ଢେଙ୍କାନାଳ: ଦଣ୍ଡଯାତ୍ରା ପାଇଁ ଟେଣ୍ଡ୍ ବାନ୍ଧୁଥିବାବେଳେ କରେଣ୍ଟ ସଂସ୍ପର୍ଶରେ ଆସି ତିନି ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଟେଣ୍ଟ୍ର ଷ୍ଟିଲ୍ ବାର୍ ୧୧ କେଭି ବିଦ୍ୟୁତ ତାର ସଂସ୍ପକର୍ଶରେ ଆସି ଏପରି ଦୁର୍ଘଟଣା ଘଟିଛି । ଅନୁଗୁଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଦଣ୍ଡୁଆ ଗୁରୁତର ଆହତ ହୋଇଛନ୍ତି ।


