କେନ୍ଦ୍ରପଡା : ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା କଜଳବଦ ଗାଁରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା । ଜମିଜମା ବିବାଦ କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ସୂଚନା ରହିଛି । ମୃତ ଯୁବକ ହେଉଛନ୍ତି କୈଲାଶ ମଲ୍ଲିକ । ଜମିଜମା ବିବାଦର ସମାଧାନ ପାଇଁ ଡ଼ାକିଥିବାବେଳେ ଛୁରୀ ମାରି ହତ୍ୟା କରାଯାଇଛି । ତେବେ ସମ୍ପୃକ୍ତ ଘଟଣା ଉପରୁ ପରଦା ଉଠିନି । କାହିଁକି ଆଉ କେଉଁ ପରିସ୍ଥିତିରେ ହତ୍ୟା ହୋଇଛି ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।


