Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଞ୍ଚ ତାରକା ହୋଟେଲରେ ମୁମ୍ବାଇ ଲେଖିକାଙ୍କୁ ଦୁଷ୍କର୍ମ, ‘ଡି-ଗ୍ୟାଙ୍ଗ’ ଚୁପ୍ ରହିବାକୁ ଦେଇଥିଲା ଧମକ: ପୋଲିସ

ନୂଆଦିଲ୍ଲୀ: ମୁମ୍ବାଇର ଜୁହୁ ଅଞ୍ଚଳରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ମୁମ୍ବାଇ ପୋଲିସ ୭୫ ବର୍ଷିୟ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସର ସୂଚନାନୁସାରେ – ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ଜଣେ ୭୫ ବର୍ଷୀୟ ବ୍ୟବସାୟୀ ୩୫ ବର୍ଷ ବୟସ୍କା ଲେଖିକାଙ୍କୁ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ନାମରେ ପୀଡିତାଙ୍କୁ ଧମକ ଦିଆଯାଇଥିଲା ଏବଂ ଯଦି ସେ ପୋଲିସ ନିକଟରେ ଅଭିଯୋଗ କରନ୍ତି, ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ପୀଡିତା ମହିଳାଜଣଙ୍କ ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେସନରେ ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ, ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ ନକରିବାକୁ ତାଙ୍କୁ “ଡି” କମ୍ପାନୀ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ବ୍ୟବସାୟୀ ଜଣକ ପୀଡିତା ମହିଳାଙ୍କଠାରୁ ୨ କୋଟି ଋଣ ନେଇଥିଲେ ଏବଂ ତାହା ଫେରସ୍ତ କରିନଥିଲେ। ଏଥି ସହିତ, ଯେତେବେଳେ ପୀଡିତା ମହିଳା ତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ, ଅଭିଯୁକ୍ତ ବ୍ୟବସାୟୀ ତଥା ଦାଉଦ ଇବ୍ରାହିମଙ୍କ ସହ ଜଡିତ ଲୋକମାନେ ସିଧାସଳଖ ଧମକ ଦେଇଥିଲେ ଯେ ଯଦି ସେ ଏହା ବିଷୟରେ କାହାକୁ କିଛି କୁହନ୍ତି ତେବେ ସେ ତାଙ୍କୁ ହତ୍ୟା କରିବେ। ଏହି ମାମଲାର ତଦନ୍ତ ବର୍ତ୍ତମାନ ଅମ୍ବୋଲି ପୋଲିସରୁ MIDC ପୋଲିସକୁ ସ୍ଥାନାନ୍ତର କରାଯାଇଛି। MIDC ପୋଲିସ ମହିଳାଙ୍କ ଅଭିଯୋଗର ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୬ ଅଭିଯୁକ୍ତ ଗିରଫ, ୩ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକାକୁ ୨୯ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ରାଜନୀତି ତୀବ୍ର ହେବାରେ ଲାଗିଛି ଏବଂ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି।

ଏହି ପରିପ୍ରେକ୍ଷୀରେ ଡୋମ୍ବିଭାଲିର ମାନପାଡା ପୋଲିସ ଷ୍ଟେସନରେ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ଦୁଇ ନାବାଳିକାଙ୍କ ସମେତ ୨୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, କିଛି ଅଭିଯୁକ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମ୍ପର୍କୀୟ। ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟରେ ହାଜର କରିଛି, ସେଠାରୁ ସେମାନଙ୍କୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ନାବାଳକ ଅଭିଯୁକ୍ତମାନଙ୍କୁ ରିମାଣ୍ଡ ରୁମକୁ ପଠାଯାଇଛି।

ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଆଠ ମାସ ଧରି ତାଙ୍କୁ ଯୌନ ଶୋଷଣ କରିଥିଲେ। ପ୍ରେମିକ ତାଙ୍କୁ ଦୁଷ୍କର୍ମ କରିବାର ଭିଡିଓ ପ୍ରସ୍ତୁତ କରି ବ୍ଲାକ ମେଲ କରିଥିଲେ। ପ୍ରେମିକଜଣଙ୍କ ନିଜ ସାଙ୍ଗମାନଙ୍କୁ ଏହି ଭିଡିଓ ଦେଖାଇଥିଲେ। ଏହି ଭିଡିଓ ଦେଖାଇବା ପରେ ବାକି ବନ୍ଧୁମାନେ ତାଙ୍କୁ ବଦଲାପୁର, ରାବାଲେ, ମୁର୍ବାଦ୍ ଏବଂ ଡୋମ୍ବିଭଲିର ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ଦୁଷ୍କର୍ମ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କୁ ବିଶ୍ୱାସରେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ମନପାଡା ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ ଦୁଇଜଣ ନାବାଳକ। ନାବାଳିକାଙ୍କୁ ଚିକିତ୍ସା ପାଇଁ ଥାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟର ରାଜନୀତିରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଏନସିପି ନେତା ବିଦ୍ୟା ଚହ୍ଵାନ ଥାନେ ଜିଲ୍ଲାର ମନପାଡା ପୋଲିସ ଷ୍ଟେସନରେ ପହଞ୍ଚି ଏହି ଗ୍ୟାଙ୍ଗର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ବିଷୟରେ କହିଥିଲେ। ସେହିଭଳି ବିଜେପି ନେତା ଚିତ୍ରା ୱାଘ ଶିବସେନା ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଡୋମ୍ବିଭଲି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଉ କେତେ ଦୁଷ୍କର୍ମ ପରେ ମହାରାଷ୍ଟ୍ର ସରକାର ନିଦରୁ ଉଠିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ: ୧୩ ବର୍ଷର ନାବାଳକ ଉପରେ ପରିବାର ଲୋକେ ଆଣିଲେ ଅଭିଯୋଗ

