ବେଙ୍ଗାଲୁରୁ : ବେଙ୍ଗାଲୁରୁ ସହରରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ପ୍ରେମିକକୁ ଜୀଅନ୍ତା ଜାଳି ହତ୍ୟା କରିଛି ସଇତାନ ପ୍ରେମିକା। ପ୍ରେମିକର ‘ଇଗନୋର’ ସହି ନ ପାରି ପ୍ରେମିକା ଏପରି ଏକ ପଦକ୍ଷେପ ନେଇଛି । ୱେଷ୍ଟର୍ଣ୍ଣ ଷ୍ଟାଇଲ୍ପ୍ର ରେ ପ୍ରୋପୋଜ କରିବା ବାହାନାରେ ପ୍ରେମିକା ପ୍ରେମିକକୁ ନିଆଁ ଲଗେଇ ଜାଳିଦେଇଛି ।
ରିପୋର୍ଟ ଅନୁସାରେ କିରଣ ଏବଂ ପ୍ରେରଣାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ କିଛି ଦିନ ହେବ କିରଣ ତାଙ୍କୁ ଅଣଦେଖା କରୁଥିବାରୁ ପ୍ରେରଣା ଏହି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା।
ଯୋଜନା ମୁତାବକ ପ୍ରେରଣା କିରଣଙ୍କୁ ଘରକୁ ଡାକିଥିଲା। ସେଠାରେ ସେ ପାଶ୍ଚାତ୍ୟ ଶୈଳୀରେ ପ୍ରପୋଜ୍ କରିବା ବୋଲି କହି କିରଣଙ୍କୁ ଏକ ଚେୟାରରେ ବସାଇ ତାଙ୍କ ଆଖିରେ ପଟି ବାନ୍ଧିବା ସହ ହାତ ଓ ଗୋଡ଼କୁ ଦଉଡ଼ିରେ ବାନ୍ଧି ଦେଇଥିଲା । ତା ପରେ କିରଣଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା ପ୍ରେରଣା ।
ଘଟଣାସ୍ଥଳରେ ହିଁ କିରଣ ଜୀଅନ୍ତା ଜଳି ପ୍ରାଣ ହରାଇଛନ୍ତି। ପ୍ରେମିକ ନିଆଁରେ ଜଳିଯାଉଥିବା ବେଳେ ଏହି ଦୃଶ୍ୟକୁ ପ୍ରେରଣା ଏହି ସମ୍ପୂର୍ଣ୍ଣ ଘଟଣାକୁ ନିଜ ମୋବାଇଲ୍ରେ ରେକର୍ଡ କରିଥିଲା। ପୋଲିସ ଅଭିଯୁକ୍ତ ପ୍ରେରଣାକୁ ଗିରଫ କରି ଜେରା ଚଳାଇଛି।


