Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନାକୁ ନେଇ ଜେଲ୍‌ରେ କଏଦୀଙ୍କର ସଂଘର୍ଷ : 8 କଏଦୀ ମୃତ, 50 ଗୁରୁତର

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହାରାଜା ଜେଲ୍‌ରେ କରୋନାକୁ ନେଇ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ 8ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ 50ଜଣ ଗୁରୁତର ହୋଇଛନ୍ତି । ଦେଶର ଭିଡଥବା ଜେଲ୍‌ରେ କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ କଏଦୀମାନେ ବିରୋଧ କରୁଥିଲେ । ଏହି ଘଟଣାକୁ ନେଇ ଗାର୍ଡଙ୍କ ସହ କଏଦୀଙ୍କର ଝଗଡା ହୋଇଥିଲା । ଗାର୍ଡଙ୍କ ସହିତ ଝଗଡା ଉଗ୍ର ରୂପେ ନେଇ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ 8ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ଗତ ମାସରେ ଶ୍ରୀଲଙ୍କାରେ କରୋନା ମାମଲାରେ ବୃଦ୍ଧି ଘଟିଛି । କଏଦୀମାନେ ନିକଟ ସପ୍ତାହରେ କରୋନା ଟେଷ୍ଟରେ ବୃଦ୍ଧି ତଥା ସଂକ୍ରମିତ କଏଦୀଙ୍କପାଇଁ ଅଲଗା ସୁବିଧା ଦାବିରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଗୁଳି ଯୋଗୁଁ କଏଦୀମାନଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଏବେ ସୁଦ୍ଧା 22 ହଜାର 988 କରୋନା ମାମଲା ଚିହ୍ନଟ ହୋଇଥିବାବେଳେ 109ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଫଗାନିସ୍ତାନରେ ଭୟଙ୍କର କାର ବୋମା ବିସ୍ଫୋରଣ : 13 ମୃତ, 120 ଆହତ

କାବୁଲ : ଆଫଗାନିସ୍ତାନରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି । ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ସନ୍ଧ୍ୟାରେ ଏହି କାର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ 120ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ପୋଲିସ ଷ୍ଟେସନ ସମ୍ମୁଖରେ ଏହି ବିସ୍ଫୋରଣ କରାଯାଇଥିଲା । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନାକୁ ପ୍ରତିହତ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା ସନେ୍ଦହ କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ଷୋଳତମ ସନ୍ତାନର ପ୍ରସବ ପରେ ଉଭୟ ମା ଓ ନବଜାତର ମୃତ୍ୟୁ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ବାଟିଆଗଡ ଥାନା ନିକଟସ୍ଥ ପାଡାଝିର ଗ୍ରାମ ନିବାସୀ ଜଣେ 45 ବର୍ଷୀୟ ମହିଳା ପ୍ରସବ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ସନ୍ତାନକୁ ଜନ୍ମଦେବା ପରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ରାସ୍ତାରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ମହିଳା ଷୋହଳ ଥର ପାଇ ମା’ ହୋଇଥିଲେ । ମହିଳାଙ୍କର ପୂର୍ବରୁ 15 ସନ୍ତାନ ମଧ୍ୟରୁ ଚାରି ପୁତ୍ର ଓ ଚାରି କନ୍ୟା ଜୀବିତ ଅଛନ୍ତି । ମାତ୍ର ଶେଷ ସାତୋଟି ସନ୍ତାନଙ୍କର ମୃତ୍ୟୁ ହୋଇଛି ।

ତେବେ ମହିଳାଙ୍କ ମୃତ୍ୟୁ ପରେ ଏହି ଘଟଣାରେ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ଦମୋହ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡ. ସଂଗୀତା ତ୍ରିବେଦୀ । ପରିବାର ନିୟୋଜନ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ରହିଥିଲେ ବି ଏହାକୁ ନେଇ ସଚେତନତାର ଅଭାବ ରହିଛି । (ଏଜେନ୍ସି)

