Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ
ଜାତୀୟ ଖବର

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ
କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଦେଖା ଦେଇଥିବା ଉତ୍ତେଜନା ସାରା ବିଶ୍ୱର ଯୋଗାଣ ଶୃଙ୍ଖଳକୁ ବାଧା ଦେଇଛି। ବିଶ୍ୱ ଏହି ପାରିସ୍ଥିତିକୁ ବୁଝାମଣା ମାଧ୍ୟମରେ ସମାଧାନ ଚାହୁଁଛି। ଏଥିଲାଗି ଭାରତ ସମେତ ଅନେକ ଦେଶ କୂଟନୀତିକ ଅଲୋଚନାକୁ ଗୁରୁତ୍ୱ ଦେଇଛନ୍ତି। ଏଭଳି ଏକ ଅନିଶ୍ଚିତତା ଭିତରେ ଭାରତ କିନ୍ତୁ ଏହାର ବଜାର ଓ ଯୋଗାଣ ଶୃଙ୍ଖଳକୁ ନିରବଛିନ୍ନ ରଖିବା ତଥା ଦେଶର ଆବଶ୍ୟକତାକୁ ପୁରଣ କରିବା ଲାଗି ବିହିତ ପଦକ୍ଷେପ ନେଉଛି। ଏ ଭିତରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ଏମଏସଏମଇ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ଦେଇ ଦେଶବାସୀଙ୍କ ଅବଶ୍ୟକତା ଅନୁସାରେ ଉତ୍ପାଦନକୁ ଗୁରୁତ୍ୱ ଦେଇଛନ୍ତି । ଫଳସ୍ୱରୂପ ଶିଳ୍ପ ଅନୁରାଗୀଙ୍କ ମନୋବଳ ବୃଦ୍ଧି ଘଟିଛି।

ଏମଏସଏମଇ ମନ୍ତ୍ରଣାଳୟର ସୂଚନା ଅନୁସାରେ ଫେବୃଆରୀ-ମାର୍ଚ୍ଚ ୨୦୨୬ ମଧ୍ୟରେ ଉଦ୍ୟମ ପୋର୍ଟାଲରେ ୨୦ ଲକ୍ଷରୁ ଅଧିକ ନୂତନ ଏମଏସଏମଇ ପଞ୍ଜୀକୃତ ହୋଇଛନ୍ତି। ଏହାଦ୍ୱାରା ମୋଟ ପଞ୍ଜୀକୃତ ଉଦ୍ୟୋଗ ସଂଖ୍ୟା ୮ କୋଟି ଅତିକ୍ରମ କରିଛି।ଏମଏସଏମଇ କ୍ଷେତ୍ରକୁ ପ୍ରଦତ୍ତ ଋଣ ପରିମାଣ ₹୩୬.୭ ଲକ୍ଷ କୋଟି ଅତିକ୍ରମ କରିଛି, ଯାହା ୨୩.୫% ତ୍ରୈମାସିକ ଅଭିବୃଦ୍ଧି ଦର୍ଶାଉଛି। ୧ ଏପ୍ରିଲ ୨୦୨୬ ରୁ କ୍ଷୁଦ୍ର ଏବଂ ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ପାଇଁ ବନ୍ଧକବିହୀନ ଋଣ ସୀମାକୁ ₹୧୦ ଲକ୍ଷରୁ ₹୨୦ ଲକ୍ଷକୁ ବୃଦ୍ଧି କରାଯାଇଛି। ନଗଦ କାରବାର ସୁବିଧା ପାଇଁ ଟ୍ରେଡ଼ସ (TReDS) ପ୍ଲାଟଫର୍ମରେ ଇନଭଏସ୍ ଡିସକାଉଣ୍ଟିଂ ୨୦୨୨ ରେ ₹୪,୩୦୦ କୋଟିରୁ ବୃଦ୍ଧି ପାଇ ବର୍ତ୍ତମାନ ₹୭ ଲକ୍ଷ କୋଟିରୁ ଅଧିକ ହୋଇଛି।

ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତି ବିଷୟରେ ଗଣମାଧ୍ୟମକୁ ଅବଗତ କରାଇବା ପାଇଁ ଭାରତ ସରକାର ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଏହି ଅବସରରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣି ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ, ସେହି ଅଞ୍ଚଳରେ ଥିବା ଭାରତୀୟ ନାଗରିକମାନଙ୍କୁ ସହାୟତା ଏବଂ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଜାଳେଣି ଯୋଗାଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ହର୍ମୁଜ ପ୍ରଣାଳୀରେ ସମସ୍ୟା ସତ୍ତ୍ୱେ ପେଟ୍ରୋଲିୟମ ସାମଗ୍ରୀ ଏବଂ ଏଲପିଜିର ନିରବଛିନ୍ନ ଯୋଗାଣ ନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦେଶର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଅଭାବ ହେବ ନାହିଁ, ତେଣୁ ଆତଙ୍କିତ ହୋଇ ଅତ୍ୟଧିକ କ୍ରୟ ନ କରିବାକୁ ପରାମର୍ଶ ଜାରି କରାଯାଇଛି। ଗୁଜବରୁ ଦୂରେଇ ରହିବା ଏବଂ କେବଳ ସରକାରୀ ସୂତ୍ର ଉପରେ ବିଶ୍ୱାସ କରିବାକୁ କୁହାଯାଇଛି। ଏଲପିଜି ବୁକିଂ ପାଇଁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବ ସହ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ପିଏନଜି ଏବଂ ଇଲେକ୍ଟ୍ରିକ/ଇଣ୍ଡକସନ କୁକଟପ୍ ଭଳି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।

ସରକାରଙ୍କ ପକ୍ଷରୁ ଘରୋଇ ଏଲପିଜି, ପିଏନଜି ଏବଂ ପରିବହନ ସିଏନଜି ୧୦୦% ଯୋଗାଣ ନିଶ୍ଚିତ କରାଯାଇଛି। ବ୍ୟବସାୟିକ ଏଲପିଜି କ୍ଷେତ୍ରରେ ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଏବଂ ଫାର୍ମା କମ୍ପାନୀଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି। ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜି ସିଲିଣ୍ଡର ଯୋଗାଣକୁ ଦ୍ୱିଗୁଣିତ କରାଯାଇଛି।ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କଳାବଜାରୀ ଏବଂ ମହଜୁଦକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ୧୪.୦୪.୨୦୨୬ ରେ ସାରା ଦେଶରେ ୨୧୦୦ ରୁ ଅଧିକ ଚଢ଼ାଉ କରାଯାଇଛି। ନିୟମ ଉଲ୍ଲଂଘନ ପାଇଁ ୨୩୭ ଟି ଏଜେନ୍ସିକୁ ଜରିମାନା କରାଯାଇଥିବା ବେଳେ ୫୮ ଟି ଏଜେନ୍ସିକୁ ନିଲମ୍ବିତ କରାଯାଇଛି।

ପାରସ୍ୟ ଗଲ୍ଫ ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ଡିଜି ସିପିଂ ବର୍ତ୍ତମାନ ସୁଦ୍ଧା ୨,୩୩୭ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିଛନ୍ତି। ଭାରତୀୟ ବନ୍ଦରଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ରହିଥିବା ଏହି ଅବସରରେ କୁହାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ଆଲୋଚନା ହୋଇଛି। ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଇସ୍ରାଏଲ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ୟୁଏଇ, ସାଉଦି ଆରବ, ଓମାନ ଏବଂ କତାରରୁ ବିମାନ ଚଳାଚଳ ଜାରି ରହିଛି। ୨୮ ଫେବୃଆରୀ ପରଠାରୁ ପ୍ରାୟ ୯.୮୪ ଲକ୍ଷ ଯାତ୍ରୀ ଏହି ଅଞ୍ଚଳରୁ ଭାରତ ଫେରିଛନ୍ତି।ତେହେରାନସ୍ଥିତ ଭାରତୀୟ ଦୂତାବାସ ୨,୩୨୩ ଭାରତୀୟଙ୍କୁ ଆର୍ମେନିଆ ଏବଂ ଆଜରବାଇଜାନ ବାଟ ଦେଇ ଭାରତ ଫେରିବାରେ ସାହାଯ୍ୟ କରିଛନ୍ତି। ଏଥିରେ ୧,୦୨୮ ଛାତ୍ର ଏବଂ ୬୫୭ ମତ୍ସ୍ୟଜୀବୀ ସାମିଲ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

'ହର୍ମୁଜ ପ୍ରଣାଳୀ' ଆନ୍ତଃ-ମନ୍ତ୍ରଣାଳୟ ଏମଏସଏମଇ କୁଟନୈତିକ ସମ୍ପର୍କ ପଶ୍ଚିମ ଏସିଆ ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ମାଣ୍ଡ୍ୟାରେ ଶ୍ରୀକ୍ଷେତ୍ର ଆଦିଚୁଞ୍ଚନଗିରିରେ ଶ୍ରୀ ଭୈରବୈକ୍ୟ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

April 16, 2026

ଆଜି ୧୬ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Latest News

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ମାଣ୍ଡ୍ୟାରେ ଶ୍ରୀକ୍ଷେତ୍ର ଆଦିଚୁଞ୍ଚନଗିରିରେ ଶ୍ରୀ ଭୈରବୈକ୍ୟ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

April 16, 2026

ଆଜି ୧୬ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 16, 2026

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.