କୋଣାର୍କ : ମାମୁଁଙ୍କ ଘରେ ପଶି ମାଇଁଙ୍କ ଭଉଣୀଙ୍କୁ ବିଭତ୍ସ ହତ୍ୟା କଲା ଭଣଜା । କାକଟପୁର ଶଙ୍କରେଶ୍ଵରଠାରେ ନିଶାସକ୍ତ ଭଣଜା ଏପରି ଜଘନ୍ୟ କାଣ୍ଡ ଘଟାଇଛି । ଘରଠାରୁ ୫୦ ମି ଦୂରରେ କେନାଲ ତଳୁ ଅଚେତ ଅବସ୍ଥାରେ ଅଭିଯୁକ୍ତ ଉଦ୍ଧାର । ଅଭିଯୁକ୍ତର ଘର ଅସ୍ତରଙ୍ଗ ବେଗୁନିଆବସ୍ତ ଗାଁର ବୋଲି ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି ।