ଫତେହପୁର (ୟୁପି): ଫତେହପୁର ଜିଲ୍ଲାର ଖାଗା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପାଞ୍ଚ ବର୍ଷର ନାବାଳିକାକୁ ଜଣେ ୧୩ ବର୍ଷର  ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଶନିବାର ଦିନ ପ୍ରାୟ ୨ ଟା ସମୟରେ ଝିଅଟି ତାଙ୍କ ଘର ନିକଟରେ ଖେଳୁଥିବାବେଳେ ଅଭିଯୁକ୍ତ ଜଣଙ୍କ ଝିଅଟିକୁ ଏକ ନିର୍ଜ୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ସ୍ଥାନୀୟ ଲୋକ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ପୀଡିତାଙ୍କ ପରିବାର ଲୋକେ ପୋଲିସକୁ ଏହା ଜଣାଇଥିଲେ। ଖାଗା ଷ୍ଟେସନ ହାଉସ ଅଫିସର (ଏସଏଚଓ)ଆର.କେ ସିଂହ କହିଛନ୍ତି, ” ବାଳକ ବିରୋଧରେ ଅଭିଯୋଗ ଉପରେ ଶନିବାର ଦିନ ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା।

ଦୁଷ୍କର୍ମ ଅଭିଯୋଗ (ଆଇପିସିର ଧାରା ୩୭୬) ଏବଂ ପୋସ୍କୋ ଅଧିନିୟମ ଅନୁଯାୟୀ ଏଫ୍ଆଇଆର୍ ଦାଖଲ କରାଯାଇଥିଲା ବୋଲି ଏସଏଚଓ କହିଛନ୍ତି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋଚିଙ୍ଗ ସେଣ୍ଟର ଭିତରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋଚିଙ୍ଗ ସେଣ୍ଟର ଭିତରେ ଜଣେ ଶିକ୍ଷକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି କୋଚିଙ୍ଗ ସେଣ୍ଟରର ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକକୁ ଜୟପୁର ଟାଉନ ଥାନା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

୯ ବର୍ଷିୟା ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ଥିବା ଜଣେ ୯ ବର୍ଷିୟା ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ୮ ଟା ସମୟରେ ସମାନ ବୟସର ଦୁଇ ଜଣ ଝିଅ କିଛି ସାମନା କିଣିବାକୁ ଦୋକାନକୁ ଯାଇଥିଲେ। କିନ୍ତୁ ସାମାନ କିଣିବା ପରେ ପୀଡ଼ିତା ଘରକୁ ଏକାକୀ ଫେରିଥିଲେ। ରାତ୍ରି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଝିଅଟି ଘରକୁ ଫେରିନଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଝିଅର ସନ୍ଧାନ ନ ମିଳିବାରୁ ନିଖୋଜ ଥିବା ନେଇ ଥାନାରେ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଥିଲା।

ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ମଙ୍ଗଳବାର ଦିନ ମଥୁରାର ଦେହରୁଆ ଗ୍ରାମ ବାହାରୁ ଝିଅଟିର ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଝିଅଟିର ବ୍ୟକ୍ତିଗତ ଅଙ୍ଗରୁ ରକ୍ତ ଜମାଟ ବାନ୍ଧି ଥିବାର ଦେଖିବାକୁ ମିଳିଥିଲା। ଆଇପିସିର ଧାରା ୩୬୩ (ଅପହରଣ) ଅଧୀନରେ ପୋଲିସ ଏକ ଏତଲା ପଞ୍ଜୀକୃତ କରି ଆଇପିସିର ୩୦୨ (ହତ୍ୟା), ୩୭୬ (ଦୁଷ୍କର୍ମ) ଏବଂ ପୋସ୍କୋ ଆକ୍ଟ ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।

