ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ: ୧୩ ବର୍ଷର ନାବାଳକ ଉପରେ ପରିବାର ଲୋକେ ଆଣିଲେ ଅଭିଯୋଗ

Published: Oct 25, 2020, 8:15 pm IST

ଫତେହପୁର (ୟୁପି): ଫତେହପୁର ଜିଲ୍ଲାର ଖାଗା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପାଞ୍ଚ ବର୍ଷର ନାବାଳିକାକୁ ଜଣେ ୧୩ ବର୍ଷର  ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଶନିବାର ଦିନ ପ୍ରାୟ ୨ ଟା ସମୟରେ ଝିଅଟି ତାଙ୍କ ଘର ନିକଟରେ ଖେଳୁଥିବାବେଳେ ଅଭିଯୁକ୍ତ ଜଣଙ୍କ ଝିଅଟିକୁ ଏକ ନିର୍ଜ୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ସ୍ଥାନୀୟ ଲୋକ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ପୀଡିତାଙ୍କ ପରିବାର ଲୋକେ ପୋଲିସକୁ ଏହା ଜଣାଇଥିଲେ। ଖାଗା ଷ୍ଟେସନ ହାଉସ ଅଫିସର (ଏସଏଚଓ)ଆର.କେ ସିଂହ କହିଛନ୍ତି, ” ବାଳକ ବିରୋଧରେ ଅଭିଯୋଗ ଉପରେ ଶନିବାର ଦିନ ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା।

ଦୁଷ୍କର୍ମ ଅଭିଯୋଗ (ଆଇପିସିର ଧାରା ୩୭୬) ଏବଂ ପୋସ୍କୋ ଅଧିନିୟମ ଅନୁଯାୟୀ ଏଫ୍ଆଇଆର୍ ଦାଖଲ କରାଯାଇଥିଲା ବୋଲି ଏସଏଚଓ କହିଛନ୍ତି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

Related posts