ରେଢ଼ାଖୋଲ (କନ୍ଦର୍ପ ବେହେରା): ନିଜକୁ ଜିଲ୍ଲା ଅଧ୍ୟକ୍ଷ ଭାବରେ ପରିଚୟ ଦେଇ ଢ଼ାବା ହୋଟେଲ ମାନଙ୍କୁ ଭୟଭିତ କରି ଟଙ୍କା ଆଦାୟ କରୁଥିଵା ବେଳେ ଗତକାଲି ରେଢ଼ାଖୋଲ ପୋଲିସ୍ ଜୈନିକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଏଭଳି କାର୍ଯ୍ୟକଳାପ ରେ ଲିପ୍ତ ଥିବା ବ୍ୟକ୍ତି ଜଣ ହେଉଛନ୍ତି ସିଦ୍ଧାନ୍ତ ସିଂ ବୟସ ୨୫ ବର୍ଷ ସେ ସମ୍ବଲପୁର ଅଇଁଠାପାଲି ବାସିନ୍ଦା ଅଟନ୍ତି ବୋଲି ଜଣା ପଡିଛି। ରେଢ଼ାଖୋଲ ପୋଲିସ୍ ସିଦ୍ଧାନ୍ତ ସିଂ କୁ କୋଟ୍ ଚାଲାଣ କରିଥିବା ଜଣା ପଡିଛି। ସେ ରାସ୍ତା କଡରେ ଥିବା ବିଭିନ୍ନ ଢ଼ାବା କୁ ଯାଇ ନିଜକୁ ନୀତି ଆୟୋଗର ଜିଲ୍ଲା ଅଧ୍ୟକ୍ଷ ପରିଚୟ ଦେଇ ଟଙ୍କା ଅସୁଲ କରୁଥିଲେ। ରେଢ଼ାଖୋଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜରପଡା ଅଂଚଳରୁ ଗିରଫ କରିବାରେ ସଫଳ ହୋଇଛି।


