ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନଷ୍ଟେବଳ ଗିରଫ

Published: Jun 25, 2020, 9:05 pm IST

ହାଇଦ୍ରାବାଦ: ୧୨ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ହାଇଦ୍ରାବାଦ ପୋଲିସର ଜଣେ କନଷ୍ଟେବଳଙ୍କୁ ଗୁରୁବାର ଗିରଫ କରାଯାଇଛି। କନଷ୍ଟେବଳ ଭି ଏସ ଉମେଶ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଖବର ମୁତାବକ, ଶିଖ ଗ୍ରାମରେ ପୀଡିତାଙ୍କ ଘର ପାଖରେ ରହୁଥିବା ୩୩ ବର୍ଷୀୟ କନଷ୍ଟେବଳ ଜଣକ ଝିଅଟି ଏକୁଟିଆ ଥିବାବେଳେ ତାଲା ପକାଇ ଏପରି ଜଘନ୍ୟ  ଅପରାଧ କରିଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଧମକ ଦେଇଥିଲା ଯେ ଯଦି ସେ କାହାକୁ ଜଣାନ୍ତି ତେବେ ତାଙ୍କୁ ହତ୍ୟା କରାଯିବ।

ତେବେ ପୀଡିତାଙ୍କ ପରିବାର ବୋଡେନପାଲି ପୋଲିସ ଷ୍ଟେସନରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲା। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜାନି କୁମାର ଅଭିଯୁକ୍ତ କନଷ୍ଟେବଳକୁ ଗିରଫ ଘୋଷଣା କରିଛନ୍ତି। ପୀଡିତାଙ୍କ ବକ୍ତବ୍ୟକୁ ଭିତ୍ତି କରି ପୋଲିସ ଭାରତୀୟ ପେନାଲ କୋଡର ଧାରା ୩୭୬ (୩), ୫୦୬ ଏବଂ ଶିଶୁମାନଙ୍କୁ ଯୌନ ଅପରାଧ ସୁରକ୍ଷା (ପୋସ୍କୋ) ଅଧିନିୟମ ଅନୁଯାୟୀ ଗିରଫ କରାଯାଇ ମାମଲା ରୁଜ୍ଜୁ କରାଯାଇଛି। (ଏଜେନ୍ସି)

Related posts