ସୁନ୍ଦରଗଡ : ଭସ୍ମା କୋଲ କରିଡରରେ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ଟ୍ରକ ଡ୍ରାଇଭରକୁ ଧକ୍କା ଦେବାରୁ ପିକଅପ ଡ୍ରାଇଭରକୁ ହତ୍ୟା ହୋଇଥିବାର ଅଭିଯୋଗ ହୋଇଛି । 20ରୁ ଅଧିକ ଟ୍ରକ ଡ୍ରାଇଭର ମିଶି ଲୁହା ରଡରେ ପିଟିପିଟି ମାରିଦେଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।


