ଯାଜପୁର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ବିଜେଡିର ବହୁ ବରିଷ୍ଠ ନେତାଙ୍କ ମେଳ) ଯାଜପୁର ତଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାଜପୁର କାଳିମେଘାସ୍ଥିତ ବବିଙ୍କ ଘରେ ଯାଜପୁର ବିଜେଡ଼ି ନେତାଙ୍କ ମେଳି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଣବପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ବିଶ୍ୱରଂଜନ ମଲ୍ଲିକ, ସୁଜାତା ସାହୁ, ପ୍ରଣବ ବଳବନ୍ତରାୟ, ରାଜନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିବାର ଜଣାଯାଇଛି । ତେବେ ପ୍ରମିଳା ମଲ୍ଲିକଙ୍କ କହିବାନୁଯାୟୀ ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମକୁ ବିରୋଧ କରିବା ତଥା ସରକାରଙ୍କୁ ଚେତେଇବା ପାଇଁ ଦଳକୁ ସଂଘଟିତ କରି ରଖିବା ପାଇଁ ଏହି ବୈଠକ ହୋଇଛି ।
ତେବେ କିଛିଦିନ ପୂର୍ବର୍ରୁ ପ୍ରମିଳା ମଲ୍ଲିକଙ୍କ ଘରେ ମଧ୍ୟ ବିଜେଡ଼ି ମେଳି ହୋଇଥିଲା ।
ସୂଚନାଯୋଗ୍ୟ, ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ଚାଲିଥିବାବେଳେ ଏପରି ମେଳିକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି, ତେବେ ଆଗାମୀ ସମୟରେ ଏହା ସ୍ପଷ୍ଟ ହେବ ।


