Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ
ଆଜିର ଖବର

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆଗାମୀ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତିର କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମୀକ୍ଷା କରାଯିବା ସହ ଆଗାମୀ ପ୍ରସ୍ତୁତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।
ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପରିଚାଳନା, ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ପାଇଁ ସ୍ଥାୟୀ ଓ ଅସ୍ଥାୟୀ ସିସିଟିଭି ଓ ଜରୁରୀକାଳୀନ ବ୍ୟବସ୍ଥା, ପୁରୀ ସହର ଭିତର ଓ ସଂଲଗ୍ନ ରାସ୍ତା ମରାମତି, ସ୍ୱାସ୍ଥ୍ୟ, ପରିମଳ, ନିୟନ୍ତ୍ରଣ କକ୍ଷ ପରିଚାଳନା, ଯଥେଷ୍ଟ ସଂଖ୍ୟକ ପୁଲିସ୍ ମୁତୟନ, ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।

ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ ୫୦ଟି ହାଇମାଷ୍ଟ ଲାଇଟ୍ ଲାଗିବ, ଫଳରେ ଏହା ବଡ଼ଦାଣ୍ଡକୁ ଅଧିକ ଆଲୋକିତ କରିବ। ପୁରୀ ସମୁଦ୍ରକୂଳରେ ୬ଟି ବାୟୋ-ଶୌଚାଳୟ ବ୍ଲକ ସ୍ଥାପନ ହେବ, ଯେଉଁଥିରେ ୧୮ ଟି ଏକକ ଶୌଚାଳୟ ସୁବିଧା ମିଳିବ। ଏଥି ସହିତ ପୁଲିସ୍ ଶିବିର ସ୍ଥଳ, ପାର୍କିଂ ଅଂଚଳ ଏବଂ ଜନସାଧାରଣଙ୍କ ପାଇଁ ମୋଟ ୧୬୦୦ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା।

#ପୁରୀରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍ ଚନ୍ଦ୍ରଶେଖରନ୍

August 12, 2026

ରାଞ୍ଚି ଛାତ୍ର ଆନ୍ଦୋଳନ: ବନ୍ଦ ହେଲା ବିଦ୍ୟୁତ୍ ଯୋଗାଣ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରୟାସ

August 12, 2026

ଚେନ୍ନାଇରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: ୨୨୪ ଯାତ୍ରୀ ସୁରକ୍ଷିତ

August 12, 2026
Latest News

ମହଙ୍ଗା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଆଜିର ମୂଲ୍ୟ

August 12, 2026

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍ ଚନ୍ଦ୍ରଶେଖରନ୍

August 12, 2026

ରାଞ୍ଚି ଛାତ୍ର ଆନ୍ଦୋଳନ: ବନ୍ଦ ହେଲା ବିଦ୍ୟୁତ୍ ଯୋଗାଣ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରୟାସ

August 12, 2026

ଚେନ୍ନାଇରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: ୨୨୪ ଯାତ୍ରୀ ସୁରକ୍ଷିତ

August 12, 2026

ଛଅ ବର୍ଷ ପରେ ପୁଣି ଥରେ LAC ରେ ଉତ୍ତେଜନା: ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ୍ ସୈନିକ 

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.