ଅଜଣା ଲୋକଙ୍କ ଗୁଳିମାଡ଼ରେ ବାପ-ପୁଅ ମୃତ

Published: Apr 9, 2020, 6:50 pm IST

 ଉତ୍ତରପ୍ରଦେଶ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ ଡାଉନ ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଜଣା ଲୋକଙ୍କ ଗୁଳିମାଡ଼ରେ ବାପ-ପୁଅ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି। ଉଭୟ ବାପ ପୁଅ ଧାନ କିଣିବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।

ଉତ୍ତରପ୍ରଦେଶର ଫାରଦାନା ପୋଲିସ ଷ୍ଟେସନ ଅନ୍ତର୍ଗତ ମାନକିପୁରା ଗ୍ରାମରେ ଅଜଣା ଲୋକଙ୍କ ଦ୍ଵାରା ଏହି ଆକ୍ରମଣର ଶିକାର ହୋଇଥିଲେ ବାପ-ପୁଅ।

ପୋଲିସର ସୂଚନାନୁସାରେ, ରମେଶ ଶୁକ୍ଲା(୪୮), ତାଙ୍କ ପୁଅ ଭୋଳୁ ଶୁକ୍ଲା(୨୮) ଜଣେ ସାଙ୍ଗଙ୍କ ସହ ମାନକିପୁରା ଗ୍ରାମରେ ଧାନ କିଣିବାକୁ ଯାଉଥିବାବେଳେ ଅଜ୍ଞାତ ବ୍ୟକ୍ତିମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଆକ୍ରମଣକାରୀମାନେ ମଧ୍ୟ ଗୁଳି ଚଳାଇବା ପରେ ଭୋଳୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଭୋଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାପା ରମେଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ଫରଦାନା ଥାନା ଅଧିକାରୀ ବିମଲ ଗୌତମ କହିଛନ୍ତି, “ମୃତ ବ୍ୟକ୍ତିଙ୍କ ସହିତ ଆକ୍ରମଣକାରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ବୋଲି ସନ୍ଦେହ କରାଯାଉଛି। ଏହା ପୂର୍ବରୁ ମୃତ ରମେଶଙ୍କ ଉପରେ ମଧ୍ୟ ହତ୍ୟା ଅଭିଯୋଗ ହୋଇଥିଲା, କିନ୍ତୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।” (ଏଜେନ୍ସି)

Related posts