ପୋଲିସର ପଚରାଉଚରା ପରେ ପୀଡିତାଙ୍କୁ ଦୋକାନକୁ ନେଇ ଆସିଥିବା ଝିଅଟି ମଙ୍ଗଳବାର ଦିନ ପ୍ରକାଶ କରିଛି ଯେ ତାଙ୍କ ମାମୁଁ ବନୱାରୀ (୩୮) ଉଭୟଙ୍କୁ ତାଙ୍କ ବାଇକ୍ ରେ ନେଇଥିଲେ। ସେ ତାଙ୍କୁ ତାଙ୍କ ଘରକୁ ଛାଡି ଦେଇଥିବା ବେଳେ ପୀଡିତାଙ୍କୁ ସାଙ୍ଗରେ ନେଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲୁଚକାଳି ଖେଳିବା ବାହାନାରେ ନାବାଳିକା ସହ ଗଣଦୁଷ୍କର୍ମ : ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ କରୋନା ପଜିଟିଭ୍‌

ଅଗରତାଲା : ତ୍ରିପୁରାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି ।ଖେଳିବା ବାହାନାରେ ଏକ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଛି । ଅଭିଯୁକ୍ତମାନେ ନାବାଳକ ବୋଲି ସୂଚନା ରହିଛି । ରବିବାର ପଶ୍ଚିମ ତ୍ରିପୁରାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଲୁଚାକାଳି ଖେଳିବା ବାହାନାରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ସାତ ଜଣ ବାଳକ । ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଛି । ଗିରଫ ହୋଇଥିବା 6 ଅଭିଯୁକ୍ତ ନାବାଳକ ମଧ୍ୟରୁ ଚାରି ଜଣଙ୍କୁ ଜୁଭେନାଇଲ ହୋମ  ପଠାଯାଇଥିବା ବେଳେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଣ ଏହି ଦୁଇ ଅଭିଯୁକ୍ତ କରୋନା ପଜିଟିଭ୍‌ ହୋଇଥିବାର ସୂଚନା ରହିଛି । ଶନିବାର ଦିନ ନାବାଳିକା ଜଣକ ଘରକୁ ଫେରୁଥିବା ସମୟରେ ଏହି କାଣ୍ଡ ଘଟିଥିବାର ସୂଚନା ରହିଛି । ପୀଡ଼ିତା ନାବାଳିକାଙ୍କ ପିତାଙ୍କ ଅଭିଯୋଗେ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ହୋଟେଲ ମାଲିକ ଗିରଫ

ଚଣ୍ଡିଗଡ: ହରିୟାଣାର ହିସାର ସହରର ଏକ ହୋଟେଲରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ କି, ଜଣେ ଥାଇଲ୍ୟାଣ୍ଡର ୪୦ ବର୍ଷ ବୟସ୍କା ମହିଳା ମାର୍ଚ୍ଚ ୩ ରେ ଦିଲ୍ଲୀ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କ ସହିତ ଏଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ହିସାର ସହରକୁ ଯାଇଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ହୋଟେଲ ମାଲିକ ତାଙ୍କ କୋଠରୀରେ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏବଂ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ।

ହରିୟଣା ପୋଲିସ ଏକ ମାମଲା ରୁଜୁ କରି ହୋଟେଲ ମାଲିକ ଗୁଲଶାନଙ୍କୁ ଗିରଫ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

୧୦ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ: ରାଜନୈତିକ ଚାପରେ ମାମଲାକୁ ରଫାଦଫା ଉଦ୍ୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଗ୍ରାମରେ ଜଣେ ୧୦ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ ଘଟିଛି। ଏହି ସମ୍ବେଦନଶୀଳ ଘଟଣା ଗ୍ରାମରେ ପ୍ରଚାର ହେଲାପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତକୁ ଗୋଟିଏ କଠୋରୀରେ ବନ୍ଦ କରି ହିଂଜିଳି ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ କହି ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲେ। କିନ୍ତୁ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶାସକଦଳର ଜଣେ ଟାଣୁଆ ଯୁବନେତା ହୋଇଥିବାରୁ କିଛି ସମୟରେ ଉପର ମହଲରୁ ପ୍ରବଳ ଚାପ ହୋଇ ରଫାଦଫା କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି।

