ଭଦ୍ରକ – ଶଶୁର ଘରେ ଜ୍ଵାଇଁଙ୍କୁ ହତ୍ୟା । ସ୍ତ୍ରୀ, ଶାଶୁ ଓ ସ୍ତ୍ରୀର ପ୍ରେମିକ ମିଶି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲିର ଖେରଙ୍ଗ ପଞ୍ଚାୟତର ପଳାଶପୁର ପଞ୍ଚାଯତର ସନ୍ତୋଷ ଦାସ ବନ୍ଦନା ଦାସଙ୍କୁ ପ୍ରେମ ବିବାହ କରିଥିଲେ । ଦୁହିଙ୍କର 2ଜଣ ସନ୍ତାନ ଅଛି। ମାତ୍ର ସନ୍ତୋଷ ବାହାରେ କାମ କରୁଥିବାବେଳେ ବନ୍ଦନାଙ୍କର ପରକୀୟା ପ୍ରୀତି ଜଣାପଡିଥିଲା । ସନ୍ତୋଷ ଚାନ୍ଦବାଲି ଥାନାର ଦ୍ଵାରସ୍ଥ ହୋଇଥିଲେ। ଗତକାଲି ସନ୍ତୋଷ ଶଶୁର ଘରକୁ ଯାଇଥିବାବେଳେ ବନ୍ଦନାଙ୍କ ସହିତ ତାଙ୍କର ବଚସା ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ସନ୍ତୋଷଙ୍କର ଶାଶୁ, ସ୍ତ୍ରୀ, ସ୍ତ୍ରୀଙ୍କ ପ୍ରେମିକ ମୃତ୍ୟୁଞ୍ଜୟ ଙ୍କ ସହ ଆଉ ଦୁଇ ଜଣ ମିଶି ସନ୍ତୋଷଙ୍କୁ ମାଡ ମାରିବା ସହିତ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିଲେ।


