ଭୁବନେଶ୍ବର : ଆପାର୍ଟମେଣ୍ଟ ପଞ୍ଜୀକରଣ ସରଳୀକରଣ ନିମନ୍ତେ ସଂଶୋଧନ ଅଧ୍ୟାଦେଶ ଜାରି ହୋଇଛି । ଭାରତୀୟ ଷ୍ଟାମ୍ପ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି । ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଓ ସୁବିଧା ପାଇଁ ମାତ୍ର ୫୦୦୦୦ ଷ୍ଟାମ୍ପ ଦେୟ ଦେବାକୁ ପଡିବ । ଠିକ ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ଇଉନିଟ ବିକ୍ରି ସମୟରେ କେବଳ ୫% ଷ୍ଟାମ୍ପ ଦେୟ । ସାଧାରଣ କ୍ଷେତ୍ର ଓ ସୁବିଧାର ଅଭିଭକ୍ତ ଦେୟ ଉପରେ ୫% ଦେୟ ଆଦାୟ ହେବ । ଏହା ସହିତ ଅଧିନିୟମରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ଓ ୫% ପରିବର୍ତ୍ତେ କେବଳ ୫% ଷ୍ଟାମ୍ପ ଦେୟ ଦେବାକୁ ପଡିବ ।


