Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସମ୍ପତ୍ତି ବିବାଦରୁ ରକ୍ତାକ୍ତ ପରିଣତି: ପୁଅର ହାତରେ ପିତା ଓ ସାବତ ମା’ଙ୍କ ନିର୍ମମ ହତ୍ୟା
ରାଜ୍ୟ ଖବର

ସମ୍ପତ୍ତି ବିବାଦରୁ ରକ୍ତାକ୍ତ ପରିଣତି: ପୁଅର ହାତରେ ପିତା ଓ ସାବତ ମା’ଙ୍କ ନିର୍ମମ ହତ୍ୟା

June 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ପଞ୍ଚାୟତର ତେରତାଙ୍ଗ ଗ୍ରାମରେ ଘଟିଥିବା ଏକ ହୃଦୟବିଦାରକ ଦ୍ୱୈତ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଜଣେ ପୁଅ ନିଜ ପିତା ଓ ସାବତ ମା’ଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଗ୍ରାମର ଦିଲ୍ଲୀପ ପରିଡା ରବିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ ସମୟରେ ଏକ ଧାରୁଆ କଟୁରୀରେ ଆକ୍ରମଣ କରି ନିଜ ପିତା ସତ୍ୟାନନ୍ଦ ପରିଡ଼ା (୬୫) ଓ ସାବତ ମା’ ଚାରୁଲତା ପରିଡ଼ା (୫୦)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଚମକପ୍ରଦ ଘଟଣା ହେଉଛି, ଦ୍ୱୈତ ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଦିଲ୍ଲୀପ ପରିଡା ରକ୍ତଲଗା ଧାରୁଆ ଅସ୍ତ୍ର ସହ ନିଜ ଘର ପାହାଚରେ ନିର୍ବିକାର ଭାବେ ବସି ରହିଥିଲା। ଏହା ଦେଖି ଗ୍ରାମବାସୀମାନେ ଆତଙ୍କିତ ହୋଇ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ୧୧୨ ଆପାତକାଳୀନ ସେବା ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା ଏବଂ ପଚରାଉଚରା ପାଇଁ ଥାନାକୁ ନେଇଥିଲା। ପରବର୍ତ୍ତୀ ସମୟରେ ବାଲିକୁଦା ଥାନା ପୁଲିସ ଘଟଣାସ୍ଥଳରେ ଫୋର୍ସ ମୁତୟନ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବାଲିକୁଦା ଥାନା ଅଧିକାରୀ କାବୁଲି ବାରିକ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଜଗତସିଂହପୁର ଏସପି ଅଙ୍କିତ ବର୍ମା ମଧ୍ୟ ସେଠାରେ ପହଞ୍ଚି ଘଟଣାର ସମୀକ୍ଷା କରିଥିଲେ।

ପୁଲିସର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରି ତନଖି ତଦନ୍ତ ଚଳାଇଛି। ସେହିପରି ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଘଟଣାର ଆଉ ଏକ ବିଶେଷ ଦିଗ ହେଉଛି, ମୃତକ ସତ୍ୟାନନ୍ଦ ପରିଡ଼ାଙ୍କ ଦ୍ୱିତୀୟ ପତ୍ନୀ ଚାରୁଲତାଙ୍କର କୌଣସି ସନ୍ତାନ ନଥିବାରୁ ଏପର୍ଯ୍ୟନ୍ତ କେହି ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରିନାହାନ୍ତି। ଏହାକୁ ନେଇ ପୁଲିସ ପ୍ରଶାସନ ଚିନ୍ତାରେ ପଡ଼ିଥିବା ସୂଚନା ମିଳିଛି।

ଏସପି ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀଙ୍କୁ ଲିଖିତ ଅଭିଯୋଗ ଦାଖଲ ପାଇଁ ସହଯୋଗ ମାଗିଥିଲେ ମଧ୍ୟ କେହି ଏପର୍ଯ୍ୟନ୍ତ ଆଗକୁ ଆସିନଥିବା ଜଣାପଡ଼ିଛି। ଫଳରେ ଶବଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ପ୍ରକ୍ରିୟାରେ ବିଳମ୍ବ ହେଉଥିବା ସୂଚନା ମିଳିଛି।

ପରିବାର ଭିତରେ ସମ୍ପତ୍ତି ବିବାଦରୁ ଏପରି ନିର୍ମମ ହତ୍ୟାକାଣ୍ଡ ଘଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ଗ୍ରାମରେ ଶୋକ ଓ ଭୟର ପରିବେଶ ଦେଖାଦେଇଥିବା ବେଳେ, ପୁଲିସ ଅଭିଯୁକ୍ତକୁ ଅଟକ ରଖି ହତ୍ୟାର ପ୍ରକୃତ କାରଣ ଏବଂ ପୂର୍ବପୃଷ୍ଠଭୂମି ନେଇ ତଦନ୍ତ ଜାରି ରଖିଛି।

familyproperty murder
Share. Facebook Twitter LinkedIn Email WhatsApp Copy Link

Related Posts

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ଓମାନ ଉପକୂଳରେ ବୁଡ଼ିଗଲା ଭାରତୀୟ ଜାହାଜ?: ୧୪ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଆମେରିକୀୟ ନୌସେନା

June 14, 2026
Latest News

ସମ୍ପତ୍ତି ବିବାଦରୁ ରକ୍ତାକ୍ତ ପରିଣତି: ପୁଅର ହାତରେ ପିତା ଓ ସାବତ ମା’ଙ୍କ ନିର୍ମମ ହତ୍ୟା

June 14, 2026

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.