କରୋନା ମହାମାରୀ ସମୟରେ ଏପରି ଘଟଣା ପ୍ରଘଟ ହେଲେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିବ, ସେଥିପାଇଁ ଗାଁରେ ବର୍ତ୍ତମାନ ହୁଇପ୍ ଜାରି ହୋଇଛି। ଅଭିଯୁକ୍ତଙ୍କଠାରୁ ମୋଟା ଅଙ୍କରେ ଫାଇନ୍ ଆଦାୟ ହେବ କିନ୍ତୁ କେସ ହେବ ନାହିଁ। ଏହିଭଳି ସମ୍ବେଦନଶୀଳ ଘଟଣାରେ ପୋଲିସ୍ ଓ ଆମ ବ୍ୟବସ୍ଥା ଜଣେ ୧୦ ବର୍ଷର ପୀଡ଼ିତାଙ୍କୁ ଯଦି ନ୍ୟାୟ ପ୍ରଦାନ କରିପାରିବ ନାହିଁ ତେବେ ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିଯିବ। ପୀଡ଼ିତାଙ୍କ ପରିବାର ପ୍ରତି ଅନ୍ୟାୟ ହେବ। ଏଭଳି ସ୍ପର୍ଶକାତର ଘଟଣାକୁ ହାଲୁକା ଭାବେ ନନେଇ ତୁରନ୍ତ ଅଭିଯୁକ୍ତ ଏବଂ ରାଜନୈତିକ ଚାପ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା, ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସିପିଆଇ(ଏମ୍‌ଏଲ୍‌) ରେଡ଼ଷ୍ଟାର ଗଂଜାମ ଜିଲ୍ଲା ସଂପାଦକ ଶଙ୍କର ସାହୁ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଡ଼ିଜିପି ପୋଲିସ୍‌, ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ୍ ଆରକ୍ଷୀ ଅଧିକ୍ଷକଙ୍କୁ ଟୁଇଟ୍ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୋଭିଡ୍‌ କେୟାର ସେଣ୍ଟରରେ କରୋନା ପଜିଟିଭ୍‌ ନାବାଳିକାଙ୍କ ସହ ଦୁଷ୍କର୍ମ  

ନୂଆଦିଲ୍ଲୀ : ଦିଲ୍ଲୀର ଛତରପୁର ଅଞ୍ଚଳରେ ସର୍ଦ୍ଦାର ପଟେଲ୍‌ କୋଭିଡ୍‌ ସେଣ୍ଟରରେ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଭ୍କ ବୟସ  14 ବର୍ଷ ହୋଇଥିବାବେଳେ ଅଭିଯୁକ୍ତଙ୍କ ବୟସ 19 ବର୍ଷ ବୋଲି ସୂଚନା ରହିଛି । ଦୁହେଁ କୋଭିଡ୍‌ ସଂକ୍ରମିତ ବୋଲି ସୂଚନା ରହିଛି । ଅଭିଯୁକ୍ତକୁ ପୋକ୍ସ ଆକ୍ଟ୍‌ ଆଧାରରେ ଗିରଫ କରାଯାଇଛି । ଏହି ଦୁଷ୍କର୍ମ କାର୍ଯ୍ୟରେ ସହଯୋଗ କରିଥିବା ତାଙ୍କ ସାଥୀଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି ।

କରୋନା ସଂକ୍ରମିତ ହୋଇଥିବାରୁ ଦୁହିଁଙ୍କ  ଅଲଗା ଅଲଗା କୋଭିଡ୍‌ ଗୃହରେ ନ୍ୟାୟିକ ହେପାଜତେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନ ଦର୍ଜ କରାଯିବ ।

ଜୁଲାଇ 15 ତାରିଖ ରାତ୍ରିରେ ଏହି ଘଟଣା ଘଟିଥିଲା । ନାବାଳିକା ଜଣକ ବାଥରୁମ୍‌ ଯାଇଥିବାବେଳେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି ।  ଅଭିଯୁକ୍ତ ଜଣକ 20 ବର୍ଷୀୟ ଜଣେ ଯୁବକୁ ବାହାରେ ଜଗୁଆଳି କରି ଠିଆ କରାଇଥିବାର ସୂଚନା ରହିଛି । ତେବେ ନାବାଳିକା ଜଣକ ଡରରେ ସେଦିନ ଏହି ଘଟଣା ପ୍ରକାଶ କରିପାରିନଥିବାବେଳେ ତା’ ପରଦିନ ସେ ଏହି ସମ୍ପର୍କରେ ନିଜ ସାଙ୍ଗକୁ କହିଥିଲେ । ଏହାପରେ କୋଭିଡ୍‌ ସେଣ୍ଟରର ଡାକ୍ତରଙ୍କ ନିକଟରେ ଏନେଇ ଅଭିଯୋଗ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନଷ୍ଟେବଳ ଗିରଫ

