କେନ୍ଦ୍ରପଡା : ଜମିବାଡି ବିବାଦରୁ ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ । ବଡଭାଇ ପରିବାର ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ସାନଭାଇର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ମହାକାଳପଡା ଥାନା ବାରଡାଙ୍ଗ ନାଉରି ସାହିରେ ଘଟିଛି। ପୋଲିସ ଏହି ହତ୍ୟାକାଣ୍ଡ ଘଟଣା ରେ ୪ ଜଣଙ୍କୁ ଅଟକ ରଖିଛି ।