ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପରିବାର ପକ୍ଷରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରଜ ପାଳନ ଅବସରରେ ରବିବାର ରାତିରେ ସାଙ୍ଗମାନଙ୍କ ସହ ବାହାରକୁ ଯାଇଥିବା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ସୋମବାର ସକାଳେ ଘର ପାଖରେ ଉଦ୍ଧାର ହୋଇଥିଲା।
ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ଓ ପରିବାରବର୍ଗ। ରଜର ଖୁସି ଭିତରେ ଘଟିଥିବା ଏହି ନୃଶଂସ କାଣ୍ଡ ସମଗ୍ର ଜିଲ୍ଲାକୁ ମର୍ମାହତ କରିଦେଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କୋଡ଼ିଙ୍ଗା ପୁଲିସ ଜଣକୁ ଥାନାରେ ଅଟକ ରଖିଛି ।


