ଯାଜପୁର: ଗତକାଲି ଦଶରଥପୁର ବ୍ଲକ ଜୟନ୍ତରା ପଂଚାୟତର ପାଟପୁର ଗାଁରେ ଦହିବରା ଖାଇ ୫୦ ଜଣ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଗାଁକୁ ଆସିଥିବା ଜଣେ ବିକାଳି ଠାରୁ ଦହିବରା ଖାଇଥିଲେ ୫ଟି ଗାଁର ଲୋକେ । ଦହି ବରା ବ୍ୟବସାୟୀଙ୍କୁ ଧରିବାକୁ ପୁଲିସ୍ ଅଟକ ରଖିଛି। ସେପଟେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦହିବରା ଖାଇ ଅସୁସ୍ଥ ଥିବା ରୋଗୀଙ୍କୁ ଭେଟିବା ସହିତ କର୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଜୟନ୍ତରା ପଂଚାୟତକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି।


