କଣ୍ଟାବାଞ୍ଜି : ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ୨୦୨୨ରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କଂଦେଇ ଗାଁରେ ହୋଇଥିଲା ହତ୍ୟାକାଣ୍ଡ ଘଟଣାଆର ଶୁଣାଣୀ କରି କୋର୍ଟ ହେଇ ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ, ଅଭିଯୁକ୍ତ ଟିକଚନ୍ଦର ବଡ଼ ଭାଇ ଫୁଲପ୍ରସାଦ ନଦୀକୁ ଶୌଚ ଯାଇଥିବା ସମୟରେ ଘରୋଇ କଳହକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି କଥାରେ ଟିକଚନ୍ଦ ରାଗି ଯାଇ ନିଜ ବଡ଼ ଭାଇ ଫୁଲପ୍ରସାଦକୁ ପଥରରେ ଛେଚି ହତ୍ୟା କରିଥିଲା । ହତ୍ୟା ପରେ ବଡ଼ ଭାଇକୁ ନଦୀରେ ଫୋପାଡ଼ି ଦେଇଥିଲା । ଏହି ଘଟଣାରେ ତୁରେକେଲା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରି ସମସ୍ତ ପ୍ରମାଣ କୋର୍ଟକୁ ଦେଇଥିଲା । ଏଥିରେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରଣରେ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଆଜୀବନ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି ।


