କରୋନାକୁ ନେଇ ଜେଲ୍‌ରେ କଏଦୀଙ୍କର ସଂଘର୍ଷ : 8 କଏଦୀ ମୃତ, 50 ଗୁରୁତର

Published: Dec 1, 2020, 1:12 pm IST

କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ମହାରାଜା ଜେଲ୍‌ରେ କରୋନାକୁ ନେଇ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ 8ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ 50ଜଣ ଗୁରୁତର ହୋଇଛନ୍ତି । ଦେଶର ଭିଡଥବା ଜେଲ୍‌ରେ କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ କଏଦୀମାନେ ବିରୋଧ କରୁଥିଲେ । ଏହି ଘଟଣାକୁ ନେଇ ଗାର୍ଡଙ୍କ ସହ କଏଦୀଙ୍କର ଝଗଡା ହୋଇଥିଲା । ଗାର୍ଡଙ୍କ ସହିତ ଝଗଡା ଉଗ୍ର ରୂପେ ନେଇ ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ 8ଜଣ କଏଦୀଙ୍କର ମୃତ୍ୟୁ ହୋଇଛି । ଗତ ମାସରେ ଶ୍ରୀଲଙ୍କାରେ କରୋନା ମାମଲାରେ ବୃଦ୍ଧି ଘଟିଛି । କଏଦୀମାନେ ନିକଟ ସପ୍ତାହରେ କରୋନା ଟେଷ୍ଟରେ ବୃଦ୍ଧି ତଥା ସଂକ୍ରମିତ କଏଦୀଙ୍କପାଇଁ ଅଲଗା ସୁବିଧା ଦାବିରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ଗୁଳି ଯୋଗୁଁ କଏଦୀମାନଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଏବେ ସୁଦ୍ଧା 22 ହଜାର 988 କରୋନା ମାମଲା ଚିହ୍ନଟ ହୋଇଥିବାବେଳେ 109ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts