇହଜାର ଟଙ୍କା ପାଇଁ ଜଣେ କାରିଗର 4 ବର୍ଷର ଶିଶୁର ଗଳା କାଟି ଜୀବନ ନେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁଟିର ଜୀବନ ମା’ କୋଳରେ ହିଁ ଚାଲିଯାଇଛି । ସୋମବାର ଦିନ ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି । ହାଓ୍ବାଡା ଡୋମଜୁର ଥାନା ଅନ୍ତର୍ଗତ ବାଙ୍କଡା ବଜାର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଶିଶୁର ନାମ ମୋହମ୍ମଦ ଇମରାନ। ଏହି ଘଟଣା ପରେ ସାରା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଭିଯୁକ୍ତ କାରିଗରର ନାମ ମୋହମ୍ମଦ ସଲିମ୍‌। ଶିଶୁର ଗଳା କାଟି ଘଟଣାସ୍ଥଳରୁ ଫେରାର ରହିଥିବାବେଳେ ପୋଲିସ୍‌ ଅଭିଯୁକ୍ତ ତାଲାସି ଜାରି ରଖିଛି ।

ବାଙ୍କଡାବଜାର ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିବା ଜଣେ ଚୁଡି ବ୍ୟବସାୟୀଙ୍କ ନିକଟରେ ଅଭିଯୁକ୍ତ ଜଣକ କାମ କରୁଥିଲା । ଅଭିଯୁକ୍ତଙ୍କର 6 ହଜାର ଟଙ୍କା ବାକି ରହିଥିଲା । ସୋମବାର ସନ୍ଧ୍ୟାରେ 4 ହଜାର ଟଙ୍କା ଦେଇଥିବାବେଳେ ଆଉ ଦୁଇ ହଜାର ଟଙ୍କା ପରେ ଦେବେ ବୋଲି ମାଲିକ କହିଥିଲେ ।  ମାତ୍ର ଏହା ଶୁଣି ଅଭିଯୁକ୍ତ ଜଣକ ରାଗରେ ନାଲି ହୋଇ ଉଠିଲେ । ମାଲିକଙ୍କୁ ସମସ୍ତ ପଇସା ଦେବାକୁ କହିଲେ । ପଇସା ନ ମିଳିବାରୁ ତାଙ୍କୁ ଧମକ ଦେଇ ସେଠାରୁ ଚାଲିଆସିଥିଲେ । ଏହା ପରେ ନିକଟସ୍ଥ ମାଲିକ ଘରେ ପହଞ୍ଚି ଚାରି ବର୍ଷ ଶିଶୁର ବେକକୁ ଧାରୁଆ ଛୁରୀରେ କାଟି ଫେରାର୍‌ ହୋଇଯାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସାନଭାଇକୁ ଟାଙ୍ଗିଆରେ ହାଣିବା ପରେ ବଡଭାଇର ଆତ୍ମହତ୍ୟା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସାନଭାଇକୁ ଟାଙ୍ଗିଆରେ ହାଣିବା ପରେ ଆତ୍ମହତ୍ୟା କରିଛି ବଡଭାଇ । ପାରିବାରିକ କଳହ କାରଣରୁ ବଡଭାଇ ସାନଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ସାନଭାଇକୁ ଟାଙ୍ଗିଆରେ ଆକ୍ରମଣ କରିବା ପରେ ବଡଭାଇ ଆତ୍ମହତ୍ୟା କରିଥିଲେ । ବଡଭାଇର ଟାଙ୍ଗିଆ ଚୋଟରେ ଗୁରୁତର ସାନଭାଇକୁ ସମ୍ବଲପୁରର ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହକୁ ନେଇ ଆକ୍ରମଣ ହୋଇଥିବା ବେଳେ ପୁଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜୀବନବୀମା ପାଇଁ ମାମୁଁର ଜୀବନ ନେଲା ଭଣଜା

