ନୟାଗଡ : ଓଡଗାଁ କଦଳିବନ୍ଧରେ ଯୁବକକୁ ଖଣିମାଫିଆଙ୍କ ନିର୍ମମ ହତ୍ୟା କରିଛନ୍ତି । ଯୁବକକୁ ଖଣିମଫିଆ ହାଣିଥିବାର ସୂଚନା ରହିଛି । ପୋଲିସକୁ ଜଣାଇବାରୁ ଖଣିମଫିଆ ହତ୍ୟା କରିଛନ୍ତି । ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ବାମ ହାତକୁ ସଂପୂର୍ଣ୍ଣ କାଟି ଦେଇଛନ୍ତି । ଚୋରା ମାଙ୍କଡା ପଥର ଖଣି କୁ ବିରୋଧ କରି ଆସୁଥିଲେ ସ୍ଥାନୀୟ ଲୋକେ । ଗତକାଲି ମାଙ୍କଡା ପଥର ବୋଝେଇ ଗାଡିକୁ ଅଟକାଇ ପିସିଆର ଖବର ଦେଇଥିଲେ । ଏହାକୁ ନେଇ ଖଣିମାଫିଆ ଆକ୍ରମଣ କରିଥିଲେ । ଦୁଇ ଜଣ ଖସି ପଳାଇଥିଲେ। କିନ୍ତୁ ମଫିଆମାନେ କାବୁ କରିଥିବା ଯୁବକକୁ ହାଣି ପକାଇଥିଲେ। ନ୍ୟାୟ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫଳରେ ଶତାଧିକ ଗାଡି ଅଟକି ରହିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସବୁଦିନ ହତ୍ୟା ଅପହରଣ ପରି ଘଟଣାମାନ ଦେଖିବାକୁ ମିଳୁଛି, ଏପରିକି ଲୋକେ ମଧ୍ୟ ଆଇନକୁ ହାତକୁ ନେଉଛନ୍ତି। ଏପରି ସ୍ଥିତିରେ ସରକାରଙ୍କ ତରଫରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଦେଖିବାକୁ ମିଳୁନାହିଁ । ଅପରାଧୀ ଦମନ ପାଇଁ ସରକର କଡା ନିୟମ କାର୍ଯ୍ୟକାରୀ କରିବା ଉଚିତ ।


