ସୋର : ଖଇରା ହରିପୁର ଗାଁରେ ଛାତ କାମକୁ ନେଇ ଜଣେ ମହିଳାକୁ ହତ୍ୟା କରାଯାଇଛି । ମହିଳାଙ୍କୁ କଟୁରିରେ ପଡ଼ୋଶୀ ବାପ – ପୁଅ ହାନିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଛାତ କାମ ପାଇଁ କିଛି କାଠ ପଟା ପଡ଼ୋଶୀଙ୍କ ଘର ସାମ୍ନାରେ ରଖିଥିଲେ । ଏହାକୁ ବିରୋଧ କରି ପଡ଼ୋଶୀ ଘରର ବାପା, ମାଆ , ପୁଅ ଆକ୍ରମଣ କରିଥିଲେ । ଏହି ଘଟଣାରେ ନଣନ୍ଦ , ଭାଉଜ ଗୁରୁତର ହୋଇଥିଲେ । ନଣନ୍ଦ ଜଣକ କଟକ ସ୍ଥାନାନ୍ତର ହୋଇଥିଲେ। କଟକରେ ନଣନ୍ଦର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ବାପ – ପୁଅ ଫେରାର ହୋଇଥିବାବେଳେ ମାଆକୁ ଅଟକ ରଖିଛି ପୋଲିସ ।


