ଜବଲପୁର: ମଧ୍ୟପ୍ରଦେଶ ଜବଲପୁରରେ ବଡ଼ ଅଘଟଣ। ବାରଗୀ ଡ୍ୟାମରେ ଡଙ୍ଗା ବୁଡ଼ି ୪ ମୃତ । ଅନେକ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ପ୍ରବଳ ଝଡ଼ତୋଫାନ କାରଣରୁ ପର୍ଯ୍ୟଟକ ଯାଉଥିବା ଡଙ୍ଗା ବୁଡ଼ି ଯାଇଛି ବୋଲି ସୂଚନା ରହିଛି । ସୂଚନା ଅନୁସାରେ, ଡଙ୍ଗାରେ ୩୦ ଜଣ ପର୍ଯ୍ୟଟକ ଥିଲେ। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଚାରି ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ସମସ୍ତ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଚଉଦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।