ହାଇଦ୍ରାବାଦ : ଜୀବନବୀମା ପାଇଁ ମାମୁଁର ଜୀବନ ନେଲା ଭଣଜା । ଏପରି ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ । 50 ଲକ୍ଷର ଜୀବନବୀମା ରାଶି ପାଇଁ ଭଣଜା ମାମୁଁକୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଛି । ରମେଶ ନାମକ ଏହି ଅଭିଯୁକ୍ତ ଜଣକ ଜୀବନବୀମା ରାଶି ପାଇଁ 35 ବର୍ଷୀୟ ମାମୁଁ ସୈଦୁଲୁକୁ ଟ୍ରକ୍‌ ଚଢାଇ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ରମେଶକୁ ଏହାର ଦୁଇ ସହଯୋଗୀ ଶୋଭନ୍‌ ବାବୁ ଏବଂ ମହେଶ ସହାୟତା କରିଥିଲେ । ହତ୍ୟା ଅଭିଯୋଗରେ ପୋଲିସ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ରମେଶ ମାମୁଁଙ୍କ ନାମରେ 50 ଲକ୍ଷ ଟଙ୍କାର ଏକ ଜୀବନବୀମା କରି ଏହାର ପ୍ରିମିୟମ୍‌ ଭରିଥିଲେ । ରମେଶଙ୍କ ମା ଏହି ବୀମାର ଉପକୃତ ରାଶି ପାଇଁ ମନୋନୀତ ହୋଇଥିଲେ । ଜୁଲାଇ 2019ରେ ଏହି ଜୀବନବୀମାର ପ୍ରିମିୟମ୍‌ ଭରାଯାଇଥିବାରୁ ପୋଲିସ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Categories
ଆଜିର ଖବର ଜାତୀୟ ଖବର

14 ବର୍ଷ ଜେଲ୍‌ରେ ରହି ବନିଲେ ଡାକ୍ତର

ବେଙ୍ଗାଲୁରୁ : 14 ବର୍ଷ ଜେଲ୍‌ରେ ରହି ଡାକ୍ତର ବନିବାର କୃତିତ୍ବ ହାସଲ କରିଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । କର୍ଣ୍ଣାଟକର କାଲାବୁରାଗୀ ଅଞ୍ଚଳର ଅଫଜଲପୁରା ଅଞ୍ଚଳର 40 ବର୍ଷୀୟ ସୁଭାଷ ପାଟିଲ ଏହି କୃତିତ୍ବ ହାସଲ କରିଛନ୍ତି । ପାଟିଲ 1997ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । ତୃତୀୟ ବର୍ଷର ଛାତ୍ର ଥିବା ସମୟରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ପାଟିଲଙ୍କୁ 14 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଥିଲା । ଜେଲ୍‌ରେ ରହିଥିଲେ ମଧ୍ୟ ପାଟିଲ୍‌ ଜାଲ୍‌ର ଓପିଡିରେ କାମ କରୁଥିଲେ । ଏହାପରେ ଭଲ ବ୍ୟବହାର କାରଣରୁ ତାଙ୍କୁ 2016ରେ ଜେଲ୍‌ରୁ ମୁକ୍ତ କରାଯାଇଥିଲା । ଜେଲ୍‌ରୁ ମୁକ୍ତ ହେବା ପରେ ସୁଭାଷ 2019ରେ ନିଜର ଏମ୍‌ବିବିଏସ୍‌ ଶେଷ କରିଥିଲେ । ଏକ ବର୍ଷିଆ ଇଣ୍ଟର୍ନସିପ୍‌ ପାଠ୍ୟକ୍ରମ ଶେଷ କରିବା ପରେ ବର୍ତ୍ତମାନ ସୁଭାଷ ଡାକ୍ତର ହୋଇଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଇ ଛୁଆଙ୍କୁ ହତ୍ୟା କରି ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ବ୍ୟକ୍ତି

