ସୁବର୍ଣ୍ଣପୁର : ହରିଆଣୀପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଭାଇ ଭାଇର ଜୀବନ ନେଇଛି । ସାନ ଭାଇର କାଠ ଫାଳିଆ ମାଡରେ ମଝିଆଭାଇର ମୃତ୍ୟୁ ହୋଇଛି । ପାରିବାରିକ କଳହରୁ ଏହି ଆକ୍ରମଣ ହୋଇଥିବାର ସୂଚନା ରହିଛି । ଘଟଣାରେ ବୀରମହାରାଜପୁର ପୋଲିସ ତଦନ୍ତ ଆରମ୍ଭ କରିଛି ।