ତେଲେଙ୍ଗାନା : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ତେଲୁଗୁ ଅଭିନେତାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଆଦିବାଟଲା ନିକଟସ୍ଥ ଆଉଟର ରିଙ୍ଗ ରୋଡ (ORR)ରେ ଘଟିଛି। ମୃତକଙ୍କ ନାମ ତେଲୁଗୁ ଅଭିନେତା କେ. ଭାରତ କାନ୍ତ (31) ଏବଂ ଜି. ସାଇ ତ୍ରିଲୋକ (31) ବୋଲି ଚିହ୍ନଟ କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଦୁଇଜଣ ଆଉଟର ରିଙ୍ଗ ରୋଡରେ ଏକ କାରରେ ଯାତ୍ରା କରୁଥିଲେ, ଯେତେବେଳେ ଡ୍ରାଇଭର ଭାରତକାନ୍ତ କାର ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ଏହା ସାମ୍ନାରେ ଥିବା ଏକ କଣ୍ଟେନର ଲରି ସହିତ ଧକ୍କା ହୋଇଥିଲା ।