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ଦୁଇ ଛୁଆଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରବିବାର ଜଣେ 44 ବର୍ଷୀୟ ବ୍ୟକ୍ତି ନିଜ ପୁଅ ଝିଅଙ୍କୁ ହତ୍ୟଶ କରିବା ପରେ ନିଜେ ମେଟ୍ରୋ ଟେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଘରେ ସ୍ତ୍ରୀ ନଥିବାରୁ ସେ ବଞ୍ଚିଯାଇଛନ୍ତି । ତେବେ ବ୍ୟକ୍ତି ଜଣକ ବ୍ୟବସାୟ ଯୋଗୁଁ ମାନସିକ ଚାପରେ ରହୁଥିଲେ  । ଶେଷରେ ଏ ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ଦୁଇ ନିରୀହଙ୍କ ଜୀବନ ନେବା ସହିତ ନିଜ ଜୀବନକୁ ଶେଷ କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତିଜଣକ ନାମ ହେଉଛି ମଧୁର ମଲାନି। ଦିଲ୍ଲୀ ଶାଲିମାର୍‌ ବାଗ ଅଞ୍ଚଳରେ ରହୁଥିଲେ । ମୃତ୍ୟୁବରଣ କରିଥିବା ଦୁଇ ଛୁଆଙ୍କ ମଧ୍ୟରେ 14 ବର୍ଷର ଝିଅ ସମୀକ୍ଷା ଓ 6 ବର୍ଷର ପୁଅ ଶ୍ରେୟାଂଶ ରହିଛନ୍ତି । ଦୁହିଁଙ୍କ ବେକ ଚିପି ହତ୍ୟା କରିଥିବାର ଜଣାପଡିଛି । ତେବେ ଆତ୍ମହତ୍ୟା ନେଇ କୌଣସି ନୋଟ୍‌ ମିଳିନଥିବାବେଳେ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ

ସମୀକ୍ଷା ବ୍ୟୁରୋ

ଉଦଳା : ଜଣେ ନବ ବିବାହିତାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । କପ୍ତିପଦା ଥାନା ଉପରଖୁଣ୍ଟା ଗାଁରେ ପିଟିପିଟି ହତ୍ୟା କରାଯାଇଥିବାର ସୂଚନା ମିଳିଛି । ସ୍ତ୍ରୀଙ୍କୁ ପିଟି ମାରିବା ଅଭିଯୋଗରେ ଅଭିଯୁକ୍ତକୁ ସ୍ବାମୀକୁ ଅଟକ ରଖାଯାଇଛି। ମାସେ ତଳେ  ଅଭିଯୁକ୍ତ ଜଣକ ଭଦ୍ରକ ରାଣିତାଲର ଜଣଙ୍କୁ ପ୍ରେମ ବିବାହ କରିଥିଲେ । ବାହାଘରେ ପରେ ଲକ୍ଷେ ଟଙ୍କା ମାଗିଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ । କପ୍ତିପଦା ଥାନାରେ ଏତଲା ପରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଛି । ମୃତ୍ୟୁବରଣ କରିଥିବା ବିବାହିତା ଜଣକ ନାବାଳିକା ଥିବାର ସୂଚନା ମିଳିଛି ।

