Categories
ଆଜିର ଖବର ଜାତୀୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନଷ୍ଟେବଳ ଗିରଫ

ହାଇଦ୍ରାବାଦ: ୧୨ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ହାଇଦ୍ରାବାଦ ପୋଲିସର ଜଣେ କନଷ୍ଟେବଳଙ୍କୁ ଗୁରୁବାର ଗିରଫ କରାଯାଇଛି। କନଷ୍ଟେବଳ ଭି ଏସ ଉମେଶ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଖବର ମୁତାବକ, ଶିଖ ଗ୍ରାମରେ ପୀଡିତାଙ୍କ ଘର ପାଖରେ ରହୁଥିବା ୩୩ ବର୍ଷୀୟ କନଷ୍ଟେବଳ ଜଣକ ଝିଅଟି ଏକୁଟିଆ ଥିବାବେଳେ ତାଲା ପକାଇ ଏପରି ଜଘନ୍ୟ  ଅପରାଧ କରିଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଧମକ ଦେଇଥିଲା ଯେ ଯଦି ସେ କାହାକୁ ଜଣାନ୍ତି ତେବେ ତାଙ୍କୁ ହତ୍ୟା କରାଯିବ।

ତେବେ ପୀଡିତାଙ୍କ ପରିବାର ବୋଡେନପାଲି ପୋଲିସ ଷ୍ଟେସନରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲା। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜାନି କୁମାର ଅଭିଯୁକ୍ତ କନଷ୍ଟେବଳକୁ ଗିରଫ ଘୋଷଣା କରିଛନ୍ତି। ପୀଡିତାଙ୍କ ବକ୍ତବ୍ୟକୁ ଭିତ୍ତି କରି ପୋଲିସ ଭାରତୀୟ ପେନାଲ କୋଡର ଧାରା ୩୭୬ (୩), ୫୦୬ ଏବଂ ଶିଶୁମାନଙ୍କୁ ଯୌନ ଅପରାଧ ସୁରକ୍ଷା (ପୋସ୍କୋ) ଅଧିନିୟମ ଅନୁଯାୟୀ ଗିରଫ କରାଯାଇ ମାମଲା ରୁଜ୍ଜୁ କରାଯାଇଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉପରିସ୍ଥ ଅଧିକାରୀଙ୍କୁ ହତ୍ୟା କରିବା ପରେ ବିଏସଏଫ୍‌ ଯବାନଙ୍କ ଆତ୍ମହତ୍ୟା

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସୀମା ସୁରକ୍ଷା ବଳର ଜନୈକ କନେଷ୍ଟବଳ ନିଜର ଉପରିସ୍ଥ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଡ୍ୟୁଟିକୁ ନେଇ ନିଜ ଉପରିସ୍ଥ ଅଧିକାରୀଙ୍କ ସହିତ ବଚସା ପରେ ଏପରି କାଣ୍ଡ ଭିଆଇଛନ୍ତି କନେଷ୍ଟବଳ ଶିବ୍‌ ଚନ୍ଦର । ରବିବାର ଡ୍ୟୁଟିରେ ବିଳମ୍ବରେ ପହଞ୍ଚିବାରୁ ସବ୍‌ ଇନ୍ସପେକ୍ଟର ଆରପି ସିଂ ଚନ୍ଦରଙ୍କୁ ଗାଳି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ଚନ୍ଦର ନିଜ ସରକାରୀ ବନ୍ଧୁକରୁ ଗୁଳି କରି ସିଂଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ।

Categories
ଆଜିର ଖବର

ନିଶା ବେପାର ଅଭିଯୋଗ : କନେଷ୍ଟବଳ ନିଲମ୍ବିତ

ରାଜଧାନୀରେ ନିଶା ବେପାର ଚଳାଇଥିବା ଅଭିଯୋଗରେ କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ ଚାକିରିରୁ ବିଦା ହୋଇଛନ୍ତି । ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରି ହରାଇବାକୁ ପଡିଛି । ପଚରାଉଚରା ସମୟରେ ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ 5ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ ।