ବ୍ରହ୍ମପୁର: ବ୍ରହ୍ମପୁରସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିମିରି ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ସାହୁ ଉପସ୍ଥିତ ରହି କହିଲେ ଗ୍ରୀଷ୍ମ ରୁତୁର ଉତ୍ତାପରୁ ସ୍ଵେଦ ଓ ମଇଳା ଚର୍ମରେ ଜମି ରହେ ଫଳରେ ଘିମିରି ଜାତ ହୁଏ । କୁଣ୍ଡାଇ ହୁଏ, କୁଣ୍ଡାଇଲେ ଲାଲ୍ ପଡି ଜଳେ । ତ୍ଵଚାକୁ ମୁଲତାନି ମାଟି ଲଗାଇ ସଫା କରନ୍ତୁ। ଭଳ ଭାବେ ଦିନକୁ ଦୁଇ ଥର ଗାଧାନ୍ତୁ। ସ୍ନାନ ପରେ ଚନ୍ଦନ କିମ୍ବା ବେଣାଚେର ଚୁର୍ଣ୍ଣ ଲଗାନ୍ତୁ । କୁଣ୍ଡାଇ ହେଲେ ନ କୁଣ୍ଡାଇ ଘୃତ କୁମାରୀ ରସ ଲଗାନ୍ତୁ । ସକାଳୁ ନିମ୍ବ ହଳଦୀ ବଟା ପାଞ୍ଚ ଗ୍ରାମ ଖାଆନ୍ତୁ । କାକୁଡି, ତରଭୁଜ ଖାଆନ୍ତୁ,ଅଧିକ ମିଠା, ଖଟା, ଆମ୍ବ ଖାଆନ୍ତୁ ନାହିଁ ଓ ସୂତାଲୁଗା ପରିଧାନ କରିବା ପାଇଁ ପରମର୍ଶ ଦେଇଥିଲେ ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା । ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ।