Categories
ଆଜିର ଖବର ରାଜ୍ୟ ଖବର

ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟିଲା ସ୍ବାମୀ

ସମୀକ୍ଷା ବ୍ୟୁରୋ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ । ଘଟଣାଟି ମୋଟଙ୍ଗା ଥାନା ଅନ୍ତର୍ଗତ ନାଣ୍ଡିପୋଲିଆ ଗ୍ରାମରେ ଘଟିଛି । ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଇଛି । ଅଭିଯୁକ୍ତ ସ୍ବାମୀ ସୁବାସଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଥିବାବେଳେ ମୃତଦେହକୁ ଜବତ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଦିଲ୍ଲୀର ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଭାବରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ସଞ୍ଜୟ ଅରୋରା । ସଞ୍ଜୟ ଏକ ଧାରୁଆ ଛୁରୀରେ ପତ୍ନୀ ସରିତା(45), ଝିଅ ସାଞ୍ଚି(20) ଏବଂ 15 ବର୍ଷୀୟ ପୁଅ ଅର୍ଜୁନ୍‌କୁ ହତ୍ୟା କରିଥିଲେ । ପଞ୍ଚକୁଲାର ସେକ୍ଟର 9ରେ ସଞ୍ଜୟ ଏକ ବେକରୀ ଚଳାନ୍ତି । ଋଣ ଭାରରେ ବୁଡି ରହିଥିବା କାରଣରୁ ସଞ୍ଜୟ ପରିବାର ସଦସ୍ୟଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ପୋଲିସ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି : ସ୍ବାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ

ସମୀକ୍ଷା ବ୍ୟୁରୋ
ମାଲକାନଗିରି : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଅଞ୍ଚଳରେ। ମାଲକାନଗିରିର ଆପନମାଲା ଅଞ୍ଚରେ ଏହି ଘଟଣା ଘଟିଥିବା ଜଣାପଡିଛି। ଘରୋଇ କଳହ କାରଣରୁ ସ୍ବାମୀକୁ ଛୁରୀ ଭୁସି ହତ୍ୟା କରିଛି ସ୍ତ୍ରୀ। ଏହି ହତ୍ୟାକାଣ୍ଡ ନେଇ ବାଲିମେଳା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଘରୋଇ କଳହକୁ ନେଇ ସ୍ବାମୀ ଛାତିରେ ଛୁରୀ ଭୁସି ହତ୍ୟା କରିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତକୁ ବାଲିମେଳା ଥାନାରେ ଅଟକ ରଖି ପୁଲିସ୍‌ ପଚରାଉଚୁରା କରୁଛି ।

Categories
ଆଞ୍ଚଳିକ

ବାଲୁଗାଁ ଶିବାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ହତ୍ୟାକାରିଣୀ ଭାଉଜ ଗିରଫ

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୫/୧୨: ବାଲୁଗାଁର ଶିବାନୀ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ୍‌। ମୃତ ଶିବାନୀଙ୍କ ଭାଉଜ କାବେରୀ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି । ଏକତରଫା ପ୍ରେମର ରୂପ ଦେଇ ଶିବାନୀଙ୍କୁ ନିଜେ ହତ୍ୟା କରିଥିଲା କାବେରୀ। ରବିବାର ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କାବେରୀ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରକାଶ କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବାରୁ କାବେରୀ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଜଣାପଡିଛି ।

