ଲୁଚକାଳି ଖେଳିବା ବାହାନାରେ ନାବାଳିକା ସହ ଗଣଦୁଷ୍କର୍ମ : ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ କରୋନା ପଜିଟିଭ୍‌

Published: Aug 31, 2020, 4:19 pm IST

ଅଗରତାଲା : ତ୍ରିପୁରାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି ।ଖେଳିବା ବାହାନାରେ ଏକ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଛି । ଅଭିଯୁକ୍ତମାନେ ନାବାଳକ ବୋଲି ସୂଚନା ରହିଛି । ରବିବାର ପଶ୍ଚିମ ତ୍ରିପୁରାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଲୁଚାକାଳି ଖେଳିବା ବାହାନାରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ସାତ ଜଣ ବାଳକ । ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଛି । ଗିରଫ ହୋଇଥିବା 6 ଅଭିଯୁକ୍ତ ନାବାଳକ ମଧ୍ୟରୁ ଚାରି ଜଣଙ୍କୁ ଜୁଭେନାଇଲ ହୋମ  ପଠାଯାଇଥିବା ବେଳେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଣ ଏହି ଦୁଇ ଅଭିଯୁକ୍ତ କରୋନା ପଜିଟିଭ୍‌ ହୋଇଥିବାର ସୂଚନା ରହିଛି । ଶନିବାର ଦିନ ନାବାଳିକା ଜଣକ ଘରକୁ ଫେରୁଥିବା ସମୟରେ ଏହି କାଣ୍ଡ ଘଟିଥିବାର ସୂଚନା ରହିଛି । ପୀଡ଼ିତା ନାବାଳିକାଙ୍କ ପିତାଙ୍କ ଅଭିଯୋଗେ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  (ଏଜେନ୍ସି)

Related posts