ହାଇଦ୍ରାବାଦ: ୧୨ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ହାଇଦ୍ରାବାଦ ପୋଲିସର ଜଣେ କନଷ୍ଟେବଳଙ୍କୁ ଗୁରୁବାର ଗିରଫ କରାଯାଇଛି। କନଷ୍ଟେବଳ ଭି ଏସ ଉମେଶ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଖବର ମୁତାବକ, ଶିଖ ଗ୍ରାମରେ ପୀଡିତାଙ୍କ ଘର ପାଖରେ ରହୁଥିବା ୩୩ ବର୍ଷୀୟ କନଷ୍ଟେବଳ ଜଣକ ଝିଅଟି ଏକୁଟିଆ ଥିବାବେଳେ ତାଲା ପକାଇ ଏପରି ଜଘନ୍ୟ  ଅପରାଧ କରିଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଧମକ ଦେଇଥିଲା ଯେ ଯଦି ସେ କାହାକୁ ଜଣାନ୍ତି ତେବେ ତାଙ୍କୁ ହତ୍ୟା କରାଯିବ।

ତେବେ ପୀଡିତାଙ୍କ ପରିବାର ବୋଡେନପାଲି ପୋଲିସ ଷ୍ଟେସନରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲା। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜାନି କୁମାର ଅଭିଯୁକ୍ତ କନଷ୍ଟେବଳକୁ ଗିରଫ ଘୋଷଣା କରିଛନ୍ତି। ପୀଡିତାଙ୍କ ବକ୍ତବ୍ୟକୁ ଭିତ୍ତି କରି ପୋଲିସ ଭାରତୀୟ ପେନାଲ କୋଡର ଧାରା ୩୭୬ (୩), ୫୦୬ ଏବଂ ଶିଶୁମାନଙ୍କୁ ଯୌନ ଅପରାଧ ସୁରକ୍ଷା (ପୋସ୍କୋ) ଅଧିନିୟମ ଅନୁଯାୟୀ ଗିରଫ କରାଯାଇ ମାମଲା ରୁଜ୍ଜୁ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଖାକିରେ କଳଙ୍କ : ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଏସ୍‌ଆଇଙ୍କ ଦୁଷ୍କର୍ମ ଅଭିଯୋଗ

ରମେଶ ମହାନ୍ତି
ଜଗତସିଂହପୁର : ପୁଣି ଖାକିରେ ଲାଗିଛି କଳଙ୍କ । ଜଣେ ଯୁବ ପୋଲିସ୍‌ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜନୈକା ଯୁବତୀ । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଜନୈକ ଯୁବ ପୋଲିସ୍‌ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି କୁଜଙ୍ଗର ଜନୈକ ଯୁବତୀ । କେନ୍ଦ୍ରାପଡା ଥାନାରେ ଏସ୍‌ଆଇ ଭାବରେ କାର୍ଯ୍ୟରତ ଏହି ଏସ୍‌ଆଇ ଜଣଙ୍କ ଚାକିରି ଏବଂ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଏକ ବର୍ଷ ଧରି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସିଥିଲେ ବୋଲି ଯୁବତୀ ଜଣକ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ନାବାଳକ ଗିରଫ

ରମେଶ କୁମାର ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡବିଶୁନପୁର ପଞ୍ଚାୟତ ବଉଳପୁର ଗ୍ରାମରେ ଜଣେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ବୁଧବାର ଦିନ ୧:୩୦ବେଳେ ନାବାଳିକା ଜଣଙ୍କ ଘରର ଅନତି ଦୂରରେ ଥିବା ଚିଙ୍ଗୁଡ଼ି ଘେରି ବନ୍ଧରେ ଏକୁଟିଆ ଶୌଚ ପାଇଁ ଯାଇଥିବା ବେଳେ ନିକଟସ୍ଥ ଦୁର୍ଗାପୁର ଗ୍ରାମର ଜନୈକ କାମାନ୍ଧ ଯୁବକ ଏହି କାଣ୍ଡ ଘଟାଇଥିଲା।

ଚିଙ୍ଗୁଡ଼ି ଘେରି ଘରେ ପୂର୍ବରୁ ଉପସ୍ଥିତ ଥିବା ୧୬ ବର୍ଷୀୟ କାମାନ୍ଧ ଯୁବକ ଜଣକ ନାବାଳିକାକୁ ଏକୁଟିଆ ପାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲା। ଉକ୍ତ ଯୁବକ କବଳରୁ ଖସିଆସି ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏସଂପର୍କରେ ପରିବାର ପକ୍ଷରୁ ଏରସମା ଥାନାରେ ଏତଲା ଦିଆଯିବା ସହ ନାବାଳିକାକୁ ଚିକିତ୍ସା କରାଯାଇଥିଲା। ଘଟଣାକୁ ନେଇ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଦେଖାଯାଇଥିବା ବେଳେ ଗ୍ରାମର ମହିଳା ମାନେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ଏରସମା ପୋଲିସ୍ ଆଜି ସକାଳ ୭ ଟାରେ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରିଥିଲେ। ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏରସମା ଥାନାଧିକାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ପୁଲିସର ତଦନ୍ତ ଜାରି

