ଭୁବନେଶ୍ଵର: ପ୍ରଥମ ପର୍ଯ୍ୟାୟ ଜନଗଣନା ୨୦୨୭ ପାଇଁ ରାଜସ୍ଵ ବିଭାଗ SOP ଜାରି କରିଛି । ଏନେଇ ସବୁ ଜିଲ୍ଲାପାଳ/ ଏସପି / ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି କରିଛନ୍ତି । ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ଗଣନାକାରୀ / ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟ ପତ୍ର ପିନ୍ଧିବା ଜରୁରୀ । ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ । ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E & S ହସ୍ତକ୍ଷେପ କରିବେ । E & S ର ନାମ ଏବଂ ଯୋଗାଯୋଗ ବିବରଣୀ ସମ୍ପୃକ୍ତ ଥାନାକୁ ସୂଚିତ କରିବେ । ଜନଗଣନା କରିବାକୁ ଯିବା ବେଳେ ସ୍ଥାନୀୟ ମୁରବୀ ମାନଙ୍କ ସହଯୋଗ ନେଇପାରିବେ । ଏହି କାର୍ଯ୍ୟରେ ବାଧା ସୃଷ୍ଟି କଲେ ୧୯୪୮ ଜନଗଣନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋଷୀ ସାବ୍ୟସ୍ତ ହେଲେ ଜରିମାନା, ଏପରିକି ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।


