ଭୁବନେଶ୍ୱର: ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା । ଖଣ୍ଡଗିରି ଥାନା ଧର୍ମବିହାର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ କାର ଓ ବାଇକକୁ ଭଙ୍ଗାରୁଜା କରିଛନ୍ତି । ଏହାସହ ଘରେ ପଶି ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି।
ଏନେଇ ଖଣ୍ଡଗିରି ଆନାରେ ଅଭିଯୋଗ କରିଛନ୍ତି ଘର ମାଲିକ । ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଆଧାରରେ ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ।


