Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ
ଆଜିର ଖବର

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମାତା ସୀତାଙ୍କ ଜନ୍ମସ୍ଥାନ ନେପାଳର ଜନକପୁରଧାମରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାକୁ ଏବେ ରେଳପଥରେ ଯୋଡ଼ିବାକୁ ପ୍ରସ୍ତୁତି ଚାଲିଛି। ଏହି ଦୁଇ ପବିତ୍ର ତୀର୍ଥସ୍ଥଳ ମଧ୍ୟରେ ସିଧାସଳଖ ଟ୍ରେନ୍ ସେବା ଆରମ୍ଭ ହେଲେ ଭାରତ ଓ ନେପାଳର ଶ୍ରଦ୍ଧାଳୁଙ୍କ ଯାତ୍ରା ଅଧିକ ସହଜ ହେବ। ପ୍ରସ୍ତାବିତ ରେଳ ସେବା କେବଳ ଯାତାୟାତର ନୂଆ ମାଧ୍ୟମ ହେବ ନାହିଁ, ବରଂ ଦୁଇ ଦେଶର ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବାର ଏକ ନୂଆ ସୁଯୋଗ ଆଣିବ।

ରିପୋର୍ଟ ଅନୁଯାୟୀ, ଜନକପୁର-ଅଯୋଧ୍ୟା ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ରେଳ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ, ଚଳିତ ମାସ ଶେଷ ଆଡ଼କୁ ଭାରତ ଓ ନେପାଳର ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏହି ଟ୍ରେନ୍‌କୁ ଶୁଭାରମ୍ଭ କରିପାରନ୍ତି। ତେବେ ରୁଟ୍‌, ଷ୍ଟେସନ୍‌ ଓ ଅନ୍ୟାନ୍ୟ ପରିଚାଳନାଗତ ବ୍ୟବସ୍ଥା ଚୂଡ଼ାନ୍ତ ହେବା ପରେ ହିଁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ।

ପ୍ରସ୍ତାବିତ ଏହି ରେଳପଥର ଦୂରତା ପ୍ରାୟ ୪୬୪ କିଲୋମିଟର ରହିବ। ଯୋଜନା ଅନୁଯାୟୀ, ଟ୍ରେନ୍‌ଟି ଜନକପୁରଧାମରୁ ଅଯୋଧ୍ୟା ଯାତ୍ରା କରିବ ଏବଂ ପରଦିନ ଫେରିବ। ନେପାଳ ପଟେ ଜନକପୁରଧାମ ଓ ଜୟନଗର ଷ୍ଟେସନ୍ ଏହି ସେବା ସହ ଯୋଡ଼ି ହେବାକୁ ଥିବାବେଳେ ଭାରତୀୟ ଭାଗରେ ଟ୍ରେନ୍‌ର ନିର୍ଦ୍ଦିଷ୍ଟ ରୁଟ୍‌ ଓ ଷ୍ଟେସନ୍‌ଗୁଡ଼ିକ ଏଯାଏଁ ଚୂଡ଼ାନ୍ତ ହୋଇନାହିଁ।

ଏହି ଟ୍ରେନ୍ ସେବା ଆରମ୍ଭ ହେଲେ ରାମାୟଣ ସର୍କିଟ୍‌କୁ ବାସ୍ତବ ରୂପ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଭଗବାନ ରାମ ଓ ମାତା ସୀତାଙ୍କ ଜୀବନ ସହ ଜଡ଼ିତ ତୀର୍ଥସ୍ଥଳଗୁଡ଼ିକୁ ସଂଯୋଗ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ୁଥିବା ବେଳେ ଏହି ରେଳ ସେବା ନେପାଳରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ବେଶ୍ ସହାୟକ ହେବ। ସେହିପରି ଭାରତୀୟ ଶ୍ରଦ୍ଧାଳୁମାନେ ମଧ୍ୟ ଜନକପୁରଧାମ ଯାଇ ମାତା ସୀତାଙ୍କ ଜନ୍ମସ୍ଥାନ ଦର୍ଶନ କରିବାର ସୁଯୋଗ ପାଇବେ।

ଜନକପୁରରେ ନେପାଳ ରେଳବାଇର ମୁଖ୍ୟ ପରିବେଶ ପରାଜୁଲିଙ୍କ କହିବା ଅନୁଯାୟୀ, ରାମ ଓ ସୀତାଙ୍କ ବିବାହ ସମୟରୁ ଭାରତ ଓ ନେପାଳ ମଧ୍ୟରେ ରହିଆସିଥିବା ଐତିହାସିକ ସମ୍ପର୍କର ଏହି ରେଳ ସେବା ପ୍ରତୀକ ହେବ। ଏହାଦ୍ୱାରା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହେବା ସହ ପର୍ଯ୍ୟଟନ, ଅର୍ଥନୀତି ଓ ସାମାଜିକ ଆଦାନପ୍ରଦାନକୁ ମଧ୍ୟ ପ୍ରୋତ୍ସାହନ ମିଳିବ।

ପ୍ରାରମ୍ଭିକ ଯୋଜନା ଅନୁସାରେ, ଏହି ଟ୍ରେନ୍ ସପ୍ତାହକୁ ଥରେ ଯିବାଆସିବା କରିବ। ଅର୍ଥାତ୍ ପ୍ରତି ସପ୍ତାହରେ ଗୋଟିଏ ରାଉଣ୍ଡ ଟ୍ରିପ୍‌ର ବ୍ୟବସ୍ଥା ରହିବ। ଯାତ୍ରୀଙ୍କ ଚାହିଦା ଓ ଭିଡ଼କୁ ଦେଖି ପରବର୍ତ୍ତୀ ସମୟରେ ଟ୍ରେନ୍ ଚଳାଚଳ ସଂଖ୍ୟା ବଢ଼ାଯାଇପାରେ। ଏହି ଟ୍ରେନ୍‌ର ପରିଚାଳନା ଦାୟିତ୍ୱ ପ୍ରାରମ୍ଭରେ ଭାରତୀୟ ରେଳବାଇ ହାତରେ ରହିବ। ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ସୁବିଧା ଓ ଟିକେଟ୍ ଭଡ଼ା ମଧ୍ୟ ଭାରତୀୟ ରେଳବାଇ ନିର୍ଦ୍ଧାରଣ କରିବ। ତେବେ ଟିକେଟ୍‌ର ନିର୍ଦ୍ଦିଷ୍ଟ ମୂଲ୍ୟ ସମ୍ପର୍କରେ ଏଯାଏଁ ସୂଚନା ମିଳିନାହିଁ।

ଭାରତ ଓ ନେପାଳ ମଧ୍ୟରେ ଏହି ରେଳ ସେବା ପୁନଃଆରମ୍ଭ ନେଇ ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଆଲୋଚନା ଆରମ୍ଭ ହୋଇଥିଲା। ଉଭୟ ଦେଶର କଷ୍ଟମ୍ସ, ଇମିଗ୍ରେସନ୍ ଓ ସୁରକ୍ଷା ବିଭାଗର ଅଧିକାରୀମାନେ ଜୟନଗର ରେଳ ଷ୍ଟେସନ୍‌ରେ ବୈଠକ କରି ରେଳ ସଂଯୋଗ, ସିଗନାଲିଂ ବ୍ୟବସ୍ଥା, ଯାତ୍ରୀଙ୍କ ଯାଞ୍ଚ, କଷ୍ଟମ୍ସ ଓ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ନେପାଳ ପକ୍ଷ ନିଜ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଭାରତୀୟ ରେଳବାଇ ଟ୍ରେନ୍ ପରିଚାଳନା କରିବ। ନେପାଳ ଅଞ୍ଚଳରେ ଯାତ୍ରୀ ଓ ଟ୍ରେନ୍‌ର ସୁରକ୍ଷା ଦାୟିତ୍ୱ ସେଠାକାର ସଂସ୍ଥା ନେବେ ଏବଂ ଭାରତୀୟ ଅଞ୍ଚଳରେ ଏହି ଦାୟିତ୍ୱ ଭାରତୀୟ ସଂସ୍ଥାଗୁଡ଼ିକ ତୁଲାଇବେ।

ରେଳ ସେବା ଆରମ୍ଭ ପୂର୍ବରୁ ନଭେମ୍ବର ପ୍ରାରମ୍ଭରେ ଭାରତୀୟ ରେଳବାଇ ପକ୍ଷରୁ ଏକ ପରୀକ୍ଷାମୂଳକ ଯାତ୍ରା କରାଯାଇଥିଲା। ୧୭ଟି କୋଚ୍‌ ବିଶିଷ୍ଟ WDP-4D 40370 ନମ୍ବର ଇଞ୍ଜିନ୍‌ ଥିବା ଟ୍ରେନ୍‌ଟି ଜୟନଗରରୁ ନେପାଳର କୁର୍ଥା ପର୍ଯ୍ୟନ୍ତ ଯାଇଥିଲା। ଏହା ପୂର୍ବରୁ ନେପାଳର ବିଜଲପୁରା ଓ ଭାରତର ଜୟନଗର ମଧ୍ୟରେ ରେଳ ସେବା ଚାଲୁ ରହିଛି।

ତେବେ ଜନକପୁରଧାମରୁ ଅଯୋଧ୍ୟା ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍‌ର ନିର୍ଦ୍ଦିଷ୍ଟ ରୁଟ୍‌, ଭାରତୀୟ ପଟର ଷ୍ଟେସନ୍‌ ଓ ଟିକେଟ୍ ଭଡ଼ା ଚୂଡ଼ାନ୍ତ ହେବା ବାକି ରହିଛି। ଏହି ସବୁ ପ୍ରସ୍ତୁତି ସରିଲେ ଦୁଇ ଦେଶର ଶ୍ରଦ୍ଧାଳୁଙ୍କ ପାଇଁ ରାମ-ସୀତାଙ୍କ ପବିତ୍ର ଭୂମିକୁ ଯୋଡ଼ୁଥିବା ଏହି ରେଳ ଯାତ୍ରା ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ।

#JanakpurAyodhyaTrain #JanakpurDham #RamayanCircuit ayodhya
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026
Latest News

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.