ଭୁବନେଶ୍ଵର : ଶିଖରଚଣ୍ଡି ଠାରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜରେ ବି ଟେକ ପ୍ରଥମ ବର୍ଷର ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିଲେ । ଛାତ୍ର ମୃତ୍ୟୁକୁ ନେଇ ଇଞ୍ଜିନିୟରିଂ କଲେଜରେ ଉତ୍ତେଜନା । କ୍ୟାମ୍ପସ ରେ ହୋହଲା ସହ ଭଙ୍ଗାରୁଜା କଲେ ମୃତକଙ୍କ ସହପାଠୀ । ମୃତ ଛାତ୍ର ଜଣଙ୍କ ରାଗିଙ୍ଗର ଶିକାର ହୋଇଥିଲେ ବୋଲି ଛାତ୍ରଙ୍କ ସହପାଠୀ ମାନେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ର ଜଣକ ନାଁ ବିଶ୍ବାସ ସ୍ଵାଇଁ । ତେବେ ଆତ୍ମହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।