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଗଣ୍ଡିକୀପୁର ତରପଡାରେ ଦୁଇ କୁନି କୁନି ନାବାଳିକାଙ୍କୁ ସେହି ଗ୍ରାମର ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ହି ଗ୍ରାମର ଦୁଇ ପରିବାରର ୪ ବର୍ଷର ଓ ୩ ବର୍ଷର ଦୁଇ ଝିଅ ନିଜ ମା’ ମାନଙ୍କ ସହିତ ଗଣ୍ଡିକୀପୁର ତରପଡା ରାମଚଣ୍ଡି ମନ୍ଦିରକୁ ୨୨ ତାରିଖରେ ଭାଗବତ ରାମାୟଣ ଶୁଣିବାକୁ ଯାଇଥିଲେ । ଏହି ସମୟରେ ଦୁଇ କୁନି ଝିଅ ଖେଳୁଥିବା ବେଳେ କୁରୁକୁରି ଦେଖାଇ ତାଙ୍କୁ ଜଣେ ୧୫ ବର୍ଷର ନାବାଳକ ନିକଟସ୍ଥ ଏକ ନିଛାଟିଆ ଅଂଚଳକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତା ଦୁଇ ନାବାଳିକାଙ୍କ ମା’ ଖୋଜାଖୋଜି କରିବାରୁ ଅଧଘଂଟା ପରେ ପିଲା ମାନଙ୍କୁ ପାଇଥିଲେ। ଏହି ମର୍ମରେ ଦୁଇ ପରିବାର ପକ୍ଷରୁ ଏକ ଅଭିଯୋଗ ହେବା ପରେ କୁଜଙ୍ଗ ଥାନାରେ କେସ୍ ନଂ-୧୧୫/୨୦ରେ ୩୭୬(ଏବି) ୪ ପୋସ୍କୋ ଆକ୍ଟ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି। ଏହି ଘଟଣାକୁ ନେଇ କୁଜଙ୍ଗ ଅଂଚଳରେ ତୀବ୍ର ପ୍ରତ୍ରିକିୟା ପ୍ରକାଶ ପାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା : ବୃଦ୍ଧଙ୍କ ପାଲଟା ଅଭିଯୋଗ

ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ 80 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ 22 ବର୍ଷୀୟ ମହିଳା । ତେବେ ଏହା ସହିତ ଉକ୍ତ ବ୍ୟକ୍ତି ଜଣକ ଉକ୍ତ ମହିଳାଙ୍କ ବିରୋଧରେ ଚୋରିର ଅଭିଯୋଗ ଆଣିଛନ୍ତି । ଘଟଣାଟି ଏହିପରିକି, ହାଇଦ୍ରାବାଦର ବଞ୍ଜାରା ହିଲ୍‌ସରେ ରହୁଥିବା ଉକ୍ତ 80 ବର୍ଷର ବୃଦ୍ଧଙ୍କ ଘରେ ରହୁଥିବା ଉକ୍ତ 22 ବର୍ଷୀୟା ମହିଳା ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହା ସହିତ ତାଙ୍କର ମହଙ୍ଗା ଘଣ୍ଟା ଚୋରି କରିଥିବା ନେଇ ବୃଦ୍ଧ ଜଣକ ମହିଳା ଏବଂ ତାଙ୍କର ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ବଞ୍ଜାରା ହିଲ୍‌ସ ଇନ୍ସପେକ୍ଟର କଳିଙ୍ଗ ରାଓଙ୍କ ଅନୁଯାୟୀ, ନିଜର ବିବାହ ବିଚ୍ଛେଦ ପରେ ନିଜର ପୁରୁଷ ବନ୍ଧୁଙ୍କ ସହିତ ମହିଳା ଜଣଙ୍କ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଏପ୍ରିଲ୍ 3 ତାରିଖରେ ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କୁ ମଦ୍ୟପାନ କରିବାକୁ ଦେଇ ମଦ ନିଶାରେ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

13 ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ : ଦୁଇ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ : ଲକ୍‌ଡାଉନ୍‌ ସମୟରେ ମଧ୍ୟ ଦେଶରେ ମହିଳା ସୁରକ୍ଷିତ ନୁହନ୍ତି । ଉତ୍ତରପ୍ରଦେଶରେ ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ସହିତ ଏହାର ଭିଡିଓ ସୁଟିଂ କରାଯାଇଛି । ପୋଲିସ୍‌ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଅଭିଯୁକ୍ତ ଫେରାର ଅଛନ୍ତି ।

