ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନବେଳେ ଟିଏମସି କୁ ଝଟକା । ଟିଏମସିର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଗଣତି ବେଳେ ସରକାରୀ କର୍ମଚାରୀଙ୍କୁ ସୁପରଭାଇଜର ଭାବେ ନିଯୁକ୍ତି ବିରୋଧ କରି ECଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ଟିଏମସି । ସୁପ୍ରିମକୋର୍ଟର ବିଚାରପତି ପି.ଏସ୍. ନରସିଂହ ଏବଂ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।