Categories
ଆଜିର ଖବର

ବାଗ୍‌ପତ୍‌ର ପୂର୍ବତନ ବିଜେପି ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ବାଗ୍‌ପତ୍‌ : ଉତ୍ତରପ୍ରଦେଶର ବାଗ୍‌ପତ୍‌‌ରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲାଧ୍ୟକ୍ଷ ସଞ୍ଜୟ ଖୋଖରଙ୍କୁ କିଛି ଦୁର୍ବୃତ୍ତ ଗୁଳି ମାରି ହତ୍ୟ କରିଛନ୍ତି । କିଛି ଅଜ୍ଞାତ ଅପରାଧୀମାନେ ଏହି ଘଟଣା ଘଟାଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ସକାଳୁ ସକାଳୁ ମର୍ଣ୍ଣିଂ ଓ୍ବାର୍କ ଯାଉଥିବାବେଳେ କିଛି ବଦମାସ୍‌ ତାଙ୍କୁ ଗୁଳି କରୁଥିଲେ ।ମର୍ଣ୍ଣିଂ ଓ୍ବାର୍କରୁ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ । ସଞ୍ଜୟଙ୍କୁ ଦୁଇଟି ଗୁଳି ଲାଗିଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଏପରି ଏକ ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାସ୍ଥଲରେ ଏସ୍‌ପି, ଏଏସ୍‌ପି ପହଞ୍ଚି ଘଟଣାରୁ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନଥିବାର କହିଛନ୍ତି ଏସ୍‌ପି ଅଜୟ କୁମାର ସିଂହ ।

ଅପରପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଗପତ୍‌ର ପୂର୍ବତନ ବିଜେପି ଜିଲ୍ଲା ଅଧ୍ୟକ୍ଷ ସଞ୍ଜୟ ଖୋକରଙ୍କ ମୃତ୍ୟ ଘଟଣାରେ ଶୋକ ଜଣାଇବା ସହିତ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।  ଜୁନ୍‌ରେ ବାଗପତ୍‌ରେ ଜଣେ ବିଜେପି ନେତାଙ୍କ ପୁଅକୁ ଗୁଳି କରାଯାଇଥିଲା । (ଏଜେନ୍ସି)

 

Categories
ଆଜିର ଖବର ରାଜ୍ୟ ଖବର

ସୀମା ଗେଟ ନିକଟରେ ମୃତ୍ୟୁ ବରଣ କଲେ ଚାଲି ଚାଲି ଆସୁଥିବା ପ୍ରବାସୀ ଓଡିଆ

ଭୁବନେଶ୍ୱର: ପଡୋଶୀ ପଶ୍ଚିମବଙ୍ଗରୁ ଚାଲି ଚାଲି ଓଡ଼ିଶାକୁ ଫେରୁଥିବା ଜଣେ ୫୬ ବର୍ଷୀୟ ପ୍ରବାସୀ ଶ୍ରମିକ ବାଲେଶ୍ଵର ଜିଲ୍ଲାର ଲକ୍ଷ୍ମଣନାଥ ସୀମା ଗେଟରେ ମୃତ୍ୟୁ ବରଣ କରିଛନ୍ତି। ମୃତ ଧୁବାଇ ଚରଣ ମହାନ୍ତି ପୁରୀ ଜିଲ୍ଲାର କାକଟପୁର ପୋଲିସ ସୀମା ଅନ୍ତର୍ଗତ ଟିକରପଡା ଗାଁର ବାସିନ୍ଦା ଥିଲେ।

ପ୍ରଚଣ୍ଡ ଉତ୍ତାପରେ ସେ ରାସ୍ତାରେ ଖସିପଡିବା ପରେ ତାଙ୍କୁ ତୁରନ୍ତ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ କୋଲକାତାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।  କୌଣସି ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସୀମା ମଧ୍ୟରେ ଚାଲିବାକୁ ଅନୁମତି ନାହିଁ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଡିଜିପି ଅଭୟ କହିଛନ୍ତି ଯେ ଓଡ଼ିଶା ମାଟିରେ କେହି ଚାଲି ଚାଲି ଯିବେନି। ଓଡ଼ିଶା ଭିତରେ ଯାଉଥିବା ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ। ସେମାନେ ଓଡ଼ିଶାକୁ  ଆସୁଥାନ୍ତୁ ବା ଓଡ଼ିଶା ଦେଇ ଯାଉଥାନ୍ତୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେବ। ଓଡ଼ିଶାକୁ ଆସୁଥିବା ଲୋକ ଚେକ୍‌ ପଏଣ୍ଟରେ ପହଞ୍ଚିଲେ ବ୍ୟବସ୍ଥା ହେବ। ସେଠାରୁ ସେମାନଙ୍କୁ ଗାଡି କରି ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ। (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବଡ ଚିଚିଙ୍ଗ ଗ୍ରାମରେ କୂଅରେ ପଡି ଯୁବକ ମୃତ

ଭୀଷ୍ମ ସାହୁ
କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତର ବଡ ଚିଚିଙ୍ଗ ଗ୍ରାମରେ ଶନିବାର ଦିନ କୂଅରେ ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଶନିବାର ୧୧ଟା ସମୟରେ ଉକ୍ତ ଗ୍ରାମର ଗୁଡ଼ ସାହୁଙ୍କ ପୁଅ ପଙ୍କଜ ସାହୁ (୧୯) ପ୍ରତିଦିନ ଭଳି ବିଲରେ ଥିବା କୂଅକୁ ଗାଧେଇବାକୁ ଯାଇଥିଲେ । ମାତ୍ର ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଉକ୍ତ କୂଅକୁ ଯାଇ ଖୋଜିବା ପରେ ପଙ୍କଜଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା । ଗ୍ରାମର ଦୁଇଜଣ ଯୁବକ ସନ୍ତୋଷ ଗହୀର ଓ ବିଶ୍ୱ ଝାଙ୍କରଙ୍କ ସହଯୋଗରେ କୂଅରୁ ମୃତଦେହ ଉଦ୍ଧାର କରି ସ୍ଥାନୀୟ ସରପଞ୍ଚ ନର୍ଲା ଥାନାକୁ ଜଣାଇବା ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ନର୍ଲା ତହସିଲଦାର ଓ ନର୍ଲା ପୋଲିସ ଘଟଣା ସ୍ଥଳକୁ ଯାଇ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରାଥମିକ ତଦନ୍ତ ସାରି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଜଣା ଲୋକଙ୍କ ଗୁଳିମାଡ଼ରେ ବାପ-ପୁଅ ମୃତ

 ଉତ୍ତରପ୍ରଦେଶ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ ଡାଉନ ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଜଣା ଲୋକଙ୍କ ଗୁଳିମାଡ଼ରେ ବାପ-ପୁଅ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି। ଉଭୟ ବାପ ପୁଅ ଧାନ କିଣିବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।

ଉତ୍ତରପ୍ରଦେଶର ଫାରଦାନା ପୋଲିସ ଷ୍ଟେସନ ଅନ୍ତର୍ଗତ ମାନକିପୁରା ଗ୍ରାମରେ ଅଜଣା ଲୋକଙ୍କ ଦ୍ଵାରା ଏହି ଆକ୍ରମଣର ଶିକାର ହୋଇଥିଲେ ବାପ-ପୁଅ।

ପୋଲିସର ସୂଚନାନୁସାରେ, ରମେଶ ଶୁକ୍ଲା(୪୮), ତାଙ୍କ ପୁଅ ଭୋଳୁ ଶୁକ୍ଲା(୨୮) ଜଣେ ସାଙ୍ଗଙ୍କ ସହ ମାନକିପୁରା ଗ୍ରାମରେ ଧାନ କିଣିବାକୁ ଯାଉଥିବାବେଳେ ଅଜ୍ଞାତ ବ୍ୟକ୍ତିମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଆକ୍ରମଣକାରୀମାନେ ମଧ୍ୟ ଗୁଳି ଚଳାଇବା ପରେ ଭୋଳୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଭୋଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାପା ରମେଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ଫରଦାନା ଥାନା ଅଧିକାରୀ ବିମଲ ଗୌତମ କହିଛନ୍ତି, “ମୃତ ବ୍ୟକ୍ତିଙ୍କ ସହିତ ଆକ୍ରମଣକାରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ବୋଲି ସନ୍ଦେହ କରାଯାଉଛି। ଏହା ପୂର୍ବରୁ ମୃତ ରମେଶଙ୍କ ଉପରେ ମଧ୍ୟ ହତ୍ୟା ଅଭିଯୋଗ ହୋଇଥିଲା, କିନ୍ତୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।” (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ଔଷଧ ଭାବି ବିଷାକ୍ତ ଆଲକୋହଲ୍‌ ପିଇ ୬୦୦ ଲୋକଙ୍କ ମୃତ୍ୟୁ

ଇରାନ୍‌: ଇରାନରେ କରୋନା ଭାରଇସ୍‌ରେ ମୃତକଙ୍କ ସଂଖ୍ୟା ଏବେ ୩୦୦୦ଛୁଇଁଛି। କିନ୍ତୁ ଏଠାରେ ବିଷାକ୍ତ ଆଲକୋହଲ୍‌ ପିଇ ୬୦୦ ଜଣଙ୍କର ଜୀବନ ଚାଲିଯାଇଥିବାର ସୂଚନା ମିଳିଛି। ସେହିପରି ଏହି ବିଷାକ୍ତ ଆଲକୋହଲ୍‌ ପିଇ ୩୦୦୦ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଲୋକମାନେ କରୋନା ଭାଇରସର ଔଷଧ ଭାବି ନୀଟ୍‌ ଆଲକୋହଲ୍‌କୁ ପିଇ ଦେଇଛନ୍ତି। ଏହା ପରେ ବହୁ ସଂଖ୍ୟାରେ ଲୋକେ ରୋଗରେ ପଡିଯାଇଛନ୍ତି। ସେହିପରି ଏହି ବିଷାକ୍ତ ଆଲକୋହଲ୍‌ ପିଇଥିବା ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିବା ନେଇ ସୂଚନା ରହିଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଗିରଫ ହୋଇଥିବା ଲୋକଙ୍କ ଉପରେ ଅପରାଧିକ ଗତିବିଧି ପାଇଁ ମକଦ୍ଦମା ଦାଏର କରାଯାଇଛି।

ଇରାନରେ କରୋନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାରୁର ଅଧିକ ରହିଛି। ଇରାନ୍‌ ସଂସଦର ୩୧ ଜଣ ଲୋକ କରୋନା ପଜିଟିଭିରେ ଆକ୍ରାନ୍ତ ହୋଇଛନ୍ତି। ସଂସଦରେ କରୋନା ମାମଲା ଆସିବା ପରେ ସଂସଦକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ ପୁଣିଥରେ ସଂସଦର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସୂଚନାଯୋଗ୍ୟ ସାରା ବିଶ୍ବରେ କରୋନ ଆକ୍ରାନ୍ତଙ୍କସଂଖ୍ୟ ୧୪ ଲକ୍ଷରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮୨,୦୦୦ରେ ପହଞ୍ଚିଛି। (ଏଜେନ୍ସି)

Categories
ଆଜିର ଖବର

ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳି କରି ହତ୍ୟା

ସମୀକ୍ଷା ବ୍ୟୁରୋ, ବାଲିଗୁଡା,10/12 : ବାଲିଗୁଡାରେ ଜନୈକ ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାଲିଗୁଡା ପାତ୍ରସାହିର ଏହି ସୂଚନା ଅଧିକାରୀ କର୍ମୀ ଜଣକ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ବାଇକ୍‌ରେ ଆସି 2 ଜଣ ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ବାଲିଗୁଡା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି ।

Categories
ଆଜିର ଖବର

ଜୀବନ ଯୁଦ୍ଧରେ ହାରିଲେ ଉନ୍ନାଓ ପୀଡ଼ିତା

ଦିଲ୍ଲୀ, ୭/୧୨: ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା । ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡ଼ିତାଙ୍କର  ଦିଲ୍ଲୀସ୍ଥିତ ସଫଦରଗଂଜ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଛି । ମିଳିଥିବା ଅନୁସାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶୁକ୍ରବାର ରାତି ୧୧ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ହୃଦ୍‌ଘାତରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।  ପୀଡ଼ିତାଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ (ସିଭିଲ) ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା ।  ସୂଚନାଯୋଗ୍ୟ ଉନ୍ନାଓର ବିହାର ଥାନା ଅନ୍ତର୍ଗତ ପୀଡ଼ିତା (୨୦ ବର୍ଷ)କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ। ଘଟଣା ସହିତ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କୁ ଜଳାଇଥିବା ଅଭିଯୁକ୍ତମାନେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ । (ଏଜେନ୍ସି)

Categories
ଆଜିର ଖବର

ବାୟୁସେନା ବିମାନ ଦୁର୍ଘଟଣା : ୧୩ ମୃତକଙ୍କ ମଧ୍ୟରେ ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି

୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଗତକାଲି ମିଳିଥିଲା। ଆଜି ଏନେଇ ଏକ ସର୍ଚ୍ଚ ଅପରେସନ ପରେ ବିମାନରେ ମହଜୁଦ ଥିବା ସମସ୍ତ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ବାୟୁସେନା ପକ୍ଷରୁ ପ୍ରକାଶ ପାଇଛି। ୧୩ ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡିଆ ପାଇଲଟ୍‌ ସୁନୀତ ମହାନ୍ତି। ଏନ-୩୨ ବିମାନରେ ସେ ଲେଫ୍ଟନାଣ୍ଟ ଥିଲେ। ତାଙ୍କର ଘର କବିସୂର୍ଯ୍ୟ ନଗରର ବଳିଆପଲ୍ଲି ଗ୍ରାମରେ।

Categories
ଆଜିର ଖବର

ଉତ୍ତର ପ୍ରଦେଶ ବାର୍‌ କାଉନ୍‌ସିଲ୍‌ ମୁଖ୍ୟଙ୍କୁ ଗୁଳି କରି ହତ୍ୟା

ଉତ୍ତର ପ୍ରଦେଶ ବାର୍‌ କାଉନ୍‌ସିଲ୍‌ ସଭାପତି ଦର୍ବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜନୈକ ସହଯୋଗୀ ଓକିଲଙ୍କ ଗୁଳିମାଡରେ ଆଗ୍ରା ଜିଲ୍ଳା କୋର୍ଟ ପରିସରରେ ପ୍ରାଣ ହରାଇଛନ୍ତି ଦର୍ବେଶ। ମନୀଷ ଶର୍ମା ନାମକ ଏହି ଓକିଲ ଜଣକ ପ୍ରଥମେ ଦର୍ବେଶଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଗକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉଭୟଙ୍କୁ ପୁଷ୍ପାଞ୍ଜଳି ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା। ହସ୍ପିଟାଲରେ ଦର୍ବେଶଙ୍କୁ ମୃତ ଘୋଷିତ କରାଯାଇଥିବା ବେଳେ ମନୀଷଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଦିନ ପୂର୍ବରୁ ସଭାପତି ନିର୍ବାଚିତ ହୋଇଥିବା ଶ୍ରୀମତି ଦର୍ବେଶ ଯାଦବଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ବୁଧବାର ଅନୁଷ୍ଠିତ ଏହି ଉତ୍ସବରେ ମନୀଷ ତାଙ୍କୁ ତିନି ଥର ଗୁଳି ମାଡ କରିଥିଲେ। ଗୁଳିମାଡର କାରଣ ଜଣା ପଡିନଥିଲେ ମଧ୍ୟ ଏହା ପଛରେ ବାର୍‌ କାଉନ୍‌ସିଲ୍ ନିର୍ବାଚନ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ପ୍ରଥମ ମହିଳା ଭାବରେ ଉତ୍ତରପ୍ରଦେଶ ବାର୍‌ କାଉନ୍‌ସିଲର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

Categories
ଆଜିର ଖବର

ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

କେନ୍ଦୁଝରରେ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବା ପରେ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥକୁ ଯିବା ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ପୋଲିଂ ଅଧିକାରୀ ଜଣକ ହେଉଛନ୍ତି ଚମ୍ପୁଆ ହାଇସ୍କୁଲ କର୍ମଚାରୀ ଅଭୟ କୁମାର ସେଠୀ। ଅଭୟଙ୍କ ଡ୍ୟୁଟି ଘସିପୁରା ୨୧ ଏଫସି ବୁଥ ୧୪୯ରେ ଥିଲା। ସେ ଡେସପାଚ୍ ରୁମରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆନନ୍ଦପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।