ଉତ୍ତର ପ୍ରଦେଶର ସୀତାପୁରରେ ବୁଧବାର ରାତିରେ ଏହି ଲଜ୍ଜାଜନକ ଘଟଣା ଘଟିଛି । 13 ବର୍ଷୀୟା ବାଳିକା ଜଣକ ଶୌଚ ହେବା ପାଇଁ ଯାଇଥିବା ସମୟରେ 6 ଜଣ ଅଭିଯୁକ୍ତ ନାବାଳିକାକୁ ଉଠାଇ ନେଇଥିଲେ । ଦୁଇ ଜଣ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଭିଡିଓ ଭାଇରାଲ୍‌ କରିବା ପାଇଁ ଅଭିଯୁକ୍ତ ମାନେ ଧମକ ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ୍‌ 2 ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଚାରି ଜଣ ଫେରାର ଅଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଡାକ୍ତରଖାନା ଯାଉଥିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ

ଭୋପାଳ : ଲକ୍‌ଡାଉନ୍‌ ସମୟରେ ଡାକ୍ତରଖାନା ଯାଉଥିବା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଚଳିତ ମାସ 18 ତାରିଖରେ ଏହି ଘଟଣା ଘଟିଛି । ଡାକ୍ତରଖାନା ଯାଉଥିବା ବେଳେ 17 ବର୍ଷୀୟା ନାବାଳିକାଙ୍କୁ ଏକ କାର୍‌ରେ ଅପହରଣ କରି ନେଇଥିଲେ ଦୁର୍ବୁର୍ତ୍ତ । 8 କିମି ଦୂର ଏକ ନିଚ୍ଛାଟିଆ ରାସ୍ତାକୁ ନେଇ ଅଭିଯୁକ୍ତ ମାନେ ନାବାଳିକାକୁ ବଳାତ୍କାର କରିଥିଲେ । ତେବେ ଲକ୍‌ଡାଉନ୍‌ ସମୟରେ ଏକ ଯୁବତୀକୁ କାର୍‌ରେ 8 କିମି ବାଟ ନିଆଗଲେ ମଧ୍ୟ ପୋଲିସ୍‌କୁ ସୂଚନା ନମିଳିବା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୋପାଳର ଭେଲ୍‌ ଟାଉନ୍‌ସିପ୍‌ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଯୁବତୀ ଜଣକ 19 ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଚେନ୍ନାଇରେ ଆଉ ଏକ ନିର୍ଭୟା : ଅସଦାଚରଣ ପରେ ପଞ୍ଚମ ଶ୍ରେଣୀ ଛାତ୍ରୀକୁ ହତ୍ୟା

ଚେନ୍ନାଇ: ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ମିଳିବାର ଅଳ୍ପ କିଛି ଘଣ୍ଟା ପରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ତାମିଲନାଡୁର ଚେନ୍ନାଇରେ ଆଉ ଏକ ଦୁଷ୍କର୍ମ ଆଉ ହତ୍ୟା ମାମଲା । ଆଜି ଏଠାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଏକ ଛାତରୁ ଫିଙ୍ଗି ହତ୍ୟା କରାଯାଇଛି। ଅପରାଧର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଚେନ୍ନାଇ ପୋଲିସ ଗିରଫ କରିଛି। ୨୯ ବର୍ଷ ବୟସ୍କ ଏହି ଅଭିଯୁକ୍ତ ଜଣକ ମୃତ ନାବାଳିକାର ପଡୋଶୀ ବୋଲି ଜଣାପଡିଛି।

ପୋଲିସର ସୂଚନାନୁସାରେ, ମଦୁରାଭୋୟାଲ ଅଞ୍ଚଳରେ ରହୁଥିବା ୧୦ ବର୍ଷର ନାବାଳିକା ଜଣକ ଶୌଚ ହେବା ପାଇଁ ନିଜ ଘରୁ ବାହାରକୁ ଯାଇ ଫେରିନଥିଲା। ପହଞ୍ଚିବାରେ ବିଳମ୍ବ ହେବାରୁ ପିତାମାତା ଭୟଭୀତ ହୋଇ ପୋଲିସକୁ ଡାକିଥିଲେ। ଅଭିଭାବକ, ପଡ଼ୋଶୀ ଏବଂ ପୋଲିସ କର୍ମଚାରୀମାନେ ବହୁ ଖୋଜା ଖୋଜି କରିଥିଲେ। ପରେ ନାବାଳିକା ଜଣକ ବିଲଡିଂ ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଛି ଯେ ନାବାଳିକା ଜଣଙ୍କୁ ଅସଦାଚରଣ କରାଯାଇଛି।

ତଦନ୍ତ ପରେ ପୋଲିସ ଝିଅର ପଡୋଶୀ ପି.ସୁରେଶଙ୍କୁ ଗିରଫ କରିଛି।  ଛାତରେ ନାବାଳିକାକୁ ଅସଦାଚରଣ କରୁଥିବା ସମୟରେ ନାବାଳିକା ଚିତ୍କାର କରିବାରୁ ତାଙ୍କୁ ତଳକୁ ଫିଙ୍ଗି ଦେଇଥିବା ନେଇ ନିଜେ ଅଭିଯୁକ୍ତ ସ୍ୱୀକାର କରିଛି। (ଏଜେନ୍ସି)