ଗଙ୍ଗନଗର ଘରେ ଦୁଇ ଜଣ ଥିବା ବେଳେ କାବେରୀ ଶିବାନୀଙ୍କୁ ହତ୍ୟା କରିବା ସହିତ ଏକତରଫା ପ୍ରେମ କାରଣରୁ ସେହି ଗ୍ରାମର ଜନୈକ ଯୁବକଙ୍କୁ ଦୋଷାରୋପ କରିଥିଲେ। ଶିବାନୀଙ୍କ ପ୍ରେମିକ ବିଭୁ ଏବଂ ଭାଉଜ କାବେରୀଙ୍କୁ ପୋଲିସ୍‌ ଥାନାକୁ ନେଇ ଜେରା କରିବା ପରେ ସତ ସାମ୍‌ନାକୁ ଆସିଥିଲା। ଶିବାନୀଙ୍କ ଭାଇଙ୍କୁ କାବେରୀ ପ୍ରେମ ବିବାହ କରିଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିଲା। ଶିବାନୀ ସବୁବେଳେ କାବେରୀଙ୍କୁ ଅସମ୍ମାନ କରୁଥିବା ବେଳେ ଶନିବାର ମଧ୍ୟ ସମାନ ଘଟଣା ଘଟିବାରୁ ଉତ୍‌କ୍ଷିପ୍ତ କାବେରି ଏକ ଧାରୁଆ ଅସ୍ତ୍ରରେ ଶିବାନୀଙ୍କ ଗଳାକାଟି ହତ୍ୟା କରିଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ପାଖରେ ପଡ଼ିଥିବା ଏକ ଧାରୁଆ ଛୁରୀରେ ତାଙ୍କ ବେକ କାଟିଦେଇଥିଲେ। ଏତିକି ନୁହେଁ, ନିଜକୁ ବଞ୍ଚାଇବାକୁ ସେ ଏହି ହତ୍ୟାକାଣ୍ଡକୁ ନାଟକୀୟ ରଙ୍ଗ ଦେଇଥିଲେ। କେହି ଦୁର୍ବୃତ୍ତ ଶିବାନୀଙ୍କ ଗଳାକାଟି ଶିଡ଼ି ବାଟେ ଫେରାର ହୋଇଯାଇଥିବା ସେ ଲୋକଙ୍କୁ କହିଥିଲେ। ତେବେ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ଘଟଣା ବେଳେ ଶିବାନୀ ଓ କାବେରୀଙ୍କ ବ୍ୟତୀତ କୌଣସି ତୃତୀୟ ବ୍ୟକ୍ତି ଘରେ ଉପସ୍ଥିତ ନ ଥିଲେ। ତଦନ୍ତ ଆଗକୁ ବଢ଼ାଇ କାବେରୀଙ୍କୁ ପଚରାଉଚରା କରିଥିଲା। ଜେରା ସମୟରେ କାବେରୀ ଦୋଷ ସ୍ୱୀକାର କରିଥିବା ଏସପି ସୂଚନା ଦେଇଛନ୍ତି। ପୋଲିସ କାବେରୀଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ ଆଇପିସି ଦଫା ୩୦୨ ଏବଂ ୪୫୦ ବଳରେ ବାଲୁଗାଁ ଥାନାରେ ମାମଲା (ନଂ.-୧୬୦) ରୁଜୁ କରିଛି ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଜିର ଖବର

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଯୁବକଙ୍କୁ ଗାଁ ଲୋକଙ୍କ ନିସ୍ତୁକ ମାଡ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଗୋପବନ୍ଧୁନଗରରେ ଜଣେ ନାବାଳିକା(୬)ଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପରେ ଗାଁ ଲୋକେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ଅନୁପ୍‌ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଡିସିପି କହିଛନ୍ତି ଯେ,ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଉକ୍ତ ଘଟଣାର ତଦନ୍ତ କରାଯିବ। ପୀଡ଼ିତାଙ୍କ ବାପାଙ୍କୁ ଥାନା ଭିତରେ ମାଡ଼ମରା ଘଟଣାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା ବେଳେ କୁଆଡ଼େ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ପରେ ପରିବାର ଲୋକେ ସମ୍ପୃକ୍ତ ଯୁବକଙ୍କୁ ଘରକୁ ପଚାରିବାକୁ ଯାଇଥିଲେ। ହେଲେ ସେ କବାଟ ଖୋଲି ନଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଯୁବକଙ୍କ ଘରେ ପଶିଥିଲେ। ସେଠାରେ ଝିଅର ମୃତଦେହ ପଡ଼ିଥିବା ଦେଖିଥିଲେ। ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଡାକିନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର

ଜୟପୁରରେ ଡବଲ୍‌ ମର୍ଡର

କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ସେଖ୍ ରହେମାନ୍‌ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ଚୋରି କରିବା ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ରହେମାନ୍‌ଙ୍କ ପୁଅ ଅଭିଯୋଗ କରିଥିଲେ।ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସ୍ପଷ୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ରହେମାନ୍‌ଙ୍କ ପୁଅଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ଘଟଣାସ୍ଥଳରୁ ଏକ ରକ୍ତଲଗା ଟାଙ୍ଗିଆ ଜବତ କରାଯାଇଛି। ଏହି ଟାଙ୍ଗିଆରେ ହିଁ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।