 

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୁଜଙ୍ଗରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ପୋଲିସର ତଦନ୍ତ ଜାରି

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜୟଶଙ୍ଖପୁର ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଖରାବେଳେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ କୁଜଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କୁଜଙ୍ଗ ଥାନା ଜୟଶଙ୍ଖପୁର ଗ୍ରାମର ରଶ୍ମୀ(ଛଦ୍ମନାମ) ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ କୁନା ବେହେରା ଘରକୁ ପଶି ଆସିଥିଲେ । କବାଟ ବନ୍ଦ କରି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳାଙ୍କ ପାଟି ଶୁଣି ଅନ୍ୟମାନେ ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୁକ୍ତ ମହିଳାଙ୍କ ଦୁଇଟି କାନଫୁଲ ନେଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ଜଣକ ଫେରାର ଥିବା ବେଳେ ପୋଲିସ୍‌ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳା ସହକର୍ମୀଙ୍କୁ ବେଙ୍ଗାଲୁରୁ ଡାକ୍ତରଙ୍କ ଦୁଷ୍କର୍ମ

ବେଙ୍ଗାଲୁରୁ : ଜନୈକ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଉକ୍ତ ଯୁବତୀ ଜଣକ ସମାନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଗୋଟିଏ କଲେଜରେ ପାଠ ପଢୁଥିଲେ । ବେଙ୍ଗାଲୁରୁର ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଡାକ୍ତର ରହିଥିବା 25 ବର୍ଷୀୟ ଦୀପକ ରାଠୀ ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ । ଏହା ସହିତ ବିବାହ କରିବାର ପ୍ରତିଶ୍ରୁତି ଦେଇ ମାମଲା ରୁଜୁ ନକରିବାକୁ ପ୍ରବର୍ତ୍ତାଇ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଯୁବତୀଙ୍କର ଏକ ବାଥ୍‌ରୁମ୍‌ର ଭିଡିଓ ଜରିଆରେ ବ୍ଲାକମେଲ କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ହରିୟାଣାର ଦୀପକ ରାଠୀଙ୍କୁ ଗିରଫ କରିଥିଲା । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସାମରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, 7 ନାବାଳକ ଅଟକ

ଗୌହାଟୀ : ଆସାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ 7 ଜଣ ନାବାଳକ ଛାତ୍ରଙ୍କୁ ପୋଲିସ୍‌ ଗିରଫ କରିଛି । ଆସାମର ବିଶ୍ବନାଥ ଜିଲ୍ଲାରେ ନାବାଳିକାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଛାତ୍ରୀ ଜଣକ ନିଜର ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଉକ୍ତ 7 ସହପାଠୀ ତାଙ୍କୁ ପାର୍ଟି ବାହାନାରେ ନେଇ ବଳାତ୍କାର କରିଥିଲେ । ଏନେଇ ପୀଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ 7 ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । 12 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ଏହି 7 ନାବାଳକ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଏକ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରଖାଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗଣଦୁଷ୍କର୍ମ ପରେ ନିଜ ଦେହରେ ନିଆଁ ଲଗାଇଲେ ଶିଶୁ ଶ୍ରମିକ

ଭୋପାଳ : ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ଏବଂ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ଭୋପାଳର ଜଣେ 14 ବର୍ଷୀୟା ଯୁବତୀ । ଶିଶୁ ଶ୍ରମିକ ଭାବରେ କାର୍ଯ୍ୟକରୁଥିବା ଏହି ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ସେ ନିଜକୁ ନିଆଁ ଲଗାଇ ଦେଇଥିଲେ । ତିନି ଜଣ ସହକର୍ମୀ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା କାରଣରୁ ବୁଧବାର ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ବୟାନ ଅନୁଯାୟୀ ବେତୁଲର ପୋଲିସ ପକ୍ଷରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯୁବତୀ ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପରିବାରକୁ ସହାୟତା କରିବା ପାଇଁ ତଥା ନିଜର ପାଠପଢା ଖର୍ଚ୍ଚ ନିମନ୍ତେ ଏହି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏକ ମାସ ପୂର୍ବରୁ ଉକ୍ତ ତିନି ସହକର୍ମୀ ଗଣଦୁଷ୍କର୍ମ କରିଥିଲେ । ଏହାପରେ ବାରମ୍ବାର ଧମକ ଦେବା ସହିତ ନିୟମିତ ଭାବରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରି ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । (ଏଜେନ୍ସି)